ଅପରାଧ ଦେଶ ବିଦେଶ

ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ନେଇ ନିଜେ କରିଥିଲା ସ୍ୱୀକାର

ନୂଆଦିଲ୍ଲୀ, ୧୯|୦୫ : କାଶ୍ମୀରର ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଦୋଷୀ ସାବ୍ୟସ୍ତ । ଟେରର୍ ଫଣ୍ଡିଂ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏ କୋର୍ଟରେ ବିଚାର ବେଳେ ଏହି ପ୍ରମାଣିତ ହୋଇଛି । ତେବେ ତାଙ୍କୁ କେତେ ବର୍ଷ ଜେଲଦଣ୍ଡ ହେବ ତାହା ଆଗାମୀ ୨୫ ତାରିଖରେ ଜଣାପଡିବ । ସୂଚନାନୁସାରେ, ଟେରର ଫଣ୍ଡିଂ ମାମଲାରେ ୟାସିନକୁ ଏନଆଇଏ ଗିରଫ କରିଥିଲା । ସେ ନିଜେ ମଧ୍ୟ ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଡ୍ରିମ୍‌ସ ହେବ ଏକକ ଘରୋଇ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : କଟକସ୍ଥିତ ଡ୍ରିମ୍‌ସ କଲେଜକୁ ଏକକ ଘରୋଇ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ। ଉଚ୍ଚତର ବୃତ୍ତିଗତ ବୈଷୟିକ ଶିକ୍ଷାଦାନ ଭାବେ ଏହାକୁ ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ କରିବା ନିମନ୍ତେ ଆଇନ ପ୍ରଣୟନ ଲାଗି ପ୍ରସ୍ତାବ ଆସିଛି। ଏହା ନିଜସ୍ବ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନ ଥିବା ଏକକ ବିଶ୍ବବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ। ଏହାଦ୍ବାରା ବୈଷୟିକ ଶିକ୍ଷା‌ କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷା […]

ଅପରାଧ ରାଜ୍ୟ

ବଡ଼ଦାଣ୍ଡ ଡ୍ରେନ୍‌ରେ ପଡ଼ି ରିକ୍ସାଚାଳକ ମୃତ୍ୟୁ

ପୁରୀ : ବଡ଼ଦାଣ୍ଡରେ ଥିବା ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ରିକ୍ସାବାଲାଙ୍କ ପ୍ରାଣହାନି ଘଟିଛି। କୁମ୍ଭାରପଡ଼ା ଥାନା ପୁଲିସ ମାର୍କେଟ ଛକରେ ପହଞ୍ଚି ଡ୍ରେନ୍‌ ଭିତରୁ ଶବ ଜବତ କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଜିମାରେ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବଳଙ୍ଗା ଥାନା ବିଦ୍ୟାଧରପୁରର ନିଧି ଭୋଇ(୪୫) ପୁରୀରେ ରିକ୍ସା ଚଳାଇ ପରିବାର ପୋଷଣ କରିଥା’ନ୍ତି। ଗତକାଲି ରାତିରେ ସେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଶିକ୍ଷା ଋଣର ସୁଧ ହାର ବଦଳିଲା, ୨୪ଟି ଘରୋଇ ସ୍କୁଲକୁ ସରକାରୀ ଅନୁଦାନ ମିଳିବ

ଭୁବନେଶ୍ବର : ଓଡ଼ିଶାର ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସୁବିଧା ପାଇଁ ରାଜ୍ୟ ସରକାର ଅତୀତରେ ‘ଓଡ଼ିଶା ଲୋନ୍ ଷ୍ଟାଇପେଣ୍ଡ ଫଣ୍ଡ’ରୁ ଋଣ ଆକାରରେ ଆର୍ଥିକ ସହାୟତା ଯୋଗାଇ ଆସୁଥିଲେ। ଏହି ପ୍ରକ୍ରିୟା ୧୯୫୪ରୁ ୨୦୧୬ ପର୍ଯ୍ୟନ୍ତ ସାଧାରଣ, ବୈଷୟିକ ଏବଂ ବ୍ୟାବସାୟିକ ଶିକ୍ଷା ନିମନ୍ତେ ଦିଆଯାଉଥିଲା। ହେଲେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ଋଣ ରାଜିନାମା ଅନୁଯାୟୀ ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କ ଠାରୁ ବାର୍ଷିକ ୧୦% ସୁଧ, ନିଯୁକ୍ତି ପାଇଥିବା ଋଣ […]

ଅପରାଧ ରାଜ୍ୟ

ମିଳିଲାନି ନ୍ୟାୟ, ଥାନାରେ ଆଗରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ମାଲକାନଗିର ୧୯।୦୫ : ନ୍ୟାୟ ନମିଳିବାରୁ ଥାନା ସମ୍ମୁଖରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମାଲକାନଗିରି ଆଦର୍ଶ ଥାନା ସମ୍ମୁଖରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଜଣକ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି ମାଝି । ଖବର ଅନୁଯୟାୟୀ, ଗତ ୯ ତାରିଖ ଦିନ ଗଙ୍ଗଳା ଗାଁର ୧୦ ରୁ ୧୨ ଜଣ ବ୍ୟକ୍ତି ସୁକାନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ନିସ୍ତୁକ […]

ଅପରାଧ ରାଜ୍ୟ

ଲୁଟିବା ପାଇଁ ବିଜୁଳି ବିଲିଂରେ କାରସାଦି: ୨୫ ଦିନିଆ ବିଲ୍‌, ଗୋଟିକରେ ଠକୁଛନ୍ତି ୪୩ ଟଙ୍କା

ଭୁବନେଶ୍ବର : ବିଦ୍ୟୁତ ଭିତ୍ତିଭୂମି ବିକାଶ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଘନ ଘନ ବିଦ୍ୟୁତ କାଟ୍‌ ଚାଲିଛି। ପରିବହନ ଜନିତ କ୍ଷତି ମଧ୍ୟ ଡିସ୍‌କମ୍‌ କମ୍ପାନିମାନେ କମାଇ ପାରୁ ନାହାନ୍ତି। ଫଳରେ ଉପଭୋକ୍ତାଙ୍କ ମୁଣ୍ଡରେ ଆର୍ଥିକ ବୋଝ ଲଦି ଦିଆଯାଉଛି। ଏହାକୁ ନେଇ ଡିସ୍‌କମ୍‌ କମ୍ପାନି ବିବାଦରେ ରହିଥିବା ବେଳେ ଆଉ ଏକ ଗୁମର ପଦାରେ ପଡ଼ିଛି। ପୂର୍ବରୁ ୩୦ ଦିନରୁ ଅଧିକ ଦିନର ବିଲ୍‌ ତିଆରି କରି ଡିସ୍‌କମ୍‌ […]

ଅପରାଧ ରାଜ୍ୟ

‌ଗଞ୍ଜାମରେ ଶିଶୁ ବିକାଶ ଯୋଜନାର ବିକଳ ଚିତ୍ର: ବାରଣ୍ଡା, କୋଠଘର, ଭଡ଼ାଘରେ ୧୮୦୫ ଅଙ୍ଗନବାଡ଼ି କେନ୍ଦ୍ର

ବ୍ରହ୍ମପୁର/ଜଗନ୍ନାଥପ୍ରସାଦ/ଛତ୍ରପୁର : ଫଟୋରେ ପାଠକ ଦେଖୁଥିବା ଏହି ଦୃଶ୍ୟ ହେଉଛି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଛାମୁଣ୍ଡା ପଞ୍ଚାୟତ ଲକ୍ଷ୍ମଣପଲ୍ଲୀ ରୟତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାର। ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ଏହି ବିଦ୍ୟାଳୟର ବାରଣ୍ଡାରେ ଗାଁର ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କୁ କାମଚଳା ଭାବେ ପାଠ ପଢ଼ାଯିବା ସହ ପରିତ୍ୟକ୍ତ ପାଇଖାନା‌ରେ ଭୋଜନ ରୋଷେଇ ହୋଇ ପିଲାଙ୍କୁ ପରସା ଯାଏ। ଏଠାରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସୁଦଷ୍ଣା ପ୍ରଧାନଙ୍କ କହିବାନୁସାରେ, ‘ବହୁବର୍ଷ ହେଲା […]

ଅପରାଧ ରାଜ୍ୟ

ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ

ମୋହନା ୧୯।୦୫ : ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଶିଅlଳୀଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଏଭଳି ଘଟଣା ଘଟିଛି । ଯୁବକଙ୍କୁ କେହି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆର. ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ମାଛଘରl ଗାଁର କlବୁଲା ବଳିଆରସିଂ ବୁଧବାର ତାଙ୍କ ଭାଇ ସହ ଗୋଟିଏ ବାଇକ୍‌ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସେଡ୍‌ ପଛରେ ଲୁଚିଯାଉଛି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ, ଦେଖାଯାଉନି ମେଘନାଦ ପ୍ରାଚୀର

ପୁରୀ : ଭକ୍ତଙ୍କୁ ସୁବିଧା ଆଳରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବହୁ ଉଚ୍ଚର ସେଡ୍‌ ନିର୍ମାଣ ଚାଲିଛି। ପ୍ରଥମେ ସିଂହଦ୍ବାର, ଏବେ ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାରରେ ଏହି ସେଡ୍‌ ନିର୍ମାଣ କରାଯାଇଛି। ଯାହା କେବଳ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଢାଙ୍କି ଦେଉନି, ମେଘନାଦ ପାଚେରି ବି ଏହାର ପୂର୍ଣ୍ଣ ଅଢ଼ୁଆଳକୁ ଚାଲି ଆସିଛି। ଏ ନେଇ ବର୍ଷକ ତଳୁ ପ୍ରତ୍ନତତ୍ତ୍ବ ବିଭାଗ ଆପତ୍ତି ଉଠାଇ ଆସିଥିଲେ ବି ଏହାକୁ ନା ଜିଲ୍ଲା ପ୍ରଶାସନ ନାଁ ଶ୍ରୀମନ୍ଦିର ପ୍ରଶାସନ, କେହି ବି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍

ଭୁବନେଶ୍ୱର ୧୯।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୩୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ […]