ଅପରାଧ ଦେଶ ବିଦେଶ

କୋପେନହେଗନ ସପିଙ୍ଗମଲ୍‌ରେ ଗୁଳିକାଣ୍ଡ; ଜଣେ ଅଭିଯୁକ୍ତ ଗିରଫ, ପୋଲିସର ଅପରେସନ ଜାରି

କୋପେନଗନ ୦୩/୦୭: ଡେନମାର୍କର ରାଜଧାନୀ କୋପେନହେଗନରେ ଏକ ସପିଙ୍ଗମଲ୍‌ରେ ଗୁଳିକାଣ୍ଡ ହୋଇଛି। କୋପେନହେଗନ ପୋଲିସ ଟୁଇଟ୍‌ କରି କହିଛି ଗୁଳିକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ଅଧିକାରୀମାନଙ୍କୁ ପଠାଯାଇଛି। ସେମାନେ ମଲ୍‌ ଭିତରେ ଥିବା ଲୋକମାନଙ୍କୁ ରହିବା ପାଇଁ ଓ ପୋଲିସର ସାହାଜ୍ୟକୁ ଅପେକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ସାଧାରଣ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଡେନିସ ପୋଲିସ ଦ୍ୱାରା ଗୁଳିକାଣ୍ଡର ସୂଚନା ମିଳିବା ପରେ ଲୋକମାନେ ଫିଲ୍ଡର […]

ରାଜ୍ୟ ରାଶିଫଳ

ଜୁଲାଇ ୦୪ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ଆଜି ଭଲ କାମଗୁଡିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା ମିଳୁଛି । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ । ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ । ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ । ଛାତ୍ରଛାତ୍ରୀ- […]

ଅପରାଧ ରାଜ୍ୟ

ବାଲିଘାଟକୁ ନେଇ ଖଣ୍ଡାମାଡ଼ ! ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲିପାଟଣା ୦୪।୦୭ : ଯୁବକଙ୍କୁ ଖଣ୍ଡା ଚୋଟ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା । ଖବର ଅନୁଯାୟୀ, ସୋମବାର ସକାଳୁ ସୁଧାକର ରାଜସ ମଠସାହି ଠାରେ ଥିଲେ । ଠିକ୍‌ ଏହି ସମୟରେ ୪ ଜଣ ଯୁବକ ୨ଟି ବୁଲେଟ୍ ରେ ଆସି ସୁଧାକରଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ଚୋଟ ମାରିଥିଲେ । ଖଣ୍ଡା ଚୋଟରେ ସୁଧାକରଙ୍କ ମୁଣ୍ଡରେ […]

ଅପରାଧ ରାଜ୍ୟ

ବିଦ୍ୟୁତ ବିଭାଗର ଅବହେଳା, କରେଣ୍ଟ ଲାଗି ତିନି ଗୋରୁ ମୃତ

ଆଠମଲିକ ୦୪/୦୭: ଆଠମଲ୍ଲିକ ବିଦ୍ୟୁତ ବିଭଗର ଅବହେଳା । ଫଳରେ ଟ୍ରାନ୍ସଫର୍ମର କରେଣ୍ଟ ଲାଗି ତିନି ବଳଦର ଜୀବନ ଗଲା । କ୍ଷତିପୂରଣ ସହିତ ବିଦୁତ ଟ୍ରାନ୍ସଫର୍ମର ଚାରି ପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ସୂଚନା ମୁତାବକ ଆଠମଲ୍ଲିକ ଥାନା ହିଂମଣ୍ଡଳ ଗ୍ରାମର ଲଡୁପ୍ରଧାନ ,ବିଭୁତି ସାହୁ ,ନନ୍ଦକିଶୋର ମହାକୁଡ଼ ଆଦି ଗ୍ରାମ ବାସୀଙ୍କର ଟ୍ରାନ୍ସଫର୍ମର ନିକଟକୁ ବଳଦ ଚରିବାକୁ ଯାଇ କରେଣ୍ଟ ଲାଗି ତିନୋଟି ବଳଦଙ୍କର ଜୀବନ ଯାଇଛି […]

