ଦାମୀ କାରରେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତ ଗିରଫ
ସାନଖେମୁଣ୍ଡି, ୧୦/୦୫: ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପାଟପୁର ପୋଲିସ । ପୋଲିସର ପାଟ୍ରୋଲିଂ ବେଳେ ସୁମୁତପୁର ହରିଣା ରାସ୍ତାରେ ଏକ ନାଲି ରଙ୍ଗର ହୁଣ୍ଡାଇ କାରରେ ଗଂଜେଇ ଚାଲାଣ ହୋଉଥିବା ଖବର ପାଇ ପାଟପୁର ପୋଲିସ ଚଢ଼ାଉ କରିଥିଲା । କାର ଉପରେ ଚଢ଼ାଉ ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତରେ ୭୫ କେଜି ୨୫୦ ଗ୍ରାମ ଗଂଜେଇ ଜବତ […]