ଅପରାଧ ରାଜ୍ୟ

ନାତୁଣୀ ପାଇଁ କିଣିଥିଲେ ଥଣ୍ଡା ପାନୀୟ, ପିଇବା ବେଳକୁ ବାହାରିଲା ପୋକ

ବାଲିପାଟଣା ୦୨।୦୮: ଥଣ୍ଡା ପାନୀୟ ପ୍ୟାକରେ ପୋକ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ସୋମବାର ସଂଧ୍ୟାରେ ନରଦାର ମୀର ଏନାଥ ଅଲ୍ଲୀ ନିଜ ନାତୁଣୀ ପାଇଁ ଏକ କାଗଜ ପ୍ୟାକ୍ (frooti) କିଣି ଫ୍ରିଜରେ ରଖିଥିଲେ । ଆଜି ତାଙ୍କ ନାତୁଣୀକୁ ଥଣ୍ଡା ପିଇବାକୁ ଦେଇଥିଲେ । ଝିଅଟି ଥଣ୍ଡା ପିଇବା ବେଳେ ଏକ ପୋକ ପାଇପ୍ ରେ ଆସି ପାଟିରେ ଲାଗିଥିଲା […]

ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲେ ୬.୩ ଫୁଟ୍ ବୋଲର, ଇଣ୍ଡିଜ ପାଇଁ ରଚିଲେ ଇତିହାସ

ନୂଆଦିଲ୍ଲୀ ୦୨/୦୮: ଓ୍ୱେଷ୍ଟ ଇଣ୍ଡିଜ ନିଜ ମାଟିରେ ଭାରତକୁ ଦ୍ୱିତୀୟ ଟି୨୦ରେ ପରାସ୍ତ କରିଛି । କାରବିୟାନ ଟିମ୍ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ସ୍ତରକୁ ଆଣିଛି । ସିରିଜର ଦ୍ୱିତୀୟ ମ୍ୟାଚର ହିରୋ ଥିଲେ ଦ୍ରୁତ ବୋଲର ଓବେଡ୍ ମେକୟ । ୬.୩ ଉଚ୍ଚତାର ଏହି ବୋଲର ବୋଲିଂରେ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ସେ ୪ ଓଭର ବୋଲିଂ କରି ୧୭ ରନ୍ ଦେଇ ୬ ଓ୍ୱିକେଟ୍ ନେଇଥିଲେ । […]

ଅପରାଧ ରାଜ୍ୟ

ଛାତ୍ରୀଙ୍କୁ ଯୌନ ନିର୍ଯାତନା ! ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର ୦୨।୦୮ : ଅଧ୍ୟାପକଙ୍କ ନାଁ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱର ନହରକଣ୍ଟା ଶ୍ରୀଜୟଦେବ କଲେଜରେ ଛାତ୍ରୀଙ୍କ ଯୌନ ନିର୍ଯାତନାର ଅଭିଯୋଗ ଆସିଛି । ଘଟଣାର ଛାନ୍‌ଭିନ୍ ଆରମ୍ଭ ହୋଇଛି । ଖବର ଅନୁଯାୟୀ, ଶ୍ରୀଜୟଦେବ କଲେଜ ଅଫ ଏଜୁକେସନ ଓ ଟେକ୍ନୋଲୋଜିରେ ଅଧ୍ୟାପକଙ୍କ ନାଁ ରେ ଯୌନ ନିର୍ଯାତନା ଅଭିଯୋଗ । ସେ ମାସ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। କଲେଜର ଯୁକ୍ତ ୩ ବିଜ୍ଞାନ ବିଭାଗ ଛାତ୍ରୀ […]

ଅପରାଧ ରାଜ୍ୟ

ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ଆକ୍ରମଣ କରି ଲୁଟିନେଲେ ନଗଦ ଟଙ୍କା ଓ ସୁନା ଚେନ୍

ଭୁବନେଶ୍ୱର ୦୨।୦୮: ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେ ଲୁଟେରା । ଏଥର ଟାର୍ଗେଟରେ ରାକ୍ଷୀ ଦୋକାନୀ। ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ନଗଦ ୨୫ହଜାର ଟଙ୍କା ଏବଂ ସୁନା ଚେନ। ମରଣାନ୍ତକ ଆକ୍ରମଣ ଯୋଗୁ ସଙ୍କଟାପନ୍ନ ଅବସ୍ଥାରେ ରାଖୀ ବ୍ୟବସାୟୀ। ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ରାଖୀ ଦୋକାନୀ ବିକାଶ କୁମାର ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ୨ଟି […]

ଅପରାଧ ରାଜ୍ୟ

ଶଙ୍କର ବାବୁଙ୍କ ଛ’ ସ୍ତ୍ରୀ, ଆହୁରି ଅଛନ୍ତି ବୋଲି କହିଲା ପୋଲିସ

ହାଇଦ୍ରାବାଦ୍‌ ୦୨।୦୮: ପୋଲିସ କବ୍‌ଜାରେ ପ୍ରତାରକ ସ୍ୱାମୀ । ଗୋଟିଏ କି ଦୁଇଟା ନୁହେଁ, କି ତିନୋଟି ବି ନୁହେଁ, ଏକାଥରକେ ୬ଟି ବିବାହ କରି ଏବେ ପୋଲିସ ହେପାଜତରେ ଶିବ ଶଙ୍କର ବାବୁ । ଆନ୍ଧ୍ରପ୍ରଦେଶର ମଙ୍ଗଳାଗିରି ଅଞ୍ଚଳରେ ଏହି ଘଟଣା ପୁରା ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଖବର ଅନୁଯାୟୀ, ୩୩ ବର୍ଷୀୟ ଶିବ ଶଙ୍କର ଆଉ କାହାକୁ ବିବାହ କରିଥିବା ନେଇ ଜଣେ ମହିଳାଙ୍କୁ […]

