ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମୃତ୍ୟୁର ମୁଖ୍ୟ କାରଣ କୋଭିଡ୍‌-୧୯ ନ ଲେଖିବାକୁ ଚୀନା ଡାକ୍ତରମାନଙ୍କୁ ନିର୍ଦେଶ

ବେଜିଙ୍ଗ୍‌: କରୋନାଭାଇରସ୍‌ଜନିତ ମୃତ୍ୟୁ ଯୋଗୁଁ ସମଗ୍ର ଚୀନ୍‌ରେ ଥିବା ଶବ ସତ୍କାର ଗୃହ ପୂର୍ଣ୍ଣ ହୋଇ ଶବ ବଳି ପଡୁଥିଲେ ବି ଚୀନ୍‌ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫୦୦୦ରୁ ସାମାନ୍ୟ ଅଧିକ ବୋଲି ଉଲ୍ଲେଖ କରୁଛି। ସମ୍ବାଦ ସରବରାହ ସଂସ୍ଥାନ ‘ଏନ୍‌ଟିଡି’ ରିପୋର୍ଟ କରିଛି ଯେ, କୋଭିଡ୍‌-୧୯ ମୃତ୍ୟୁର ମୁଖ୍ୟ କାରଣ ବୋଲି ଉଲ୍ଲେଖ ନ କରିବାକୁ ଚୀନ୍‌ର ଡାକ୍ତରମାନଙ୍କୁ କୁହାଯାଇଛି। ‘ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ‘ଏନ୍‌ଟିଡି’ ରିପୋର୍ଟ କରିଛି ଯେ, ବେଜିଙ୍ଗ୍‌ସ୍ଥିତ ଏକ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବେଜିଂରେ ସଂକ୍ରମଣ ଅଣାୟତ୍ତ: ହସ୍ପିଟାଲ୍‌‌ରେ ବେଡ୍‌ ନାହିଁ, ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସା

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଅତି ସାଂଘାତିକ ଭାବେ ବଢ଼ିଚାଲିଛି। ବେଜିଂ ସ୍ଥିତି ଅତି ଜଟିଳ ରହିଛି। ବେଜିଂରେ ହସ୍ପିଟାଲ୍‌ଗୁଡ଼ିକରେ ଆଉ ବେଡ୍‌ ମିଳୁନି। ଲୋକମାନେ ହସ୍ପିଟାଲ୍‌ ହଲ୍‌ୱେରେ ଷ୍ଟ୍ରେଚର୍‌ରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକ ମଧ୍ୟ ହ୍ବିଲଚେୟାରରେ ଅକ୍ସିଜେନ୍‌ ନେଉଛନ୍ତି। ଗୁରୁବାର ବେଜିଂର ଚୁଆଙ୍ଗଲିଉ ହସ୍ପିଟାଲ୍‌ରେ ବେଡ୍‌ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। କିନ୍ତୁ ଏହାସତ୍ତ୍ବେ ବି ଗୁରୁତର ରୋଗୀ ସବୁ ହସ୍ପିଟାଲକୁ ଆସୁଥିବାରୁ ଡାକ୍ତର ଏବଂ ନର୍ସଙ୍କ ଉପରେ ଚାପ ବଢ଼ିଛି। ସେମାନେ ଅତି ଗୁରୁତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ବର : ରାଜ୍ୟକୁ ଶୀତ ଫେରିଛି। ତାପମାତ୍ରା ଧୀ‌ରେ ଧୀରେ ଖସିବା ଆରମ୍ଭ ହୋଇଗଲାଣି। ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତରାତିରେ ଦ୍ବୈତନଗରୀ ଭୁବନେଶ୍ବର ଓ କଟକର ରାତି ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିଥିଲା। କଟକର ସର୍ବନିମ୍ନ ୧୫.୨ଡିଗ୍ରି ଓ ଭୁବନେଶ୍ବରରେ ୧୫.୮ ଡିଗ୍ରି ରହିଥିଲା। ସେହିପରି ଗତ ମଧ୍ୟରାତିରୁ ଆରମ୍ଭ ହୋଇଥିବା କୁହୁଡ଼ି […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ଆତଙ୍କ: ଅଞ୍ଜଳିଙ୍କୁ ଘୋଷାରି ନେଇଥିବା କାର୍‌ର ମାଲିକ ଗିରଫ

ନୂଆଦିଲ୍ଲୀ: ଜାନୁଆରି ପହିଲାରେ (ରାତି ୨ଟା) ୨୦ ବର୍ଷୀୟ ଅଞ୍ଜଳିଙ୍କୁ କିଛି କିଲୋମିଟର୍‌ ଘୋଷାରି ନେଇଥିବା ବାଲେନୋ କାର୍‌ର ମାଲିକ ଆଶୁତୋଷଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି। ଅଞ୍ଜଳିଙ୍କ ସ୍କୁଟର୍‌କୁ ଧକ୍କା ଦେବା ସମୟରେ ଉକ୍ତ କାର୍‌ରେ ୫ଜଣ ବ୍ୟକ୍ତି ଥିଲେ। ସେମାନେ ହେଲେ, ୨୬ ବର୍ଷିୟ ଦୀପକ ଖାନ୍ନା, ୨୫ ବର୍ଷିୟ ଅମିତ ଖାନ୍ନା, ୨୭ ବର୍ଷିୟ କୃଷ୍ଣ, ୨୬ ବର୍ଷିୟ ମିଥୁନ ଓ ୨୭ ବର୍ଷିୟ ମ‌ନୋଜ ମିତ୍ତଲ। ସମ୍ପ୍ରତି ସେମାନେ ପୁଲିସ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୧୨୨ ବର୍ଷରେ ସବୁଠୁ ଗରମ ଡିସେମ୍ବର

ଭୁବନେଶ୍ବର : ହିମେ କାର୍ତ୍ତିକ ମାର୍ଗଶିର.. ରାତିରେ ପଡ଼ଇ ଶିଶିର, ଶୀତରେ ପୌଷ ମାଘ ମାସ… ଦେହରେ ରଖ ଶୀତବାସ। ଆଉ ମାର୍ଗଶିରରେ ଶିଶିର ପଡ଼ୁନାହିଁ କି ପୌଷରେ ଶୀତବାସ ଲୋଡ଼ା ପଡ଼ୁନାହିଁ। ଚଳିତ ବର୍ଷ ମାର୍ଗଶିର ଓ ପୌଷ (ଡିସେମ୍ବର‌)ରେ ଶୀତବସ୍ତ୍ର ତ ଦୂର କଥା ଫ୍ୟାନ୍‌ ନ ଲଗେଇଲେ ଶୋଇ ହେଉନଥିଲା। କାରଣ ଡିସେମ୍ବରରେ ଶୀତ ନଥିଲା, ଥିଲା ଉଷ୍ମତା। ଉଷ୍ମତା ଏତେ ଥିଲା ଯେ, ତାହା ୧୨୨ ବର୍ଷର ରେକର୍ଡ ଭାଙ୍ଗି ଦେଇଥିଲା। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ବ ରେକର୍ଡ କଲା: ୧୩୫୬୦ କିମି ଉଡ଼ିଲା ପକ୍ଷୀ

ନୂଆଦିଲ୍ଲୀ : ଆମେରିକାରେ ବସବାସ କରୁଥିବା ବାର୍‌ ଟେଲ୍‌ଡ ଗଡୱିଟ୍ ନାମକ ଏକ ପକ୍ଷୀ ବିଶ୍ବ ରେକର୍ଡରେ ନିଜକୁ ସାମିଲ କରିଛି। ୧୧ ଦିନରେ ଏହି ପକ୍ଷୀ ଆଲାସ୍କାରୁ ଅଷ୍ଟ୍ରେଲିଆର ତସମାନିଆ ପର୍ଯ୍ୟନ୍ତ ୧୩୫୬୦ କିମିର ଲମ୍ବା ଯାତ୍ରା କରିଛି। ସେ ଲଗାତାର ଉଡ଼ି ଚାଲିଥିବା ଏବଂ କୌଣସି ସ୍ଥାନରେ ଅଟକି ନଥିଲା। ଗଡ୍‌ୱିଟ୍ ପକ୍ଷୀ ତା’ର ଉଡ଼ାଣ ୧୩ ଅକ୍ଟୋବରରେ ଆଲାସ୍କାରୁ ଆରମ୍ଭ କରିଥିଲା ଏବଂ ୨୫ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା। ୫ଜି ସାଟେଲାଇଟ୍ ଟ୍ୟାଗ୍ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହକି ବିଶ୍ବକପ୍‌ ସମୟରେ ତାରକା ହୋଟେଲରେ ବଦଳିବେନି ସର୍ଭିଂ ଟିମ୍

ଭୁବନେଶ୍ବର : ଆଉ କିଛିଦିନ ପରେ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ବକପ୍। ଏଥିପାଇଁ କିଛି ବିଦେଶୀ ଟିମ୍‌ ଓଡ଼ିଶା ପହଞ୍ଚିବାକୁ ଆରମ୍ଭ କଲେଣି। ବିଦେଶୀ ଖେଳାଳିଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ଭୁବନେଶ୍ବରର ଓ ରାଉରକେଲାର ତାରକା ହୋଟେଲ ରହିବାର ବ୍ୟବସ୍ଥା କରାଯାଇଛି। ହୋଟେଲରେ ରହଣି ସମୟରେ ସେମାନଙ୍କୁ କିଭଳି ଖାଦ୍ୟ ପରିବେଷଣ ଓ ପ୍ରସ୍ତୁତି କରାଯିବ ସେଥିପାଇଁ ଆଜି ଭୁବନେଶ୍ବରର ତାରକା ହୋଟେଲର‌ ସେଫ୍‌, ଖାଦ୍ୟ ଓ ପାନୀୟ(ଏଫ୍‌ ଏଣ୍ଡ ବି) ମ୍ୟାନେଜରମାନଙ୍କୁ ତାଲିମ୍ ଦିଆଯାଇଛି। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୨୦୨୩ରେ ଭାରତର ଆର୍ଥିକ ସ୍ଥିତି ଭଲ ରହିବ

ମୁମ୍ବାଇ: ୨୦୨୩ରେ ଚୀନ୍‌ରୁ ଆଗତ କୋଭିଡ୍ ସଂକଟ ଓ ବିଶ୍ବ ମାନ୍ଦାବସ୍ଥା ଦ୍ବାରା ଭାରତର କର୍ପୋରେଟ ଜବତ ପ୍ରଭାବିତ ହେବା ଆଶଙ୍କା କମ୍। ମହାମାରୀରୁ ଭାରତ ଯେଉଁ ଶିକ୍ଷା ଗ୍ରହଣ କରିଛି, ତାହା ତାକୁ ଏ ଦିଗରେ ସାହାଯ୍ୟ କରିବ ବୋଲି କର୍ପୋରେଟ୍ ମୁଖିଆମାନେ କହିଛି। ଭାରତରେ ବଜାର ଚାହିଦା ଓ ଆର୍ଥିକ ସ୍ଥିତି ବେଶ୍ ଭଲ ରହିଛି। ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିରୁ ବି ଭାରତର ସ୍ଥିତି ଅନେକ ଦେଶ ଅପେକ୍ଷା ଭଲ ରହିଛି। କଳକାରଖାନା ଓ […]

ଅପରାଧ ଦେଶ ବିଦେଶ

ହ୍ୟାକ୍‌ କରାଯାଇଛି ‘ଟୁଇଟର୍‌’; ୨୦୦ ନିୟୁତ ବ୍ୟବହାରକାରୀଙ୍କ ଇ-ମେଲ୍‌ ଆଡ୍ରେସ୍‌ ଲିକ୍‌: ରିପୋର୍ଟ

ଲଣ୍ଡନ୍‌: ହ୍ୟାକର୍‌ମାନେ ୨୦୦ ନିୟୁତରୁ ଅଧିକ ‘ଟୁଇଟର୍‌’ ବ୍ୟବହାରକାରୀଙ୍କ ଇ-ମେଲ୍‌ ଆ‌ଡ୍ରେସ୍‌ ଚୋରାଇ ନେଇ ସେ ସବୁକୁ ଗୋଟାଏ ‘ଅନ୍‌ଲାଇନ୍‌ ହ୍ୟାକିଙ୍ଗ୍‌ ଫୋରମ୍‌’ରେ ପୋଷ୍ଟ୍‌ କରିଥିବା କଥା ବୁଧବାର ଦିନ ଜଣେ ସିକ୍ୟୁରିଟି ରିସର୍ଚର୍‌ଙ୍କ କଥାରୁ ଉଦ୍ଧାର କରି ‘ରଏଟର୍ସ’ ରିପୋର୍ଟ କରିଛି। ଇଜ୍ରାଏଲୀୟ ସାଇବର୍‌ସିକ୍ୟୁରିଟି-ମନିଟରିଙ୍ଗ୍‌ ପ୍ରତିଷ୍ଠାନ ‘ହଡ୍‌ସନ୍‌ ରକ୍‌’ର ସହ-ସଂସ୍ଥାପକ ଏଲୋନ୍‌ ଗଲ୍‌ ‘ଲିଙ୍କ୍‌ଡ୍‌ଇନ୍‌’ରେ ଲେଖିଛନ୍ତି, ଦୁଃଖର ବିଷୟ, ଏହି ତ୍ରୁଟି ଅନେକ ହ୍ୟାକିଙ୍ଗ୍‌ ଓ ଠକାମିର କାରଣ ହେବ। ମୋ ଦେଖିବାରେ ଏହା ହେଉଛି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ପୁନର୍ଗଠିତ: ଓଡ଼ିଶାରୁ ଅନ୍ତର୍ଯ୍ୟାମୀ, ବିଜୟ ଏବଂ ଗୌରହରି

ଭୁବନେଶ୍ବର : ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି। ଏଥିରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୯୮ ଜଣ ସଦସ୍ୟ ରହିଥିବା ବେଳେ ଓଡ଼ିଶାରୁ ମନୋନୀତ ହୋଇଛନ୍ତି ତିନି ବିଶିଷ୍ଟ ଲେଖକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଫେସର ବିଜୟ କୁମାର ଶତପଥୀ ଏବଂ ଡକ୍ଟର ଗୌରହରି ଦାସ। ନୂଆ ସାଧାରଣ ପରିଷଦ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହା ପୂର୍ବରୁ ଡକ୍ଟର ଦାସ ୨୦୧୩ରୁ ୨୦୧୭ […]