ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍‌ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ବେପାର ବୃତ୍ତିରେ ଆଶାଜନକ ଲାଭ ପାଇବେ। ସରକାରୀ କାମ ପୂରା କରିବାରେ ସାହାଯ୍ୟ ମିଳିପାରେ। ପ୍ରେମ ଆବେଦନ କରିବା ଲାଗି ଶୁଭ ସମୟ। କର୍କଟ: କାର୍ଯ୍ୟ […]

ଦେଶ ବିଦେଶ ମନୋରଞ୍ଜନ

‘ନୁସରତ ଜହାଁ ନିରୁଦ୍ଦିଷ୍ଟ!’

ବଙ୍ଗାଳୀ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ କିଛି ବର୍ଷ ହେଲା ଭିନ୍ନ ଭିନ୍ନ କାରଣରୁ ବିବାଦରେ ରହିଆସିଛନ୍ତି। ଏବେ ତାଙ୍କ ଲୋକସଭା କ୍ଷେତ୍ରରେ ‘ନୁସରତ ଜହାଁ ନିରୁଦ୍ଦିଷ୍ଟ!’ ଶୀର୍ଷକ ପୋଷ୍ଟର୍‌ମାନ ଦେଖିବାକୁ ମିଳିଛି। ତେବେ ବାସ୍ତବରେ ସେ ନିଖୋଜ ହୋଇନାହାନ୍ତି। ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ନିୟମିତ ମନୋମୁଗ୍ଧକର ଫଟୋ ଛାଡ଼ି ସେ ନିଜର ସୁରକ୍ଷା ଓ ଉପସ୍ଥିତି ଜାହିର କରୁଛନ୍ତି। ତେବେ ଦୀର୍ଘ ଦିନ ଧରି ସେ ନିଜର ସଂସଦୀୟ କ୍ଷେତ୍ରରେ ଅନୁପସ୍ଥିତ ରହିବାରୁ […]

ଅପରାଧ ରାଜ୍ୟ

କୁଖ୍ୟାତ ଲୁଟେରା ଆୟୁଷ ସମେତ ୫ ଗିରଫ; ୧୦ଭରି ସୁନା, ୮ ମୋବାଇଲ୍ ଓ ବାଇକ୍ ଜବତ

ଭୁବନେଶ୍ବର : ଲୁଟ୍‌ପାଟ୍‌ କରି ରାଜଧାନୀ‌ରେ ଆତଙ୍କ ଖେଳାଇଥିବା କୁଖ୍ୟାତ ଲୁଟେରା ଆୟୁଷ୍ମାନ ତ୍ରିପାଠୀକୁ ଗିରଫ କରିଛି ତମା‌ଣ୍ଡୋ ଥାନା ପୁଲିସ। ତମାଣ୍ଡୋରେ ଜଣେ ମହିଳାଙ୍କ ମୋବାଇଲ୍ ଝାମ୍ପୁଥିବା ବେଳେ ଆୟୁଷ ଓ ତା’ ସହଯୋଗୀ ନିର୍ମଳ ରଣସିଂହ ଓରଫ ମିଥୁନ୍‌ ଲୋକଙ୍କ ହାତରେ ଧରାପଡ଼ିଥିଲେ। ପରେ ପୁଲିସ୍‌ ତା’ର ଅନ୍ୟତମ ସହଯୋଗୀ ତଥା ଲୁଟ୍ ଜିନିଷ ବିକ୍ରି କରୁଥିବା ଭୀମଟାଙ୍ଗିର ଲୋକନାଥ ଓରଫ ବାପି, ଚୋରା ସୁନା ବେପାରୀ ୨ ଭାଇ ଶରତ ଓ ଭରତକୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ ବେଳେ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ଧଉଳି: ଉତ୍ତରା ଛକରୁ ଲିଙ୍ଗିପୁର ଅଭିମୁଖେ ବେଆଇନ ଭାବେ ମାଙ୍କଡ଼ା ପଥର ନେଇ ଯାଉଥିବା ଏକ ଟ୍ରକକୁ ଭୁବନେଶ୍ବର ତହସିଲ ପକ୍ଷରୁ ଅଟକାଇବାକୁ ଉଦ୍ୟମ କରିବା ବେଳେ ଦୁର୍ଘଟଣା ଘଟିଛି। ଚଢ଼ଉରୁ ବର୍ତ୍ତିବା ପାଇଁ ଟ୍ରକଟି ଦ୍ରୁତଗତିରେ ଯିବା ବେଳେ ଏକ ବାଇକ୍‌ର ପଛ ଚକ ଉପରେ ଚଢ଼ି ଯାଇଥିଲା। ଏଥିରେ କଟକ ଜିଲ୍ଲା ନିଆଳି ଅଞ୍ଚଳର ଅନିଲ କୁମାର ଦାସ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ ୧୪ ମାସର କୁନି […]

