ଆମେରିକା ସ୍ତବ୍ଧ: ସ୍କୁଲ୍ରେ ପଶି ଗୁଳିମାଡ଼, ୧୯ ଶିଶୁ ମୃତ
ୱାସିଂଟନ୍ : ଆମେରିକାର ଟେକ୍ସାସ୍ ରବ୍ ଏଲିମେଣ୍ଟାରି ସ୍କୁଲ୍ରେ ପଶି ଜଣେ ୧୮ ବର୍ଷୀୟ ଯୁବକ ଆଖିବୁଜା ଗୁଳିମାଡ଼ କରିବାରୁ ୧୯ ଶିଶୁଙ୍କ ସମେତ ମୋଟ୍ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି। ଆକ୍ରମଣକାରୀ ସ୍କୁଲ୍ର ଗୋଟିଏ କକ୍ଷକୁ ଟାର୍ଗେଟ୍ କରିଥିଲା ଏବଂ ଅଚାନକ କକ୍ଷ ମଧ୍ୟରେ ଧସେଇ ପଶି ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ସ୍କୁଲ୍ରେ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ଗ୍ରେଡ୍ର ଶିଶୁ ପାଠ ପଢ଼ୁଥିଲେ। […]