ଆଇପିଏଲ ୨୦୨୨ : ଆରସିବିକୁ ଟକ୍କର ଦେବ ସିଏସକେ, ପରାଜୟ ଧାରାରେ ବ୍ରେକ ଲଗାଇବ କି ଟିମ୍ ଜାଡେଜା ?
ମୁମ୍ବାଇ,୧୨/୦୪: ଚଳିତ ଆଇପିଏଲ୍ର ୨୨ତମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍ ସୁପରକିଙ୍ଗ୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି । ଅନ୍ୟ ପଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି। ଶେଷ ଥର ପାଇଁ ସୁପରକିଙ୍ଗ୍ସ ୨୦୧୦ ସଂସ୍କରଣରେ ପ୍ରଥମ ୪ଟି ମ୍ୟାଚ୍ ପରାଜିତ ହୋଇଥିଲା । […]