ରାଜ୍ୟ ରାଶିଫଳ

ଆଜି ଠାରୁ ୨୭ ଦିନ ଯାଏଁ ବଦଳିବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ, ଶୁକ୍ରଙ୍କ କୃପାରୁ ହେବ ଧନର ବର୍ଷା

ନୂଆଦିଲ୍ଳୀ ୨୩।୦୫: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଥାଏ। କାହିଁକି ନା ରାଶି ତାଙ୍କ ଦିଗ ଅନୁସାରେ ରାଶି ପରିବର୍ତ୍ତନ କରନ୍ତି। ଶୁକ୍ର ଗ୍ରହ ୨୩ ମେ ରାତିରେ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଗମନାଗମନରେ ସମସ୍ତ ରାଶି ଲୋକଙ୍କ ଜୀବନକୁ ପ୍ରଭାବିତ କରିବ । କିନ୍ତୁ ଏହି ରାଶି ପରିବର୍ତ୍ତନ ୫ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ। […]

ଅପରାଧ ରାଜ୍ୟ

ଜୁଆ ଖେଳରୁ ରଣକ୍ଷେତ୍ର ପାଲଟିଲା ଯାତ୍ରା ପଡ଼ିଆ, ପୁଲିସକୁ ପିଟିଲେ

ବାଲିପାଟଣା : ବାଲିପାଟଣା ଥାନା ରାଜସ କୃଷ୍ଣପୁର ଯାତ୍ରାରେ ଚାଲୁଥିବା ଜୁଆ ଖେଳକୁ ବନ୍ଦ କରିବାକୁ ଆସିଥିବା ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକେ ସ୍ପେସାଲ ସ୍କ୍ୱାଡ୍‌ କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଟେକା ପଥର ମାଡ଼ କରିଥିଲେ। ପୁଲିସ କର୍ମଚାରୀ ଆଣିଥିବା ଗାଡ଼ି ଛାଡ଼ି ଜୀବନ ବଞ୍ଚାଇବାକୁ ଛତ୍ରଭଙ୍ଗ ଦେଇଥିଲେ। ସୂଚନା ପାଇ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଗାଡ଼ି ଉଦ୍ଧାର କରିଛି। ଏହାପରେ ଅଧାରୁ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିପର୍ଯ୍ୟୟ ଘଟାଇଲେ ଯୁବ ଗ୍ରାଣ୍ଡମାଷ୍ଟର୍ ପ୍ରଜ୍ଞାନନ୍ଦା, ବିଶ୍ୱ ଚାମ୍ପିଅନ କାର୍ଲସେନଙ୍କୁ ପୁଣି ଥରେ ହରାଇଲେ

ନୂଆଦିଲ୍ଲୀ, ୨୨/୦୫: ଭାରତର ଯୁବ ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନନ୍ଦା ପୁଣିଥରେ ବିଶ୍ୱ ଚାମ୍ପିଅନ୍‌ ମାଗନସ୍‌ କାର୍ଲସେନ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଏହି ବିଜୟ ସହ ସେ ଚଳିତ ଚେସେବଲ୍‌ ମାଷ୍ଟର୍ସ ଅନ୍‌ଲାଇନ୍‌ ‌ରାପିଡ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିଛନ୍ତି । ୧୬ ବର୍ଷୀୟ ପ୍ରଜ୍ଞାନନ୍ଦା ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ ଏୟାରଥିଙ୍ଗ୍‌ସ ମାଷ୍ଟର୍ସରେ ପ୍ରଥମ ଥର କାର୍ଲସେନ୍‌ଙ୍କୁ ହରାଇ ଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟରେ ସେ […]

ଅପରାଧ ମନୋରଞ୍ଜନ ରାଜ୍ୟ

ଭୁବନେଶ୍ବର : ସହ-ଅଭିନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ୨ଲକ୍ଷ ଟଙ୍କା ହଡ଼ପ କରିବା ଏବଂ ବିବାହ କରିବାକୁ କହି ଶାରୀରିକ ସଂପର୍କ ରଖିବା ଘଟଣାରେ ଶନିବାର ଦିନ ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟ ଧାରାବାହିକ ଅଭିନେତା ଏମ୍. ସୁମନ କୁମାରଙ୍କ ଜାମିନ୍ ଖାରଜ କରିଛନ୍ତି। ସୁମନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅଭିଯୋଗକାରିଣୀଙ୍କ ଏତଲାକୁ ମିଥ୍ୟା ବୋଲି ଦର୍ଶାଇଥିଲେ। ଯୁକ୍ତି ବାଢ଼ିଥିଲେ, ଅଭିଯୋଗକାରିଣୀ ସୁମନଙ୍କଠାରୁ ୪ ଲକ୍ଷ ଟଙ୍କା ଧାର ନେଇଥିଲେ। ଟଙ୍କା ମାଗିବାରୁ ସେ ଫାଙ୍କିଥିଲେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କେବେ ଆଫ୍ରିକା ଗସ୍ତ କରି ନାହାନ୍ତି, ତଥାପି ସଂକ୍ରମିତ; ଅନ୍ୟ ଦେଶରେ କିପରି ବ୍ୟାପୁଛି ମଙ୍କିପକ୍ସ ? WHO ଦେଲା ଜବାବ

ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ମଙ୍କିପକ୍ସକୁ ନେଇ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର କହିଛି, ଗତ ୧୦ ଦିନରେ ୧୨ଟି ଦେଶରୁ ୯୨ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏହି ସଂଖ୍ୟା ସ୍ପଷ୍ଟ ଦର୍ଶାଉଛି ଯେ, ଆଗାମୀ ଦିନରେ ଏହି ମାମଲା ଆହୁରି ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ ବ୍ରିଟେନ, ସ୍ପେନ, ପର୍ତ୍ତୁଗାଲ, ଇଟାଲୀ, ଆମେରିକା, କାନାଡାରେ ମଙ୍କିପକ୍ସର ଏପରି ରୋଗୀ ଚିହ୍ନଟ ହୋଇଛନ୍ତି ଯେଉଁମାନେ ପୂର୍ବରୁ କେବେ ବି ଆଫ୍ରିକା ଯାଇ ନାହାନ୍ତି। ସୂଚନାଯୋଗ୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୨୨୬ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୨/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ କାୟା ମେଲାଇବା ପରେ ଖସିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି କମିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ରାଜ୍ୟ

​ଡାକ୍ତରୀ ଆଡମିସନ୍ ନାଁରେ ୩୨ଲକ୍ଷ ଠକେଇ: ୨ ଅଣଓଡ଼ିଆ ଠକ ଗିରଫ

ଚନ୍ଦ୍ରଶେଖରପୁର : ବଡ଼ବଡ଼ ମେଡିକାଲ କଲେଜର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଉଥିଲେ। ତାରକା ହୋଟେଲରେ ରହିବା ସହ ବିଳାସପୂର୍ଣ୍ଣ କାର୍‌ରେ ଯିବା ଆସିବା କରୁଥିଲେ। ଠକେଇ ଟଙ୍କାରେ ବିମାନରେ ଉଡ଼ି ଅଏସ କରୁଥିଲେ। ବେଶ ପୋଷାକରୁ ବେଶ୍‌ ସମ୍ଭ୍ରାନ୍ତ ଲାଗୁଥିବା ଏହି ଦୁଇ ବ୍ୟକ୍ତି ପ୍ରକୃତରେ ଥିଲେ ଠକ। ଏଭଳି ଦୁଇ ଠକଙ୍କୁ ଇନ୍‌ଫୋସିଟି ଥାନା ପୁଲିସ କୋଲକାତା ଓ ବିହାରରୁ ଗିରଫ କରିଛି। ଏମାନେ ଜଣେ ଛାତ୍ରୀଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଠକିଥିବା […]

ଅପରାଧ ଦେଶ ବିଦେଶ

ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର; ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ଯବାନ

ରାୟପୁର: ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର। ହନିଟ୍ରାଫ୍‌ରେ ଫସି ଲିକ୍ କରୁଥିଲେ ଦେଶର ସୁରକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଶେଷରେ ରାଜସ୍ଥାନ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି ସେନାରେ ଥିବା ପ୍ରଦୀପ କୁମାର। ରାଜସ୍ଥାନ ପୁଲିସ ଏହି ସୂଚନା ଦେଇଛି। ରାଜସ୍ଥାନ ପୁଲିସ ଇଣ୍ଟେଲିଜେନ୍ସ ଡିଜି ଉମେଶ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି” ରାଜସ୍ଥାନ ପୁଲିସ ଯୋଧପୁରର ଗୁରୁତ୍ୱପୂର୍ଣ୍ଣ ରେଜିମେଣ୍ଟରେ ନିଯୁକ୍ତ ଥିବା ଜଣେ ସେନା ଯବାନଙ୍କୁ ଗିରଫ […]

ଅପରାଧ ରାଜ୍ୟ

ବରପଦା ଇଞ୍ଜିନିୟରିଂ କଲେଜରେ ଥମୁନି ବିବାଦ : ଆନ୍ଦୋଳନରୁ ଓହରିବାକୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିବେଦନ କଲେ ଅନ୍ୟ କର୍ମଚାରୀ

ଭଦ୍ରକ, ୨୨/୦୫: ଭଦ୍ରକ ଜିଲ୍ଲାର ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ ବରପଦା ଇଂଜିନିୟରିଂ କଲେଜରେ ବିବାଦ । ସାମ୍ବାଦିକ ସମ୍ମିଳନୀ କଲେ କଲେଜ କର୍ମଚାରୀ । ଗୋଟିଏ ପଟେ କଲେଜରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଦରମା ପାଉ ନଥିବା ଅଭିଯୋଗ କରି କଲେଜ ଗେଟ ସମ୍ମୁଖରେ କିଛି ଦିନ ଧରି ଧାରଣାରେ ବସି ରହିଛନ୍ତି । ଅନ୍ୟପଟେ ରବିବାର କଲେଜର ଆଉ କିଛି କର୍ମଚାରୀ ସାମ୍ବାଦିକ ସମ୍ମିଳନୀ କରି କଲେଜକୁ ବନ୍ଦ କରିବା ଲାଗି ଷଡଯନ୍ତ୍ର କରାଯାଉଛି […]

ଅପରାଧ ରାଜ୍ୟ

କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ମୃତଦେହ ରଖି ରାଜପଥ ଅବରୋଧ କଲେ ଗ୍ରାମବାସୀ

ମାଲକାନଗିରି, ୨୨/୦୫: ସଡକ ଦୁର୍ଘଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ରାସ୍ତା ଉପରେ ମୃତଦେହ ରଖି ମାଲକାନଗିରି-ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ଗୋଟିଯୋଡି ଗାଁ ନିକଟରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏଥିରେ ଗୁରୁ ହନ୍ତାଳ ନାମକ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ମେଡିକାଲ ନିଆଯାଉଥିବା ସମୟରେ […]