ବାଲେଶ୍ବରରେ ସ୍ବାସ୍ଥ୍ୟସେବା ହବ୍ ଏବେ ସ୍ବପ୍ନ
ବାଲେଶ୍ବର: ବାଲେଶ୍ବର ସ୍ବାସ୍ଥ୍ୟସେବାର ହବ୍ ପାଲଟିବ ବୋଲି ଘୋଷଣା କରାଯାଇଥିବା ବେଳେ ତାହା ଏବେ ସ୍ବପ୍ନ ହୋଇଯାଇଛି। ବାଲେଶ୍ବରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଥିବା ବେଳେ ଏମ୍ସ ସାଟେଲାଇଟ୍ ସେଣ୍ଟର ବି ରହିଛି। ତେବେ, ଡାକ୍ତରଙ୍କ ଅଭାବ ସହିତ ବହୁ ଆନୁଷଙ୍ଗିକ ଦିଗ ପ୍ରତି ଦୃଷ୍ଟି ଦିଆନଯିବା ଯୋଗୁ ଲୋକମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଆଜି ‘ସମ୍ବାଦରେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେଇ ବହୁ ବୁଦ୍ଧିଜୀବୀ ଏହିଭଳି ମତବ୍ୟକ୍ତ କରିଛନ୍ତି। […]