ଅପରାଧ ରାଜ୍ୟ

ବିବାହିତ ମହିଳାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା, ସିସି କ୍ୟାମେରା ଚିତ୍ର; ସେକ୍ଟର୍‌ ୬ ପାର୍କପଟୁ ସାଇକଲରେ ଆସିଛନ୍ତି ଏକୁଟିଆ

କଟକ: କୃଷକବଜାରରେ ଅଚିହ୍ନା ମହିଳା ଜଣକ ପିଏଚ୍‌ଡି ପାଣି ଟାଙ୍କି ଉପରୁ ତଳେ ପଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଛି। ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟୋରି ଏବେ ଏଭଳି ଆକଳନ କରୁଛି। ମହିଳା ଜଣକ ଯେଉଁ ସ୍ଥାନରେ ପଡ଼ିଥିଲେ ତାଙ୍କର ହାତରେ ଥିବା ନାଲି ଚୁଡ଼ି ଭାଙ୍ଗି ଆଖପାଖରେ ପଡ଼ିଥିବା ବେଳେ ଅଣ୍ଟା ଓ ଡାହାଣ ଗୋଡ଼ର ଆଣ୍ଠୁ ହାଡ଼ ଭାଙ୍ଗିଥିବା ବଡ଼ ଡାକ୍ତରଖାନାର ଏକ୍ସରେରୁ ସ୍ପଷ୍ଟ ହୋଇଛି। ଯେଉଁଠି ଶବ ପଡ଼ିଥିଲା ପାଦ ନିକଟରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରାଥମିକ ଶିକ୍ଷାରେ ସମ୍ବଲପୁର ପଛୁଆ କାହିଁକି?

ସମ୍ବଲପୁର : ଦେଶର ସରକାରୀ ସ୍କୁଲ୍ ଗୁଡ଼ିକରେ ପ୍ରାଥମିକ ଶିକ୍ଷାର ସ୍ଥିତି ସଂପର୍କରେ ଜାତୀୟ ଶୈକ୍ଷିକ ଅନୁସଂଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ବାରା କରା ଯାଉଥିବା ଜାତୀୟ ଉପଲବ୍‌ଧି ସର୍ବେକ୍ଷଣ (ନାସ୍‌)ରେ ଓଡ଼ିଶାର ସ୍ଥାନ ଜାତୀୟ ସ୍ତରରେ ଯଥେଷ୍ଟ ତଳେ ରହିଛି। ତୃତୀୟ, ପଞ୍ଚମ ଓ ଅଷ୍ଟମ ତିନିଟି ଶ୍ରେଣୀର ପ୍ରଦର୍ଶନକୁ ନେଇ ହେଉଥିବା ସର୍ଭେରେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରାହାରିର ଯଥେଷ୍ଟ ତଳେ ରହିଛି। ଏହାଠୁ ଅଧିକ ଉଦ୍‌ବେଗର ବିଷୟ‌ ଯେ […]

ଅପରାଧ ରାଜ୍ୟ

୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

ନବରଙ୍ଗପୁର : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଅପହରଣ! ଏହାପରେ ୭୦ ହଜାର ଟଙ୍କାରେ ବିକ୍ରି ସହିତ ଦୁଷ୍କର୍ମ କରାଯାଇଛି। ! ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ର ଜଣେ ଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଯୁବତୀଙ୍କ କହିବା ହେଲା, କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଅଞ୍ଚଳର ଅମିତ ତାଣ୍ଡି ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ମାର୍ଚ୍ଚ ୩୦ ତାରିଖରେ ଧର୍ମଗଡ଼ ନେଇ ଯାଇଥିଲେ। ସେଠାରୁ ପୁଣି ଖରିଆର ରୋଡ୍‌ ନେଇ ଗୋଟିଏ […]

ଅପରାଧ ରାଜ୍ୟ

ବେକାର ଯୁବକ-ଯୁବତୀଙ୍କୁ ନକଲି ନିଯୁକ୍ତିପତ୍ର: ଠକ ସଂସ୍ଥାର ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ବେହେରାମାଲଠାରେ ଏକ ଅଫିସ ଖୋଲି ନକଲି ନିଯୁକ୍ତିପତ୍ର ଦେଇ ବେକାର ଯୁବକ-ଯୁବତୀମାନଙ୍କୁ ଠକୁଥିବା ଏକ ସଂସ୍ଥା ପୁଲିସ ହାତରେ ଧରାପଡ଼ିଛି। ଏହି ସଂସ୍ଥା ଚଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଏସ୍‌ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସଂସ୍ଥା ବିଭିନ୍ନ ଗାଁ ଗଣ୍ଡାରେ ମହିନ୍ଦ୍ରା ସୋରୁମ୍‌ରେ ନିଯୁକ୍ତି ପାଇଁ ପୋଷ୍ଟର ମାଧ୍ୟମରେ ବିଜ୍ଞାପିତ କରୁଥିଲେ। ଏଥିରେ ବେକାର ଯୁବକ-ଯୁବତୀମାନଙ୍କୁ ପ୍ରଲୋଭିତ କରିବା ପାଇଁ ୨୦ ରୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭାରତରେ ପଢ଼ିପାରିବେ ଭାରତୀୟ ବଂଶୋଦ୍ଭବ

ଭୁବନେଶ୍ବର : ବିଦେଶରେ ବସବାସ କରୁଥିବା ତଥା ଭାରତୀୟ ବଂଶୋଦ୍ଭବଙ୍କୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ମିଳିବ। ନନ୍‌-ରେସିଡେଣ୍ଟ ଇଣ୍ଡିଆନ୍‌ (ଏନ୍‌ଆରଆଇ), ପର୍ସନ ଅଫ୍‌ ଇଣ୍ଡିଆନ୍‌ ଓରିଜି ନ୍‌(ପିଆଇଓ) ଓ ଓସିଆଇଙ୍କ ପାଇଁ ଦେଶର ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ଏନ୍‌ଆଇଆରଏଫ୍‌ ରୢାଙ୍କ ହାସଲ କରିଥିବା ଶିକ୍ଷାନୁଷ୍ଠାନ ଯଥା ଏନ୍‌ଆଇଟି, ଆଇଆଇଆଇଟି, କେନ୍ଦ୍ରୀୟ-ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଆଇଟି ବ୍ୟତୀତ)ରେ ୧୫% ସିଟ୍‌ ସଂରକ୍ଷିତ ରହିବ। ଏଥିପାଇଁ ଡାଇରେକ୍ଟ ଆଡମିସନ ଅଫ୍‌ ଷ୍ଟୁଡେଣ୍ଟ ଆବ୍ରଡ୍‌(ଦାସା)-୨୦୨୨-୨୩ ଯୋଜନା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶୈଳବାଳା କଲେଜର ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ

ଭୁବ‌ନେଶ୍ବର : କଟକର ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ ହେଲା ପରେ ସରକାର ପଛକୁ ହଟିଛନ୍ତି। ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଲେଜ ପରିସରରେ ଥିବା ମଧୁସ୍ମୃତି କୋଠା, ଖେଳପଡ଼ିଆ ଓ ୪ ମହଲା ହଷ୍ଟେଲ୍‌କୁ ଅଧିଗ୍ରହଣ ପାଇଁ କରାଯାଇଥିବା ସଂକଳ୍ପପତ୍ର ଉପରେ ଏବେ ଆଉ କୌଣସି ପଦକ୍ଷେପ ନିଆଯିବ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ […]