ଅପରାଧ ରାଜ୍ୟ

ସୀମା ଟପିଲା ଫାଇନାନ୍ସ କମ୍ପାନୀର ଜୁଲମ, ସହିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଖଲ୍ଲିକୋଟ, ୧୩/୦୫: ସୀମା ଟପିଲା ଫାଇନାନ୍ସ କମ୍ପାନୀର ଜୁଲମ | ଜୁଲମ ସହିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତକ ହେଲେ ଗଞ୍ଜାମ ପୋଡ଼ାପଦର ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁଭାସିନୀ ପଣ୍ଡା । ୫ ଦିନ ହେଲା ନିଖୋଜ ଥିଲେ ସୁଭାସିନୀ । ପୋଡାପଦର ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି | ଘଟଣାରେ ଛତ୍ରପୁର ପୋଲିସର ତଦନ୍ତ ଜାରି ରହିଛି । ଗତ ୧୧ ତାରିଖ ଦିନ […]

ଅପରାଧ ରାଜ୍ୟ

ପୁଅ-ବୋହୂଙ୍କ ନାମରେ ହରିଦ୍ବାର ମହିଳାଙ୍କ ମାମଲା: ବର୍ଷକରେ ନାତି କି ନାତୁଣୀ ଦିଅ, ନଚେତ ୫ କୋଟି ଟଙ୍କା ଦିଅ

ହରିଦ୍ବାର: ହରିଦ୍ବାରର ଜଣେ ମହିଳା ହରିଦ୍ବାର ଜିଲ୍ଲା କୋର୍ଟରେ ଏକ ଅଦ୍ଭୁତ ପ୍ରକାର ମାମଲା ରୁଜୁ କରିଛନ୍ତି। ତାଙ୍କ ପୁଅ-ବୋହୂ ୬ ବର୍ଷର ବିବାହ ପରେ ବି ସନ୍ତାନ ଜନ୍ମ ନ କରିବା ଯୋଗୁ ସେ ମାନସିକ ନିର୍ଯାତନା ପାଉଛନ୍ତି ବୋଲି କୋର୍ଟରେ ଅଭିଯୋଗ କରିଛନ୍ତି। ସନ୍ତାନ ଜନ୍ମ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ସେ ପୁଅ-ବୋହୂଙ୍କଠାରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ ନିଜ ଜୀବନର ସମସ୍ତ […]

ଅପରାଧ ରାଜ୍ୟ

ଗୋଟାବାୟା ଦେଶ ଛାଡ଼ି ପଳାଇପାରନ୍ତି, ସାମରିକ ବିଦ୍ରୋହ ଆଶଙ୍କା

କଲମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଂକଟରୁ ସୃଷ୍ଟ ରାଜନୈତିକ ସଂକଟ ଏବେ ଚରମରେ ପହଞ୍ଚିଛି। ଏବେ ଏପରି ଅବସ୍ଥା ଆସିଛି, ପଦ ଛାଡ଼ିବାକୁ ରାଜି ହେଉ ନ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ମହାଭିଯୋଗ ଦ୍ବାରା ଗାଦିଚ୍ୟୁତ କରାଯାଇପାରେ, ସେ ଦେଶ ଛାଡ଼ି ପଳାଇପାରନ୍ତି କିମ୍ବା ସାମରିକ ବିଦ୍ରୋହ ଦ୍ବାରା ତାଙ୍କୁ ଗାଦିରୁ ବିତାଡ଼ିତ କରାଯାଇପାରେ। ଚଳିତ ସପ୍ତାହରେ ହୋଇଥିବା ସରକାରବିରୋଧୀ ହିଂସାରେ ୮ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇଛନ୍ତି […]

ଅପରାଧ ରାଜ୍ୟ

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ବିଭିନ୍ନ ଥାନାରେ ରହିଛି ଅନେକ ମାମଲା

ନୟାଗଡ ୧୩/୦୫: ନୟାଗଡ ଜିଲ୍ଲା ଶରଣକୂଳ ଥାନା ପୋଲିସ ତିନି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ୩ ଲୁଟେରା ହେଲେ ଖଇରପଟି ଗାଁର ରମେଶ ବେହେରା , ଚାନ୍ଦପୁରର ସୋମନାଥ ସାହୁ ଏବଂ କଇଁଫୁଲିଆର ଅଶୋକ ସେନାପତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ଗତକାଲି ରମେଶଙ୍କ ଅର୍ଦ୍ଧନିର୍ମିତ ଘରେ ତିନିଜଣ ଲୁଟ୍ ଯୋଜନା କରୁଥିବା ସମୟରେ ଶରଣକୁଳ ପୋଲିସ ସେମାନଙ୍କୁ ଧରିବାକୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଉତ୍ତର କୋରିଆରେ କୋଭିଡ୍‌ ସଂକ୍ରମଣ ଯୋଗୁଁ ୬ ମୃତ: ଏବେ ଟିକା ପଠାଇବା ଯୋଜନା ନାହିଁ ବୋଲି କହିଲା ଆମେରିକା

