ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ମଦ୍ୟପଙ୍କ ପରିସ୍ରା: ୩୦ ଦିନ ଯାତ୍ରା କଟକଣା ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ବିଜ୍‌ନେସ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଉପରେ ଜଣେ ମଦ୍ୟପ ସହଯାତ୍ରୀ ପରିସ୍ରା କଲେ। ମହିଳା ଜଣକ ଏ ବିଷୟରେ ଜଣାଇବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଯାତ୍ରୀଙ୍କ ଉପରେ ୩୦ ଦିନ ଯାତ୍ରା କଟକଣା ଲଗାଇଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ସାଧାରଣ ଯାତ୍ରୀ ଓ ବିଶେଷତଃ ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିମାନ ସଂସ୍ଥା ଆଦୌ ସଚେତନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୋନିଆ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇପଡ଼ିଛନ୍ତି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌ରେ ସୋନିଆ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ୭୬ ବର୍ଷୀୟା ବରିଷ୍ଠ କଂଗ୍ରେସ ନେତ୍ରୀ ରୁଟିନ ଚେକ୍‌ଅପ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି କୁହାଯାଉଛି। ମିଳିଥିବା ସୂଚନାନୁଯାୟୀ, ସୋନିଆଙ୍କ ଶ୍ବାସନଳିରେ ସଂକ୍ରମଣ ହୋଇଛି। ମଙ୍ଗଳବାରଠାରୁ ସୋନିଆ ଅସୁସ୍ଥ ଥିବାରୁ ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆଜି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫୋନ୍‌ପେ ପାଇଁ ୱାଲ୍‌ମାର୍ଟକୁ ୮୨୦୦ କୋଟିର ଟିକସ ନୋଟିସ୍‌

ନୂଆଦିଲ୍ଲୀ : ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟକୁ ପରିଚାଳନା କରୁଥିବା ଆମେରିକାର ରିଟେଲ୍‌ ସଂସ୍ଥା ୱାଲ୍‌ମାର୍ଟକୁ ୧୦୦ କୋଟି ଡଲାର (୮୨୦୦ କୋଟି ଟଙ୍କାରୁ ଅଧିକ) ଟିକସ ନୋଟିସ୍‌ ପଠାଯାଇଛି। ଫୋନ୍‌ପେର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରଣରେ ହୋଇଥିବା କାରବାର ବାବଦରେ ଏହି ନୋଟିସ୍‌ ପଠାଯାଇଥିବା କୁହାଯାଉଛି। ଡିଜିଟାଲ୍‌ ପେମେଣ୍ଟ୍‌ କଂପାନି ଫୋନ୍‌ପେ ପୂର୍ବରୁ ଫ୍ଲିପ୍‌କାର୍ଟର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାବେ ପରିଚାଳିତ ହେଉଥିଲା। ନିକଟରେ ଏହା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଆଗକୁ ବଢ଼ିବାକୁ […]

ଅପରାଧ ରାଜ୍ୟ

ନକଲି ଔଷଧ: ନିୟନ୍ତ୍ରଣରେ ନାହିଁ ଅନ୍‌ଲାଇନ୍‌ କାରବାର

ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧର ସାଂଘାତିକ ସ୍ଥିତି ଉପୁଜିଲାଣି। ୨୦୨୨ ମସିହାରେ କେବଳ ୧୦ରୁ ଅଧିକ ନକଲି ଔଷଧ ରାଜ୍ୟରେ ଚିହ୍ନଟ ହୋଇସାରିଲାଣି। ତହିଁରୁ କିଛି ଔଷଧ ରାଜ୍ୟ ବାହାରୁ ଆସିଥିବା ବେଳେ ଆଉ କେତେକ ରାଜ୍ୟ ଭିତରେ ପ୍ରସ୍ତୁତ ହୋଇଛି। ଏଭଳି ଅନେକ ନକଲି ଔଷଧ ଆଦୌ ଚିହ୍ନଟ କରିବାରେ ସକ୍ଷମ ହୋଇପାରିନାହିଁ ଭେଷଜ ନିର୍ଦେଶାଳୟ। ତେବେ ଚିହ୍ନଟ ସମସ୍ତ ନକଲି ଔଷଧ ହୋଲସେଲ୍‌ ଓ ଖୁଚୁରା ଦୋକାନରୁ ଜବତ ହୋଇଥିବା ବେଳେ ଅନ୍‌ଲାଇନ୍‌ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ହେବ ଜଳ ସୁରକ୍ଷିତ ରାଜ୍ୟ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ରାଜ୍ୟ ସରକାର ବି ଏ କ୍ଷେତ୍ରରେ ପଛରେ ନାହାନ୍ତି। ୨୦୨୩ ବଜେଟ୍‌ ନିର୍ବାଚନୀ ବଜେଟ୍‌ ହେବ। ଏବର୍ଷ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିବା ଲାଗି ବିଭିନ୍ନ ବିଭାଗ ନକ୍ସା ପ୍ରସ୍ତୁତ କରୁଛନ୍ତି। ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଖୁବ୍‌ ଶୀଘ୍ର ସରକାର ଚାଷୀ ଭୋଟ୍‌କୁ କରାୟତ କରିବା ଲାଗି ଗୋଟିଏ ବଡ଼ କାର୍ଡ ଖେଳିବାକୁ ଯାଉଛନ୍ତି। […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲା: କେମିତି ୩ ଘଣ୍ଟାରେ ପୁଲିସ ଅଭିଯୁକ୍ତଙ୍କୁ ଧରିଲା

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ବଲେନୋ କାର୍‌ଟି ସ୍କୁଟିରେ ଯାଉଥିବା ୨୦ ବର୍ଷୀୟା ମହିଳା ଅଞ୍ଜଳିଙ୍କୁ ଧକ୍କା ଦେଇ ତାଙ୍କୁ ୪ କିମି ଯାଏ ଘୋଷାରି ନେଇଥିଲା। ଡିସେମ୍ବର ୩୧ ତାରିଖ ରାତିରେ ଘଟିଥିବା ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିବାର ମାତ୍ର ତିନିଘଣ୍ଟା ଭିତରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ରାତ୍ରି ୨ଟା ୨୨ରେ ପୁଲିସ ଏକ ପିସିଆର୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ଆଜିଠୁ ୫ଜି ସେବା

ଭୁବନେଶ୍ବର : ଦେଶର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଓଡ଼ିଶାରେ ୫ଜି ଟେଲିକମ୍ ସେବା ଆରମ୍ଭ ହେବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫ଜି ସେବାର ଶୁଭାରମ୍ଭ କରିବେ। ଓଡ଼ିଶାରେ ୫ଜି ସେବା ଆରମ୍ଭ କରିବା ପାଇଁ ରିଲାଏନ୍ସ ଜିଓ […]

ଅପରାଧ ରାଜ୍ୟ

ବିଜେବି କଲେଜରେ ପୁଣି ରାଗିଂ, ଛାତ୍ରଙ୍କୁ ଗଡ଼େଇତଡ଼େଇ ପିଟିଲେ

ଭୁବନେଶ୍ବର : ୨୦ରୁ ଅଧିକ ଛାତ୍ର ଘେରିଯାଇ ଭୟର ବାତାବରଣ ସୃଷ୍ଟି କଲେ। ଗଛ ତଳେ ଜଣେ ଛାତ୍ର (ନାମ ଗୋପନ ରଖାଯାଇଛି)ଙ୍କୁ ବସାଇ ଅକଥନୀୟ ନିର୍ଯାତନା ଦେଲେ। ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଚାପୁଡ଼ା ଉପରେ ଚାପୁଡ଼ା, ଗୋଇଠା, ଧକ୍କା ମାରି ଚାଲିଲେ। ୫ରୁ ଅଧିକ ଛାତ୍ର ତାଙ୍କୁ ତଳେ ପକାଇ ଗଡ଼େଇ ତଡ଼େଇ ପିଟିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଜେବି କ୍ୟାମ୍ପସରେ। ଜଣେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ କିଛି […]

ଦେଶ ବିଦେଶ ରାଜନୀତି

ଦକ୍ଷିଣ ରାଜ୍ୟ ଉପରେ ବିଜେପିର ଫୋକସ୍‌: ମିସନ କର୍ଣ୍ଣାଟକ, ତେଲେଙ୍ଗାନା ପାଇଁ ରଣନୀତି ପ୍ରସ୍ତୁତ

ନୂଆଦିଲ୍ଲୀ: ଉତ୍ତର ଭାରତରେ ନିର୍ବାଚନୀ ସଫଳତା ପାଇଥିବା ବିଜେପିର ଫୋକସ ଏବେ ଦକ୍ଷିଣ ରାଜ୍ୟ ଉପରେ ରହିଛ। ଦଳ କର୍ଣ୍ଣାଟକ ଓ ତେଲେଙ୍ଗାନା ମିସନକୁ ସଫଳ କରିବା ପାଇଁ ଯୋଜନାବଦ୍ଧ ରଣନୀତିରେ ଆଗକୁ ବଢ଼ୁଛି। କଂଗ୍ରେସର ଦୁର୍ବଳ ସାଂଗଠନିକ ସ୍ଥିତିର ଫାଇଦା ଉଠାଇ ବିଭିନ୍ନ ଆଞ୍ଚଳିକ ଦଳ ଏବେ ଶକ୍ତିଶାଳୀ ସ୍ଥିତିରେ ଥିବାରୁ ବିଜେପି ପାଇଁ ଚ୍ୟାଲେଞ୍ଜ ବଢ଼ିଯାଇଛି। ଏହା ସତ୍ତ୍ବେ ବିଜେପି ପୌରନିର୍ବାଚନଗୁଡ଼ିକରେ ମିଳିଥିବା ସଫଳତାକୁ ପାଥେୟ କରି ବଡ଼ ଆଶା ନେଇ ଆଗକୁ ବଢ଼ୁଛି। […]

ଦେଶ ବିଦେଶ ରାଜନୀତି

ଜାନୁଆରି ୨୭ରେ ହେବ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆସନ୍ତା ଜାନୁୟାରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିୟମରେ ସ୍କୁଲ୍ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୩’ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି ଯେଉଁଥିରେ ସାରା ଦେଶ ଓ ବିଦେଶରୁ ମଧ୍ୟ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ […]