କଳା ପଲ୍ସର୍ରେ ଆସି ୪୯ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
କଣ୍ଟାବାଞ୍ଜି ୧୫/୦୭: କଣ୍ଟାବାଞ୍ଜିରେ ପୁଣି କଳା ପଲସର ଆତଙ୍କ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ୪୯ହଜାର ଟଙ୍କା ଝାମ୍ପି ନେଇ କଳାପଲସରରେ ଫେରାର ହୋଇଛନ୍ତି। କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଦୟାନିଧି ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଏସବିଆଇ ବ୍ୟାଙ୍କରୁ ଟଙ୍କା ବାହାର କରି ଆଶ୍ରମପଡ଼ାରେ ଜଣକୁ ଭେଟିବାକୁ ଯାଉଥିଲେ। ଏହି ସମୟରେ କଳା ପଲସରରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କ ହାତରୁ ଟଙ୍କାକୁ ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି। ଦୟାନିଧି ଚିତ୍କାର […]