ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ଦୁର୍ବୃତ୍ତ ଫେରାର
ସାନଖେମୁଣ୍ଡି ୧୪।୭: ବିଫଳ ହେଲା ଲୁଟେରାଙ୍କ ଲୁଟ୍ ଯୋଜନା । ବୁଧବାର ବିଳମ୍ବିତ ରାତିରେ ଆସିକା ବିଜୁପଟ୍ଟନାୟକ ଛକ ନିକଟ ପିଏନବି ବ୍ୟାଙ୍କ ଏଟିଏମ୍ରୁ ଜଣେ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଆସିକା ପୋଲିସ ପହଞ୍ଚିବା ବେଳକୁ ଲୁଟ୍ ଉଦ୍ୟମ କରୁଥିବା ମୁଖା ପିନ୍ଧା ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସେଠାରେ ଏକ ବ୍ୟାଗ୍ ଛାଡି ଯାଇଥିଲା । ଲୁଟ୍ ଉଦ୍ୟମ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ […]