ପଦାର୍ପଣରେ ଗୁଜରାଟ ଟାଇଟନ୍ସ ଫାଇନାଲ୍ରେ
କୋଲ୍କାତା: ଆଇପିଏଲ୍ର ନବାଗତ ଦଳ ଗୁଜରାଟ ଟାଇଟନ୍ସ କେବଳ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହି ପ୍ଲେ ଅଫ୍ ଆସିନାହିଁ, ପଦାର୍ପଣ ଋତୁରେ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ମଙ୍ଗଳବାର ଅନାୟାସରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ପରାସ୍ତ କରି ଟ୍ରଫି ହାସଲଠାରୁ ଗୋଟିଏ ବିଜୟ ଦୂରରେ ପହଞ୍ଚିଯାଇଛି। ଜୋସ ବଟଲର୍ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୮୮ ରନ୍) ବଳରେ ରାଜସ୍ଥାନ ରୟାଲ୍ସ ୧୮୮ ରନ୍ର ଲଢ଼ୁଆ ସ୍କୋର ଛିଡ଼ା କରିଥିଲା। କିନ୍ତୁ […]