ଖେଳ ଦେଶ ବିଦେଶ

ଦ୍ୱିତୀୟ ଟି୨୦ରେ ହାରିଲା ଭାରତ : ୫ ଓ୍ୱିକେଟରେ ଜିତିଲା ଓ୍ୱେଷ୍ଟ ଇଣ୍ଡିଜ୍

ନୂଆଦିଲ୍ଲୀ, ୦୨|୦୮: ଦ୍ୱିତୀୟ ଟି୨୦ରେ ହାରିଲା ଭାରତ । ରୋମାଞ୍ଚକର ମୁକାବିଲା ଶେଷ ଓଭର ଯାଏଁ ଯାଇଥିଲେ ବି ଭାରତ ୫ ଓ୍ୱିକେଟରେ ପରାସ୍ତ ହୋଇଛି । ଏହାସହ ଇଣ୍ଡିଜ ସିରିଜରୁ ୧-୧ରେ ବରାବର କରିଦେଇଛି । ଭାରତୀୟ ଦଳ ଏହି ମ୍ୟାଚରେ ମାତ୍ର ୧୩୮ ରନ୍ କରିପାରିଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ବିନା କୌଣସି ରନରେ ଆଉଟ୍ ହୋଇଥିଲେ ରୋହିତ ଶର୍ମା । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ […]

ଅପରାଧ ରାଜ୍ୟ

ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ, ନିଶାଶକ୍ତ ଅବସ୍ଥାରେ ନିଜ ଘର ସହ ସ୍କୁଟି ଜାଳିଦେଲେ ଯୁବକ

ପାଟଣା ୨।୮: ମଦନିଶାରେ ନିଜ ହାତରେ ନିଜ ଘର ଜାଳିଦେଲେ ଯୁବକ । ଘର ଜଳି ଛାରଖାର ହୋଇଯିବା ସହ ଗୋଟିଏ ସ୍କୁଟି ମଧ୍ୟ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ପଞ୍ଚାୟତର ନୂଆଗାଁରେ । ସୂଚନାଯୋଗ୍ୟ ଯେ, ଗାଁର ପୁରନ୍ଦର ନାଏକ ନାମକ ବ୍ୟକ୍ତି ନିଶାସକ୍ତ ହୋଇ ନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରେ ନିଆଁ ଲଗାଇ ଜାଳିପୋଡି ପାଉଁଶ କରିଦେଇଛନ୍ତି । […]

ଖେଳ ରାଜ୍ୟ

ଭାରତ-ଇଣ୍ଡିଜ ତୃତୀୟ ଟି୨୦ : ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ଉଭୟ ଟିମ୍

ନୂଆଦିଲ୍ଲୀ ୦୨/୦୮: ମଙ୍ଗଳବାର ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଟି୨୦ ଖେଳାଯିବ । ରୋହିତ ସେନା ଦ୍ୱିତୀୟ ଟି୨୦ ହାରିବା ପରେ ଇଣ୍ଡିଜ ସିରିଜକୁ ୧-୧ ସ୍ତରକୁ ଆସିଛି । ଯେଉଁ ଦଳ ତୃତୀୟ ମ୍ୟାଚ୍ ଜିତିବ ସେହି ଦଳ ସିରିଜରେ ଆଗୁଆ ରହିବ । ତେବେ ଦ୍ୱିତୀୟ ଟି୨୦ରେ ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା । କୌଣସି ବ୍ୟାଟର୍ ଖାସ୍ ପ୍ରଦର୍ଶନ କରିପାରିନଥିଲେ । ବୋଲର ମଧ୍ୟ ସାମାନ୍ୟ ନିରାଶ କରିଥିଲେ […]

ଅପରାଧ ରାଜ୍ୟ

ହାଇସ୍କୁଲ ପଛପଟୁ ମିଳିଲା ଛାତ୍ରଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼ ୨।୮: ହାଇସ୍କୁଲ ପଛପଟୁ ମିଳିଲା ଛାତ୍ରଙ୍କ ମୃତଦେହ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଗର୍ଜନବାହାଲ ହାଇସ୍କୁଲ ପଛପଟେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପୋଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପୋଲିସ ପକ୍ଷରୁ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ଛାନଭିନ କରୁଛି । […]

ଖେଳ ରାଜ୍ୟ

କଟକରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ! ଭେନ୍ୟୁରେ ବାରବାଟୀ ନାଁ ପରେ ଚର୍ଚ୍ଚା ଜୋର୍

ନୂଆଦିଲ୍ଲୀ ୦୨/୦୮: ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ (ଏଲଏଲ୍‌ସି) କ୍ରିକେଟ୍‌ ଲିଗର ଦ୍ୱିତୀୟ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହେବ । ମୋଟ୍‌ ୫ଟି ସହରରେ ଏହି ଲିଗ୍‌ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣା ପଡ଼ିଛି । କୋଲକାତା, ଲକ୍ଷ୍ନୌ ଦିଲ୍ଲୀ, ଯୋଧପୁର ଏବଂ କଟକ କିମ୍ବା ରାଜକୋଟ ଏହି ତାଲିକାରେ ରହିଛନ୍ତି । ଏ ପର୍ଯ୍ୟନ୍ତ ଏଲ୍‌ଏଲସି ପକ୍ଷରୁ ଏ ବିଷୟରେ ଅଫିସିଆଲ ଘୋଷଣା କରାଯାଇ ନାହିଁ । […]