ଅପରାଧ ରାଜ୍ୟ

ବସ୍ତାରେ ଭର୍ତ୍ତି ମୃତଦେହ ଉଦ୍ଧାର, ସାଇକେଲ୍‌ରେ ଲଦା ହୋଇ ପଡିଛି ରାସ୍ତା କଡାରେ

ଧର୍ମଗଡ ୪।୭: ଧର୍ମଗଡ-ରାସ୍ତା କଡରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତାରେ ପଡିଛି ମୃତଦେହ । ବ୍ୟକ୍ତିଟିକୁ ମାରି ଏକ ବସ୍ତାରେ ପୁରାଇ ସାଇକେଲରେ ଲଦି ରାସ୍ତା କଡରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବ ଉଦ୍ଧାର କରିଛି । ତଦନ୍ତ କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ […]

ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ଗଲା ଯୁବକଙ୍କ ଜୀବନ, ବାହାଘରରୁ ଫେରିବା ବେଳେ ପିଟି ପିଟି ମାରିଦେଲେ

ଭଦ୍ରକ ୦୪/୦୭: ବିବାହ ଭୋଜିରେ ବଚସା ପାଇଁ ଗଲା ଯୁବକଙ୍କ ଜୀବନ । ସାଙ୍ଗ ବାହାଘରରୁ ଫେରିବା ବେଳେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ବାହାଘର ଭୋଜି ପରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେ ଗଙ୍ଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ସାଙ୍ଗ ବାହାଘର […]

ଅପରାଧ ରାଜ୍ୟ

ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଦୁର୍ବୃତ୍ତ, ସଂସ୍ପର୍ଶରେ ଆସି ଭାଲୁ ମୃତ

ବୌଦ୍ଧ ୪।୭: ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲୀ ଜନ୍ତୁ ଶିକାର ବଢ଼ିବାରେ ଲାଗିଲାଣି । ଶିକାରୀଙ୍କ ହାତରେ କେତେବେଳେ ହାତୀ ମରୁଛି ତ ଆଉ କେତେବେଳେ ବାରହା । ସୋମବାର ଶିକାରୀଙ୍କ ହାତରେ ପୁଣି ଗୋଟିଏ ଜଙ୍ଗଲୀ ଭାଲୁର ଜୀବନ ଯାଇଛି । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ବାରହା ମାରିବାକୁ ଦୁର୍ବୃତ୍ତମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁଟିର ମୃତ୍ୟୁ ହୋଇଥିବା […]

ଅପରାଧ ରାଜ୍ୟ

କେମିତି ରୋକିହେବ ସାଇବର ଅପରାଧ, ଶୁଣନ୍ତୁ କ’ଣ କହୁଛନ୍ତି କଟକ ଡିସିପି

କଟକ ୦୪।୦୭ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ। ସାଇବର ଠକ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତେବେ ଜନ ସାଧାରଣ କିଭଳି ସାଇବର ଠକଙ୍କ କବଳରୁ ରକ୍ଷା ପାଇବେ ସେ ନେଇ ଅଧିକ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର

ଅପରାଧ ରାଜନୀତି ରାଜ୍ୟ

ବିଧାନସଭାରେ ବିଜେବି ଛାତ୍ରୀ ଆତ୍ମହତ୍ୟା ତାତି : ବାଚସ୍ପତିଙ୍କ ପୋଡିୟମ୍ ତଳେ ହୋହଲ୍ଲା, ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର ୪।୭: ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । ଗୃହକାର୍ଯ୍ୟ ଆରମ୍ଭରୁ ଉଠିଲା ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ । ଗୃହରେ ଉଭୟ ବିରୋଧୀ ଦଳ ସଦସ୍ୟଙ୍କ ହୋହଲ୍ଲା । ବାଚସ୍ପତିଙ୍କ ପୋଡିୟମ୍ ତଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ନାରାବାଜି କରିଛନ୍ତି । ଫଳରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀ ରୁଚିକା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୧୦୩ କରୋନା ପଜିଟିଭ୍

ନୂଆଦିଲ୍ଲୀ ୦୩/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]