ଅପରାଧ ସ୍ପେଶାଲ ରିପୋର୍ଟ

ବେଆଇନ୍ ଲୋନ୍ ଆପ୍‌ରେ ୬.୫୭କୋଟି ଠକେଇ ଘଟଣା: ଗୁରୁଗ୍ରାମ୍‌ରୁ ପୁଣି ଜଣକୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ବର : ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୁଣି ଜଣକୁ ଗିରଫ କରିଛି। ସେ ହେଉଛି ହରିୟାଣା ଗୁରୁଗ୍ରାମ୍‌ର ତରୁଣ ଦୁଦେଜା। ତଦନ୍ତରୁ ଜଣାପଡ଼ିଛି ଯେ ତରୁଣ ଏକା ସମୟରେ ଡିଜିଟାଲ୍ ବଟ୍‌ଵା, ଆଇ ପୈସା ଅନଲାଇନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ବିଜ୍ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ବାଜାରପେ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମିଲାନମ୍ ଏଣ୍ଟରପ୍ରାଇଜ୍, ବଚ୍ଚତ୍ ଅନଲାଇନ୍ ନାମରେ […]

ଅପରାଧ ରାଜ୍ୟ

ସରକାରୀ ଶିକ୍ଷକଙ୍କୁ ମଧ୍ୟାହ୍ନ ଭୋଜନ ଚିନ୍ତା, ଦୁର୍ନୀତି ନ କଲେ ବାଟ ନାହିଁ!

କଟକ, (କୃଷ୍ଣପ୍ରସାଦ ଦାସ): ରାତି ପାହିଲେ ସରକାରୀ ସ୍କୁଲ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘାରୁଛି ମଧ୍ୟାହ୍ନ ଭୋଜନ ଚିନ୍ତା। ସବୁ ସାମଗ୍ରୀର ବଜାର ଦର ଆକାଶଛୁଆଁ ହୋଇଥିବା ବେଳେ ସ୍କୁଲ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସେମାନଙ୍କ ନିଦ ହଜାଇ ଦେଇଛି। ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ଟଙ୍କା କେଉଁଠୁ ଯୋଗାଡ଼ କରିବେ, ଏବେ ସେ ଚିନ୍ତା ସେମାନଙ୍କୁ ଘାରିଛି। ଏହି ଦାୟିତ୍ବ ତୁଲାଇବା ପାଇଁ ସେମାନେ ଦୁର୍ନୀତି କରିବେ ନଚେତ ନିଜ ଦରମା ଟଙ୍କାରୁ ଖର୍ଚ୍ଚ […]

ଅପରାଧ ରାଜ୍ୟ

ବାଲିବେପାରୀଙ୍କ କବ୍‌ଜାରେ ବୈତରଣୀ ନଦୀଶଯ୍ୟା

ଯାଜପୁର : ଯାଜପୁର ଜିଲ୍ଲାରେ ନଦୀନାଳକୁ ବାଲି ବେପାରୀମାନେ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଜିଲ୍ଲା ପ୍ରଶାସନ ବିକାଶ ଆଳରେ ପରିବେଶ ଓ ପରିସ୍ଥିତିକୁ ଲକ୍ଷ୍ୟ ନକରି ଆଖିବୁଜା ବାଲିଘାଟ ନିଲାମ ଦେଇଥିବାବେଳେ ଅନେକ ଚୋରା ବାଲିଘାଟ ଚାଲିଛି। ‌ଆଉ ୨ ସପ୍ତାହ ପରେ ମୌସୁମୀ ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଗୁଆ ସୂଚନା ଦେଇସାରିଛନ୍ତି। ଅଥଚ ବାଲି ମାଫିଆ ନଦୀନାଳ ବନ୍ଧବାଡ଼ କାଟି ଶହଶହ ଗାଡ଼ିରେ ଦିନରାତି ବାଲି ବୋହି ନେବାରେ ଲାଗିଛନ୍ତି। ୫ କିଲୋମିଟର ଭିତରେ […]

ଅପରାଧ ରାଜ୍ୟ

ବେଧଡ଼କ ଚାଲିଥିଲା ଜୁଆ ଖେଳ, ଚଢାଉ କରି ୮ଜଣଙ୍କୁ ବାନ୍ଧିଲା ପୋଲିସ

ବାଲିପାଟଣା ୧୬।୦୫ : ଜୁଆ ଆଡ୍ଡା ଉପରେ ଚଢାଉ । ୮ ଜଣ ଜୁଆଡ୍ଡିଙ୍କୁ ଗିରଫ ସହ ଖେଳରେ ବ୍ୟବହୃତ ଲକ୍ଷାଧିକ ଟଙ୍କା ଓ ବାଇକ୍‌କୁ ଜବତ କରିଛି ପୋଲିସ । କିଛି ଜୁଆଡ୍ଡି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବାଲିଅନ୍ତା ଟେଲକପଡ଼ା ନିକଟରେ ଦୀର୍ଘ ଦିନ ଧରି ଚାଲିଥିଲା ଜୁଆ ଆଡ୍ଡା । ଏନେଇ ରବିବାର ବିଳମ୍ବିତ ରାତିରେ ଖବର ପାଇ ଚଢାଉ କରିଥିଲା ପୋଲିସ । ବାଲିଅନ୍ତା ଥାନା ଆଇଆଇସିଙ୍କ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଡ଼ାପଡ଼ାରେ କିଡ୍‌ନି ରୋଗ ଆତଙ୍କ: ଚାଲିଗଲାଣି ଶତାଧିକ ଜୀବନ; ଶତାଧିକ ଆକ୍ରାନ୍ତ, ପ୍ରଶାସନ ବେପରୁଆ

ଓଡ଼ାପଡ଼ା : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କିଡ୍‌ନି ରୋଗ ଆତଙ୍କ ଦେଖାଦେଇଛି। କିଛିବର୍ଷ ମଧ୍ୟରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ଏବେ ବି ବହୁଲୋକ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ମ‌ାତ୍ର, ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। ମିଳିଥିବା ସୂଚନା ଅନୁସାରେ; ବ୍ଲକ୍‌ ଅନ୍ତର୍ଗତ ଗୁଣଦେଇ ଗ୍ରାମର ଗୌତମ ଦେହୁରୀ, ପ୍ରହଲ୍ଲାଦ ବାରିକ, ପ୍ରାଣବନ୍ଧୁ ବାରିକ, ମନୋଜ ବେହେରା, ଚକ୍ରଧର ବେହେରା, ହଟକିଶୋର ଦେହୁରୀ, ଛକଡ଼ି ସାମଲ, ନାରାୟଣ ସାହୁ, […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ବାହାରପଟୁ କବାଟ ଦେଇ ବୁଲାଇଲେ କଳାକନା

ସାଲେପୁର ୧୬/୦୫: ଗତକାଲି ବିଳମ୍ବିତ ରାତିରେ ଚୋରି । ବାହାରପଟୁ ଚୋରମାନେ କବାଟଦେଇ ସବୁକିଛି ଲୁଟିନେଇ ଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବାଲିସାହି ଗାଁରେ । ବାଲିସାହି ଗ୍ରାମର ଅଧ୍ୟାପକ ପ୍ରସନ୍ନ ମହାପାତ୍ରଙ୍କ କୋଠାଘରୁ ଚୋରମାନେ ନଗଦ ୩୦ ହଜାର ଟଙ୍କା ସହ ସୁନାରୁପା ଗହଣା ଲୁଟି ନେଇଥିଲେ । ସୂଚନା ମୁତାବକ ଅଧ୍ୟାପକ ପ୍ରସନ୍ନ ମହାପାତ୍ରଙ୍କ ୩ ମହଲା ଘର ଛାତ ଉପରବାଟେ ଆସି ପରିବାର ଲୋକଙ୍କୁ ବାହାରପଟୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବୋସ୍‌ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: ଟ୍ରାଫିକ୍‌ ନିୟନ୍ତ୍ରଣ କରିବ ରୋବଟିକ୍‌ ‌ଟ୍ରାଫିକ୍‌ ପୁଲିସ୍‌

କଟକ : ଦିନର ତାପମାତ୍ରା ୫୦ ଡିଗ୍ରି ହେଉ କି ପ୍ରବଳ ଝଡ ବ‌ର୍ଷା। ସହରର ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସବୁ ସମୟରେ ଟ୍ରାଫିକ୍‌ ପୁଲିସଙ୍କୁ ଦେଖିବାକୁ ମିଳିବ। ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରୀକ ବିଦ୍ୟାଳୟ(ବୋସ୍‌) ଛାତ୍ରଛାତ୍ରୀଙ୍କ ଦ୍ବାରା ‘ଡିଜାଇନ୍‌ ଆଣ୍ତ ଇନୋଭେସନ୍‌ ପ୍ରୋଜେକ୍ଟ’ରେ ପ୍ରସ୍ତୁତ କରାଯାଉଥିବା ରୋବଟିକ୍‌ ଟ୍ରାଫିକ ପୁଲିସ ନିକଟରେ ଏହି ବିଷୟ ରହିବ। ସେହିପରି ଘରେ କେହି ନଥିବା ବେଳେ ଆପଣଙ୍କ ଘରେ ଚୋର ପଶିଲେ ଆପଣଙ୍କ ମୋବାଇଲକୁ ସୂଚନା ଯିବ। ଆପଣ ବାଥ୍‌ […]

ଅପରାଧ ରାଜ୍ୟ

ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ

ଚଣ୍ଡୀଖୋଲ ୧୬/୦୫: ଟ୍ରକ ପଛପଟୁ ଧକା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଅନୁଯାୟୀ ଏକ ଟ୍ରକଟି ଯାଜପୁର ଅଭିମୁଖେ ଯାଉଥିବା ସମୟ ରେ ବଡ଼ଚଣା ଓଭର ବ୍ରିଜ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଟି ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ଆଗରେ ଥିବା […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଦ୍ୱାରା ପତ୍ନୀ ଗିରଫ ହେବା ପରେ ସ୍ବାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ବଦଳି

କଟକ: ପତ୍ନୀ ନିନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କର କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରେଶ୍ବର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ମାହାଙ୍ଗା ଥାନା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ, ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ।ସୂଚନା ଅନୁଯାୟୀ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଶନିବାର […]

ଅପରାଧ ଦେଶ ବିଦେଶ ରାଜନୀତି

ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ଉଦ୍ଧବ ଠାକରେ, ଙ୍କ ପତ୍ନୀ ଜେଲ୍ ଗଲେ ନବନୀତ୍ ରାଣା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବାର ଧମକ ଦେଇ ଗିରଫ ହୋଇଥିଲେ ସାଂସଦ-ବିଧାୟକ ଦମ୍ପତି ନବନୀତ୍ ରାଣ ଓ ରବି ରାଣା। ଏବେ ଦୁହିଁଙ୍କୁ ଜାମିନ ମିଳିଥିବା ବେଳେ ଗଣମାଧ୍ୟମ ଆଗରେ ଖୁଲମ ଖୁଲା ଉଦ୍ଧବ ଠାକରେଙ୍କୁ ଟା‌ର୍ଗେଟ କରିଛନ୍ତି ନବନୀତ୍। ଉଦ୍ଧବ ଠାକରେ ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ନବନୀତ୍। ସେ କହିଛନ୍ତି ଯେ, ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ଉଦ୍ଧବ ଠାକେର। […]