ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୫।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୦ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୭୧୭୫କୁ ବୃଦ୍ଧି ପାଇଛି । […]

ଅପରାଧ ରାଜ୍ୟ

ଗଳିତ ଦନ୍ତା ହାତୀର ଦାନ୍ତ ଜବତ, ୩ ଜଣଙ୍କୁ ଗିରଫ କଲା ବନ ବିଭାଗ

ଭଞ୍ଜନଗର ୧୫।୭: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଠାବ ହୋଇଥିବା ଗଳିତ ଦନ୍ତା ହାତୀର ଦାନ୍ତକୁ ଜବତ କରିଛି ବନ ବିଭାଗ । ଏଥିସହ ହାତୀକୁ ହତ୍ୟା କରି ତାଠାରୁ ଦାନ୍ତ କାଟି ନେବା ଭଳି ଜଘନ୍ୟ ମାମଲାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି । […]

ଅପରାଧ ରାଜ୍ୟ

ମାତିଲେ ଲୁଟେରା, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

ଆଠଗଡ ୧୫।୭: କଟକ ଜିଲ୍ଲା ନରସିଂହପୁରରେ ପୁଣି ମାତିଲେ ଲୁଟେରା । ମୁଖ୍ୟ ବଜାର ଉପରେ ଥିବା ୟୁକୋ ବ୍ୟାଙ୍କ ସାମ୍ନାରୁ ଡିକି ଭାଙ୍ଗି ଭତ୍ତା ବଣ୍ଟନ ପାଇଁ ନିଆଯାଉଥିବା ୧ ଲକ୍ଷ ୨ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ସୂଚନାଯୋଗ୍ୟ ଯେ, ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଜୟମଙ୍ଗଳ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅଭେଦ କୁମାର ରାଉତରାୟ ଭତ୍ତା ବଣ୍ଟନ ପାଇଁ ୧ ଲକ୍ଷ ୨ ହଜାର […]

ରାଜ୍ୟ ରାଶିଫଳ

ଜୁଲାଇ ୧୫ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ଶୁକ୍ରବାର ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ଭାବରେ ସଫଳତା ପାଇପାରିବେ । ଶ୍ରମ ସାର୍ଥକ ହେବ । ପାରିବାରିକ ସୁଖ ଓ କାର୍ଯ୍ୟରେ ସଫଳତା ମିଳିବ । ସୁଖ-ସମ୍ଭୋଗ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସରକାରୀ ଧନ ମିଳିପାରେ । ଗୁଣଜ୍ଞ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ । ଚାଷୀ-ଜଳ ସଞ୍ଚୟ କରନ୍ତୁ । ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ […]

ଅପରାଧ ରାଜ୍ୟ

ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ହାଣିଲା ସ୍ୱାମୀ, କଟା ମୁଣ୍ଡ ସହ କାବୁ କଲେ ଲୋକେ

ଢେଙ୍କାନାଳ ୧୬।୦୭: ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ସ୍ୱାମୀ। ଆଜି ଭୋର ସମୟରେ ଏପରି ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ । ଅଭିଯୁକ୍ତ ସ୍ୱାମୀ ଜୋରନ୍ଦା ଫାଣ୍ଡି ଅଭିମୁଖେ ଯାଉଥିବା ବେଳେ ବାଟରେ ଜଂଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ ଏହି ପତ୍ନୀହନ୍ତାକୁ କାବୁ କରିଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର, ବାତିଲ ହେଲା ପରୀକ୍ଷା

ସମ୍ବଲପୁର ୧୫।୭: ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଶୁକ୍ରବାର ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସୂଚନା ମିଳିଛି । ଶୁକ୍ରବାର ହେବାକୁ ଥିବା ଫିଜିକ୍ସ କୋର୍-୧୪ର ପ୍ରଶ୍ନପତ୍ର ଲିକ୍ ହୋଇଛି । ଏନେଇ ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅନ୍ୟପଟେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଗୁରୁବାର ବାତିଲ ହୋଇଥିବା ଏଜୁକେସନ୍ କୋର୍-୧୪ ପରୀକ୍ଷା ଆସନ୍ତା ୧୯ରେ କରାଯିବ […]

ଅପରାଧ ରାଜ୍ୟ

ଧରାପଡିଗଲା ସ୍ତ୍ରୀର ୨ୟ ବାହାଘର, ସ୍ୱାମୀ ଦେଖେଇଲା ମ୍ୟାରେଜ ସାର୍ଟିଫିକେଟ, ଆଉ କହିଲା….

