ଅପରାଧ ରାଜ୍ୟ

ପାଟଣାଗଡ଼: ନନ୍ଦପୁର ଗ୍ରାମର ଶିବ ମନ୍ଦିରରୁ ଚୋରି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଇନପୁର ଗ୍ରାମରେ ଥିବା ଶିବ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଶିବ ମନ୍ଦିର ପୂଜକ ନ୍ରୁପରାଜ ସେନାପତି ସକାଳୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର କିଳା ଖୋଳା ଯାଇଥିବା ଦେଖିବାକୁ ପାଇଲେ। ପରେ ମନ୍ଦିର ଭିତରକୁ ଯାଇ ଦେଖିବାରୁ ସେଠାରେ ଥିବା ପିତ୍ତଳ ଓ କଂସାର ପୂଜା ସାମଗ୍ରୀ, ୨ ଗୋଟି ଘଣ୍ଟି, ହୁଣ୍ଡି ନେଇ ଫେରାର ହୋଇ ଯାଇଥିଲେ। ପରେ ମନ୍ଦିର […]

ଅପରାଧ ରାଜ୍ୟ

ସ୍ତ୍ରୀ ବନ୍ଧୁକରୁ ସ୍ୱାମୀର ଗୁଳି : ଲାଇସେନ୍ସ ରଦ୍ଧ ପାଇଁ ଲେଖାଯିବ ଚିଠି-ଡିସିପି

ଭୁବନେଶ୍ବର ୧୮।୦୫: ଭୁବନେଶ୍ୱର ସିଆରପି ଛକରେ ଏୟାର ଫାୟରିଂ ଘଟଣା । ସ୍ତ୍ରୀ ବନ୍ଧୁକରୁ ଗୁଳି ଫୁଟାଇଥିଲେ ସ୍ୱାମୀ । ଘଟଣାସ୍ଥଳରୁ ମିଳିଛି ଦୁଇଟି ଖୋକା । ଅଭିଯୁକ୍ତ ବିନୟଙ୍କ ସ୍ତ୍ରୀଙ୍କ ନାଁରେ ରହିଛି ବନ୍ଧୁକ ଲାଇସେନ୍ସ । ପୋଲିସ ଆଗରେ ସବୁ ସତ ମାନିଛନ୍ତି ଗିରଫ ବିନୟ ଆଚାର୍ଯ୍ୟ । ସେହିପରି ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ସିଆରପି ପାଖରେ ଏକ ଦୋକାନ ଆଗରେ ଗଣ୍ଡମୁଣ୍ଡା ଅଞ୍ଚଳରବିଭୁ ପ୍ରସାଦ ଜେନା ଛିଡ଼ା ହୋଇଥିଲା । ଅଭିଯୁକ୍ତ […]

ଅପରାଧ ରାଜ୍ୟ

ଭୁବନେଶ୍ୱରରୁ ବାରିପଦା ଚାଲାଣ ହେଉଥିଲା ଗୋରୁ ଗାଡି: ମାଡିବସିଲେ ଲୋକେ, ପୋଲିସ ଜିମା ଦେଲେ

ଭଦ୍ରକ ୧୮/୦୫: ଵେଆଇନ ଗୋରୁ ଗାଡି ଅଟକାଇ ସ୍ଥାନୀୟ ଲୋକେ ପୋଲିସର ଜିମା ଦେଲେ । ଏକ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକାଇଲେ ଓ ପାଲ ଟେକି ଦେଖିବାରୁ ସେଥିରେ ଦୁଇଟି ଗୋରୁ ବନ୍ଧା ହୋଇଥିଲେ । ଡ୍ରାଇଭରକୁ ଏ ସଂକ୍ରାନ୍ତରେ ପଚାରିବାରୁ ଡ୍ରାଇଭର କୌଣସି ସଠିକ ଉତ୍ତର ଦେଇପାରିନଥିଲା । ସ୍ଥାନୀୟ ଲୋକମାନେ ଗ୍ରାମାଞ୍ଚଳର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଓ ଗାଡିକୁ ଜବତ […]

ଅପରାଧ ରାଜ୍ୟ

ଜଳ ‌‌ଶୋଷୁଛି ଶିଳ୍ପ, ନିୟମକୁ କାରଖାନା କର୍ତ୍ତୃପକ୍ଷଙ୍କ ଅଣଦେଖା

ରାଉରକେଲା: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀ ଜଳ ପରିଚାଳନା ଯୋଗୁ ରାଜ୍ୟରେ ନଦୀଗୁଡ଼ିକ ଶୁଷ୍କ ହେଉଛି। ବିଭିନ୍ନ କଳକାରଖାନା ଓ ଶିଳ୍ପଗୁଡ଼ିକୁ ଯେତିକି ପରିମାଣର ଜଳ ନେବାକୁ ଅନୁମତି ମିଳିଛି, ତା’ଠାରୁ ଢ଼େର ଅଧିକ ଜଳ ନଦୀରୁ ଉଠାଉଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍କ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲା, ଇଦ୍ରାବତୀ, ଇବ୍‌, ନାଗାବଳୀ, ତେଲ ଆଦି ଛୋଟ ବଡ ନଦରୁ ଶିଳ୍ପ କାରଖାନାମାନେ ଜଳ ଉଠାଉଛନ୍ତି। ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା ନଦୀଗୁଡ଼ିକୁରୁ ଜଳ […]

କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଖଳା ହାଲଚାଲ: ଚକରେ ପଇ, ବଳା ପିନ୍ଧା ଜାରି

ପୁରୀ: ବଡ଼ଦାଣ୍ଡ ରଥଖଳାରେ ଆଜି ରଥ ନିର୍ମାଣ କାର୍ଯ୍ୟ ୧୪ ଦିନରେ ପହଞ୍ଚିଛି। ଆଜି କାମ ଶେଷ ସୁଦ୍ଧା ମହାରଣା ସେବକମାନେ ତିନି ରଥର ପଇ ବିନ୍ଧ ସହ ତୀଖଗୁଜ, ଜଳଯନ୍ତ୍ର, କୁଡୁକା ନିର୍ମାଣ କାମ ଜାରି ରଖିଛନ୍ତି। ପନ୍ଦାରି ବଳା ପିନ୍ଧା ସହ ଠେକ କାର୍ଯ୍ୟ ଜାରି ରହିଛି। ରୂପକାର ସେବକଙ୍କ ଦ୍ୱାରା ରୂପ ଖୋଦେଇ କାର୍ଯ୍ୟ ଜାରି ରହିଛି। ଗତକାଲି ୯ଟି ଚକ ପାଇଁ ଅରଯୁକ୍ତ ତୁମ୍ବରେ ପଇ ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। […]

ଅପରାଧ ରାଜ୍ୟ

ଶୋଇ ଯାଇଛି ପୁଲିସ୍‌! ରେଭେନ୍ସା ସାମନାରେ ଗାଡ଼ିର ଧାଡ଼ି

କଟକ: କଲେଜ ଛକରେ ରେଳ ଷ୍ଟେସନକୁ ବାଦ୍ ଦେଲେ ଅନ୍ୟ କୌଣସି ସ୍ଥାନରେ ଅଟୋ ଚାଳକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ। କିନ୍ତୁ କଲେଜ ଛକ ସ୍ଥିତି ଦିନକୁ ଦିନ ଏଭଳି ସଂଗିନ ହେଲାଣି ଯେ ନିୟନ୍ତ୍ରଣ ବାହାରେ। କଲେଜ ଛକରୁ ଆରମ୍ଭ କରି କଟକ ସୁଇଟ୍ସ ଷ୍ଟଲ୍, ବମ୍ବେ ହୋଟେଲରୁ କଲେଜ ଛକ ଟ୍ରାଫିକ ଯାଏ ଅଟୋ ଚାଳକମାନେ ମନ ଇଚ୍ଛା ଗାଡ଼ି ପାର୍କିଂ କରୁଛନ୍ତି। ଯେଉଁଠି ପାରୁଛନ୍ତି ଯାତ୍ରୀଙ୍କୁ ଗାଡ଼ି ଅଟକାଇ ଯାତ୍ରୀଙ୍କୁ ଉଠାଉଥିବାରୁ […]

ଅପରାଧ ରାଜ୍ୟ

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ, କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ

ଯାଜପୁର ୧୮।୦୫: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧୁଗାଁ ରେ ଅଭାବନୀୟ ଘଟଣା। ସ୍ତ୍ରୀକୁ କଟୁରୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ମୃତ ମହିଳାଙ୍କ ନାମ ରାଧିକା ମହାନ୍ତ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଗୋଲଖ ମହାନ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଖବର ଅନୁଯାୟୀ, ବୁଧବାର ସକାଳୁ କୌଣସି କାରଣରୁ ବିଭିନ୍ନ ସମୟରେ ଗୋଲଖ ଓ ତାଙ୍କ […]

ଅପରାଧ ରାଜ୍ୟ

ପାଇପ୍‌ରେ ଆସୁନି, ବନ୍ଧ ପାଣି ପିଉଛନ୍ତି ବନ୍ଧହୁଡ଼ାବାସୀ

ନରସିଂହପୁର: ଗାଁକୁ ପାଇପ୍‌ ସଂଯୋଗ ହୋଇଛି। ସେଥିରୁ ବାହାରୁନି ପାଣି। ବାଧ୍ୟ ହୋଇ ଗାଁ ଲୋକମାନେ ବନ୍ଧ ପାଣି ପିଉଛନ୍ତି। ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଗୁହାରି କରି ନିରାଶ ହୋଇଗଲେଣି ଗ୍ରାମବାସୀ। କିନ୍ତୁ, ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉ ନ ଥିବାରୁ ଲୋକମାନେ ଦୂଷିତ ଜଳ ବ୍ୟବହାର କରି ନାନା ରୋଗରେ ପୀଡ଼ିତ ହେଉଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧହୁଡ଼ା ଗ୍ରାମରେ। କଟକ-ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର […]

ଅପରାଧ ରାଜ୍ୟ

ଗୁଣି ଗାରେଡି ସନ୍ଦେହ, ପ୍ରଜାକୋର୍ଟରେ ମିଳିଲା ମୃତ୍ୟୁ ଦଣ୍ଡ

ମାଲକାନଗିରି ୧୮।୦୫ : ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ । ଗାଁ ଲୋକଙ୍କ ଉପସ୍ଥିତିରେ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି କାଙ୍କୁରୁକୋଣ୍ଡା ଗାଁର ପଦିଆ ମାଡକାମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କାଙ୍କୁରୁକୋଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, କାଙ୍କୁରୁକୋଣ୍ଡା ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ଗାଁ ଲୋକଙ୍କ ଉପସ୍ଥିତିରେ କାଙ୍କୁରୁକୋଣ୍ଡା ଗାଁରେ ସଭା ଚାଲୁଥିବା ବେଳେ […]

ଅପରାଧ ଦେଶ ବିଦେଶ

ଦୁଃସ୍ବପ୍ନ ଦେଖି ଡରିଗଲେ ଚୋର, ୧୬ ଚୋରି ମୂର୍ତ୍ତି ଫେରାଇଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଅତି ଚମତ୍କାର ଘଟଣା ଘଟିଛି। ୩୦୦ ବର୍ଷର ଏକ ପୁରୁଣା ବାଲାଜୀ ମନ୍ଦିରରୁ ଗତ ସପ୍ତାହରେ ୧୬ଟି ମୂର୍ତ୍ତି ଚୋରି ହୋଇଥିଲା। ଗୋଟିଏ ଗ୍ୟାଙ୍ଗ୍‌ ଏହି ଚୋରି କରିଥିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଚୋରମାନେ ଅତି ଭୟଙ୍କର ଦୁଃସ୍ବପ୍ନ ଦେଖିଥିଲେ। ଏହାପରେ ସେମାନେ ସମସ୍ତ ଚୋରି ମୂର୍ତ୍ତି ଫେରାଇ ଦେଇଛନ୍ତି। ସୋମବାର ରାତିରେ ସେମାନେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ଘର ନିକଟରେ ଏହି ମୂର୍ତ୍ତିଗୁଡ଼ିକୁ ରଖି ଯାଇଛନ୍ତି। […]