ଅପରାଧ ଦେଶ ବିଦେଶ

ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ଯୁବକଙ୍କୁ ଆକ୍ରମଣ, ୨ ଗିରଫ

ନୂଆଦିଲ୍ଲୀ ୨୧/୦୭: ରାଜସ୍ଥାନ ପରେ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ମଧ୍ୟପ୍ରଦେଶରେ ହିଂସାକାଣ୍ଡ ଘଟିଛି । ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଯୋଗୁଁ ଜଣେ ଯୁବକ କିଛି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ବୁଧବାର ରାତିରେ ମଧ୍ୟପ୍ରଦେଶର ଅଗର ମାଲଓ୍ବା ଜିଲ୍ଲାରରେ ଏଭଳି ଘଟଣା ଘଟିଛି । ଆୟୁଷ ଯାଦମ ନାମକ ୨୫ ବର୍ଷୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ତେବେ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ […]

ମନୋରଞ୍ଜନ ରାଜ୍ୟ

ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ‘ବୋଉର ହାତବାକ୍ସ’, ରିଲିଜ ହେଲା ଅଡିଓ

ଭୁବନେଶ୍ବର ୨୧।୭: ଓଡିଆ ସିନେମା ‘ବୋଉର ହାତବାକ୍ସ’ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ମନଛୁଆଁ ଗୀତ ଲେଖିଛନ୍ତି ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ । ଯୁବ ସଂଗୀତଜ୍ଞ କ୍ଷୀତିପ୍ରକାଶ ମହାପାତ୍ର ଅତି ସୁନ୍ଦର ଭାବେ ସଂଗୀତକୁ ସଜାଇଛନ୍ତି । କାହାଣୀର ଆବେଗ ଓ ଆବଶ୍ୟକତାକୁ ନଜରରେ ରଖି ପ୍ରତିଷ୍ଠିତ ଗୀତିକାର ଦେବଦାସ ଛୋଟରାୟ କଲମ ଚାଳନା କରିଛନ୍ତି । କ୍ଲାସିକାଲ […]

ଅପରାଧ ରାଜ୍ୟ

ସ୍କୁଲରେ ଠାକୁର ପୂଜା ବେଳେ ଗୋଡ ବାଜି ଢାଳିଗଲା ପାଣି, ଶିକ୍ଷୟିତ୍ରୀଙ୍କ ବେତ ପାହାରରେ ଗୁରୁତର ହେଲେ ଛାତ୍ରୀ

ଭଦ୍ରକ ୨୧।୭: ସ୍କୁଲରେ ଠାକୁର ପୂଜା କରିବା ପାଇଁ କହିଲେ ଶିକ୍ଷୟିତ୍ରୀ । ପୂଜା ବେଳେ ଭୁଲ ବଶତଃ ଢାଳି ହୋଇଗଲା ପାଣି । ଏତିକି କଥା ପାଇଁ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ପାଟୁଳି ପଞ୍ଚାୟତ ଅରେଇକଣା ୟୁଜିଏମଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହଜାରେ ଉପରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୯୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୧।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୩୧୯୧କୁ ବୃଦ୍ଧି ପାଇଛି […]

ଅପରାଧ ରାଜ୍ୟ

ସେଦିନ ଦେଇନଥିଲେ ଦିଆସିଲ, ଏବେ ଦୋକାନକୁ ଆସି କଲେ ଗଣ୍ଡଗୋଳ, ବିରୋଧ କରିବାରୁ ଛୁରାମାଡ଼

ମାର୍ଶାଘାଇ ୨୧।୦୭ : ସିଗାରେଟ୍‌ ଟାଣିବା ପାଇଁ ମାଗିଥିଲେ ଦିଆସିଲ୍‌, ନଦେବାରୁ ଦୋକାନ ମାଲିକଙ୍କୁ ଛୁରାମାଡ଼ । ଏଥିରେ କୁଅଁରପାଳ ଗାଁର ଚିଣ୍ଟୁ ଦାସ ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବଡ଼ପାଳ ଗୋଡ଼ାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ମାର୍ଶାଘାଇ ଥାନା ବଡ଼ପାଳ ଗୋଡା ବାଇପାସ୍‌ରେ ଥିବା ମା ମମତା ସୁଇଟ୍ ଷ୍ଟଲରେ ତିନି ଦିନ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ

ଭୁବନେଶ୍ୱର ୨୧।୦୭ : ଆଉ ଏକ ଦୁଃଖଦ ଖବର । ପରଲୋକରେ ଅଭିନେତ୍ରୀ ରାଜେଶ୍ୱରୀ । ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । […]

ଅପରାଧ ରାଜ୍ୟ

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଆକ୍ସନ: ୧୦୪ କିଲୋ ସବୁଜ ଜହର ଜବତ, ୨ ଗିରଫ

ବାଲିଗୁଡ଼ା ୨୧।୦୭: କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବୋଲେରୋ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି l ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାସହିତ ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଖବର ଅନୁଯାୟୀ, ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ଟିମ ପେଟ୍ରୋଲିଂ ବେଳେ ଏକ ବୋଲେରୋରେ ବାହାର ଜ଼ିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲେ । ସବଇନିସପେକ୍ଟର ଆଶୁତୋଷ […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ବିରାଟଙ୍କୁ ମିଳିଲା ମାସକର ଛୁଟି, ବିଦେଶରେ ପତ୍ନୀ ଅନୁଷ୍କା ଓ ଝିଅ ଭାମିକାଙ୍କୁ ଧରି ଛୁଟି କାଟୁଛନ୍ତି କୋହଲି

ନୂଆଦିଲ୍ଲୀ ୨୦/୦୭: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଆଜିକାଲି ଏକ ମାସର ବିରତି ମିଳିଛି । ଏହି କାରଣରୁ ସେ ବର୍ତ୍ତମାନ ସେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅଛନ୍ତି । କୋହଲି ପରିବାର ଛୁଟିଦିନ ପାଇଁ ଏଠାକୁ ଆସିଛନ୍ତି । ବଲିଉଡ ଅଭିନେତ୍ରୀ ତଥା କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରୁ ଏହି ସୂଚନା ମିଳିଛି । ଅନୁଷ୍କା ଏକ ଫଟୋ ସେୟାର କରିଛନ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କାଶୀପୁରରେ ସ୍ଥିତି ସୁଧୁରୁଛି, ଏହାକୁ ମହାମାରୀ କହିହେବ ନାହିଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୨୦।୦୭ : କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠି ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ସାଧାରଣ ପାଣି ସୋର୍ସ ଥିଲା, ପାଖପାଖ ସ୍ଥାନକୁ ଏହା ଆକ୍ରାନ୍ତ କରିଛି । ପ୍ରଥମେ ଅବସ୍ଥା ଖରାପ ଥିଲା । ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାୟଗଡ଼ା, କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ ସେ ସ୍ଥାନରେ […]

ଅପରାଧ ରାଜ୍ୟ

ସାତ ଦିନ ହେଲା ନିଖୋଜ ଥିଲେ ମୁନା, ଏବେ ନାଳରୁ ମିଳିଲା ମୃତଦେହ

ସୁନ୍ଦରଗଡ଼ ୨୦।୦୭ : ସୁନ୍ଦରଗଡ଼ ଟାଉନ୍‌ ଥାନା କେଡିଆ ପଟ୍ରୋଲ ପମ୍ପ ନିକଟ ନାଳରୁ ମୃତଦେହ ଠାବ । ମୃତକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡ୍ରାଇଭର ମୁନା ମାଝୀ ବୋଲି ଜଣାପଡିଛି । ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ଗତ ୧୪ ତାରିଖରୁ ମୁନା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଭସ୍ମା ଥାନାରେ ପରିବାର ପକ୍ଷରୁ ଲିଖିତ ଭାବେ […]