ସିଓଲ୍‌: ଜ୍ବରରେ ପୀଡ଼ିତ ହୋଇଥିବା ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଥିବା କଥା ଶୁକ୍ରବାର ଦିନ ଉତ୍ତର କୋରିଆ କହିଛି ବୋଲି ରାଷ୍ଟ୍ରାୟତ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ରିପୋର୍ଟରେ ଉ‌ଲ୍ଲେଖ ଅଛି, ଏପ୍ରିଲ୍‌ ଶେଷାର୍ଦ୍ଧ ବେଳୁ କାରଣ ଜଣାପଡ଼ି ନ ଥିବା ଏକ ପ୍ରକାର ଜ୍ବର ଦେଶ ସାରା ବ୍ୟାପୁଛି। ଉକ୍ତ ଜ୍ବରରେ ପୀଡ଼ିତ ହୋଇ ୬ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ […]

ଅପରାଧ ରାଜ୍ୟ

ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ, ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ

ସୋର, ୧୩/୦୫: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରରେ ଥିବା ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ଵର ଡିଏଫଓ ବିମଲ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଔପଦା ରେଞ୍ଜର ବବିତା ସୋରେନ, ଖୁଣ୍ଟପାଟଣା ଫରେଷ୍ଟର କିଶୋର ଚନ୍ଦ୍ର ଭୂଆଁ, କୂଳଡିହା ରେଞ୍ଜ ଷ୍ଟାଫ ସୌମ୍ୟରଂଜନ ମାଝୀ ଓ ସିମୁଳିଆ ପୋଲିସଙ୍କ ଉପସ୍ଥିତିରେ ବେଆଇନ କରତ […]

ଅପରାଧ ରାଜ୍ୟ

ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ, ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ୍‌

ଖଲ୍ଲିକୋଟ, ୧୩/୦୫: ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ | ମୃତ ଛାତ୍ର ଜଣକ ଛତ୍ରପୁର ଥାନା ଅଧୀନ ବିପୁଲିଙ୍ଗି ଗ୍ରାମର ରୋଷନ ମହାରଣା (୧୪) ବୋଲି ଜଣାପଡ଼ିଛି | ରୋଷନ ସ୍କୁଲରୁ ଫେରିବା ପରେ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧେଇଵାକୁ ଯାଇଥିଲେ | ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାୟପୁର ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ପାଇଲଟଙ୍କ ମୃତ୍ୟୁ, ମୃତକ ସମ୍ବଲପୁରର ଗୋପାଳକୃଷ୍ଣ ପଣ୍ଡା

ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ମିଳିଛି। କ୍ୟାପଟେନ ପଣ୍ଡାଙ୍କ ଭିଲାଇ ସହିତ ସଂଯୋଗ ଥିଲା। ତାଙ୍କ ସମ୍ପର୍କୀୟ ସାନ ଭଉଣୀ ଭିଲାଇରେ ରହନ୍ତି ବୋଲି ଭିଲାଇର ବରିଷ୍ଠ ସାମ୍ବାଦିକ ତଥା ଗୋପାଳକୃଷ୍ଣ ପଣ୍ଡାଙ୍କ ସମ୍ପର୍କୀୟ ରଘୁନନ୍ଦନ ପଣ୍ଡା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମେ’ ୨୧ରେ ହେବ ନିଟ୍ ପିଜି ପରୀକ୍ଷା : ଘୁଞ୍ଚାଇବା ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୩।୦୫ : ଘୁଞ୍ଚିବନି ନିଟ୍ ପରୀକ୍ଷା । ମେ ୨୧ରେ ହେବାକୁ ଥିବା ନିଟ୍ ପିଜି ୨୦୨୨ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । ଏବେ ପରୀକ୍ଷା ସ୍ଥଗିତ ରଖିବା କେବଳ ଅନିଶ୍ଚିତତା ଓ ଅରାଜକତା ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଆଡମିଶନ ବିଳମ୍ବ ହେଲେ ରୋଗୀଙ୍କ ଚିକିତ୍ସା ଓ ହସ୍ପିଟାଲର କାମ ପ୍ରଭାବିତ ହେବ । ପରୀକ୍ଷା ସ୍ଥଗିତ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ : ଜଳିଗଲେ ମାଆ ଓ ଦୁଇ ସନ୍ତାନ

ବାରିପଦା, ୧୩|୦୫: ନିଆଁରେ ଜଳିଗଲେ ମାଆ ଓ ଦୁଇ ସନ୍ତାନ । ରାତିରେ ଘରେ ଶୋଇଥିଲା ବେଳେ ଲାଗିଗଲା ନିଆଁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହି । ଗୁରୁବାର ରାତି ପ୍ରାୟ୨ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି। ପରିବାର ଲୋକେ ଗଭୀର ନିଦରେ ଶୋଇ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ୱାମୀ ମଙ୍ଗଲ ମାର୍ଣ୍ଡି ପ୍ରାଥମିକ ତଦନ୍ତ ସମୟରେ ପୋଲିସ […]