କେରଳ ଓ କର୍ଣ୍ଣାଟକ ପରେ ଓଡ଼ିଶାରେ ପାଦ ଥାପିଲା ଟମାଟୋ ଫ୍ଲୁ’, ବୟାଳିଶମୌଜା ଅଞ୍ଚଳରେ ୨୦ ଶିଶୁ ରୋଗର ଆକ୍ରାନ୍ତ !
କଟକ,୧୪/୦୫: କେରଳ ଓ କର୍ଣ୍ଣାଟକରେ ଟମାଟୋ ଫ୍ଲୁ’ଆତଙ୍କ ଦେଖାଯାଇଛି । ୫ ବର୍ଷରୁ କମ୍ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଉଛି ଠିକ୍ ସେହିଭଳି ଲକ୍ଷଣ ଥିବା ପ୍ରାୟ ୨୦ଜଣ ଶିଶୁ କଟକ ବୟାଳିଶମୌଜା ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଶିଶୁମାନଙ୍କ ଜଂଘ ଓ ଅନ୍ୟାନ୍ୟ ଜାଗାରେ ଲାଲ ଫୋଟକା ଭଳି ଫଳିଯାଉଥିବାବେଳେ ଜ୍ୱର ଛାଡୁନାହିଁ । ଏହା ଟମାଟୋ ଫ୍ଲୁ’ ବୋଲି […]