ଭୁବନେଶ୍ୱର ୧୫/୦୭: ସ୍ତ୍ରୀ’ ଭାଙ୍ଗିଦିଏ ସ୍ୱାମୀ ବାହାଘର ବୋଲି ଶୁଣାଯାଉଥିଲା । ହେଲେ ସ୍ୱାମୀ ଭାଙ୍ଗି ଦେଇଛି ସ୍ତ୍ରୀ’ର ବାହାଘର । ଏଭଳି ଘଟଣା ଘଟିଛି ରାଜଧାନୀରେ । ସ୍ତ୍ରୀ’ର ନିର୍ବନ୍ଧ ଭାଙ୍ଗିବା ସହ ବିବାହ କରିବାକୁ ବସିଥିବା ବରକୁ କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍‌ ସହ ଫଟୋ ଦେଖାଇ ବାହାଘର ଭାଙ୍ଗି ଦେଇଛନ୍ତି । ନ୍ୟାୟ ପାଇଁ ଏବେ ସ୍ୱାମୀ ପୁଲିସ ଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାୟଗଡ଼ାରେ ଝାଡାବାନ୍ତି ଆତଙ୍କ : ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ

ରାୟଗଡା ୧୫।୦୭: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡିବାନ୍ତି ଆତଙ୍କ । ଏବେ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ରାୟଗଡ଼ା ବ୍ଲକ କାଶିପୁର ବ୍ଲକର ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡ଼ମାରିଭଟ୍ଟା. କାକୁଡିପଦର, ରାଉତଘାଟି ଆଦି ଗାଁରେ ଝାଡାବାନ୍ତି ବ୍ୟାପିଛି । ଗୁରୁବାର ରାତିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଏବେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି । […]

ଅପରାଧ ରାଜ୍ୟ

ଆଲମାରୀରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ସାନଖେମୁଣ୍ଡି ୧୪।୭: ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ । ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ କାବୁ କରିବାରେ ହେଲା ସଫଳ । ୪ ଜଣ ଗଞ୍ଜେଇ ବ୍ୟବସାୟୀଙ୍କ ସମେତ ୧୮୦ କେଜି ଗଞ୍ଜେଇ ସହ ଏକ ଟାଟା ଏସିଇ ଜବତ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପାଟପୁର ଥାନା ଅଧିକାରୀ ରାତିରେ କଂସାମାରିରୁ ଶବରପଲି ରାସ୍ତାରେ ଟାଟା ଏସିଇରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ। ଟାଟା ଏସିଇକୁ ଯାଞ୍ଚ […]

ଅପରାଧ ରାଜ୍ୟ

ସାଇବର ଠକେଇ, ଓଟିପି ପଠାଇ ଖାଲି କରିଦେଲେ ଆକାଉଣ୍ଟ

ଜୟପୁର ୧୪।୦୭: ସାଇବର ଠକାମୀର ଶିକାର ହେଲେ କୋରାପୁଟ ଜିଲ୍ଲାର ଜଣେ ବ୍ୟକ୍ତି। ତାଙ୍କ ଆକାଉଣ୍ଟରୁ ଚଂଚକତା କରି ଦୁର୍ବୃତ୍ତମାନେ ୧ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ବୈପାରୀଗୁଡା ଥାନାରେ ଅଭିଯୋଗ ହୋଇଛି। ଅନ୍ ଲାଇନରେ ଓଟିପି ପଠାଇ ଆକାଉଣ୍ଟ ଖାଲି କରିଦେଇଛନ୍ତି ଏହି ସାଇବର ଠକମାନେ। ଅଭିଯୋଗ ଅନୁସାରେ, ବୈପାରୀଗୁଡା ବ୍ଳକ କୋଲର ପଞ୍ଚାୟତର ପୂର୍ଣ୍ଣ ଗାଦବାଙ୍କ IOB ବ୍ୟାଙ୍କରେ ସେଭିଙ୍ଗ୍ ଆକାଉଣ୍ଟ ଥିବା ବେଳେ ତାଙ୍କ ମୋବାଇଲକୁ ଏହି ମାସ ୨ […]