କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଶନି ମହାଗ୍ରହ କଥା

ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା ଭାବରେ ପାଳିତ ହେବା ସହିତ, ଶନି ମହାଗ୍ରହଙ୍କର ଜୟନ୍ତୀ ରୂପେ ମଧ୍ୟ ପାଳିତ ହୋଇଥାଏ। ନବଗ୍ରହଙ୍କ କ୍ରମରେ ଶନି ସପ୍ତମ। ଏହାଙ୍କ ନାମରେ ସପ୍ତାହର ଶେଷବାର ନାମିତ ହୋଇଛି। ପ୍ରଥମ ବାର ସୂର୍ଯ୍ୟଙ୍କ ନାମରେ ‘ରବି’ ଓ ଦ୍ୱିତୀୟ ବାର ଚନ୍ଦ୍ରଙ୍କ ନାମରେ ‘ସୋମ’ ଭାବରେ ନାମିତ। ଅନ୍ୟ ଚାରି ବାର ଯଥାକ୍ରମେ ମଙ୍ଗଳ, ବୁଧ, ଗୁରୁ (ବୃହସ୍ପତି) ଏବଂ ଶୁକ୍ର ଗ୍ରହଙ୍କ ନାମରେ ନାମିତ ହୋଇଛି। ପୁରାଣ କାହାଣୀ ଅନୁସାରେ […]

ରାଜନୀତି ରାଜ୍ୟ

ମୃତ୍ୟୁବିଜୟିନୀ ସାବିତ୍ରୀ

ଆମ ଶାସ୍ତ୍ର-ପୁରାଣ ପରମ୍ପରାରେ ମୃତ୍ୟୁକୁ ଜୟ କରିଥିବା ତିନିଜଣଙ୍କର କାହାଣୀ ପ୍ରସିଦ୍ଧ। ସେହି ତିନିଜଣ ହେଉଛନ୍ତି- ନଚିକେତା, ମାର୍କଣ୍ଡେୟ ଓ ସାବିତ୍ରୀ।‘କଠୋପନିଷଦ’ରେ ଅଛି ନଚିକେତାଙ୍କ କାହାଣୀ। ବାଳକ ନଚିକେତା ଯମଲୋକକୁ ଯାଇଥିଲେ ଏବଂ ମୃତ୍ୟୁଦେବତା ଯମରାଜଙ୍କ ଠାରୁ ବର ପାଇଥିଲେ। ମୃତ୍ୟୁ ଓ ଆତ୍ମାର ରହସ୍ୟ ଜାଣି ପାରିଥିଲେ। ତେଣୁ ତାଙ୍କୁ ମରଣଜୟୀ କୁହାଯାଏ। ମାର୍କଣ୍ଡେୟ ଜଣେ ଋଷି। ସେ ମୃକଣ୍ଡୁ ଋଷିଙ୍କର ପୁତ୍ର। ତାଙ୍କର ଆୟୁ ମାତ୍ର ୧୨ ବର୍ଷ ବୋଲି ଜାଣି ତାଙ୍କର ପିତାମାତା […]

ମନୋରଞ୍ଜନ

ତନିଶା ତନ୍ମୟାରୁ ସୀୟା

ଏବେ ଓଡ଼ିଆ ସିନେମାର ସଂଖ୍ୟା ଯେପରି ବଢ଼ିଛି, ଠିକ୍ ସେହିପରି ନୂଆ କଳାକାରଙ୍କ ତାଲିକା ଲମ୍ବିବାରେ ଲାଗିଛି। ଏହିକ୍ରମରେ ଆଗକୁ ବଡ଼ପରଦାକୁ ଆସୁଛନ୍ତି ଜଣେ ନବାଗତା, ଯାହାଙ୍କ ନାମ ସୀୟା। ତାଙ୍କର ପ୍ରକୃତ ନାମ ହେଲା ତନିଶା ତନ୍ମୟା, ମାତ୍ର ସ୍କ୍ରିନ୍ ନାଆଁ ରହିଛି ସୀୟା।ସୀୟା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ବ୍ରହ୍ମପୁରରେ ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ମିସ୍ ସିଲ୍‌କସିଟି’ରେ ମିସ୍ ଫ୍ୟାସନ୍ ଆଇକନ୍ ଭାବେ ମନୋନୀତ ହୋଇଥିଲେ। ଅଭିନେତ୍ରୀ ହେବାର ଲକ୍ଷ୍ୟ ନେଇ ସିଦ୍ଧାର୍ଥ ଟିଭିରେ […]

ମନୋରଞ୍ଜନ

ଶାହରୁଖଙ୍କ ପ୍ରେମରୋଗ

ନିକଟରେ ଶାହରୁଖ ଖାନ୍‌ଙ୍କ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌) ଟ୍ରଫି ହାତେଇଛି। ଆଉ ନିଜ ଦଳ ଜିତିବା ବେଳର ଖୁସି କିଙ୍ଗ୍‌ଖାନ୍‌ଙ୍କ ଚେହେରାରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା ଯେତେବେଳେ ସେ ଉତ୍ସାହିତ ହୋଇ ଷ୍ଟାଡିୟମ୍‌ ଭିତରେ ନିଜ ପତ୍ନୀ ଗୌରୀଙ୍କୁ ଚୁମ୍ବନ ଦେଇଥିଲେ। ସୁପର୍‌ଷ୍ଟାର୍‌ ଶାହରୁଖ ଖାନ୍‌ ତାଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନେଇ କେତେ ଯତ୍ନବାନ୍ ତାହା ସମସ୍ତେ ଜାଣନ୍ତି। ଦୁହେଁ କଲେଜ ଦିନରୁ ପରସ୍ପରକୁ ଭଲ ପାଉଥିଲେ। […]

ରାଜନୀତି ରାଜ୍ୟ

ବିଭିନ୍ନ ବୁଥ୍‌ରେ ଇଭିଏମ୍ ଅଚଳ: ମତଦାନରେ ବିଳମ୍ବ

ଯାଜପୁର/କାକଟପୁର/ନିମାପଡା : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥ୍‌ରେ ଇଭିଏମ ଅଚଳ। ଫଳରେ ମତଦାନ ଆରମ୍ବ ହୋଇପାରିନି। କାକଟପୁର ପଞ୍ଚାୟତର ୧୫୭ ନମ୍ବର ବୁଥ୍‌ରେ ଇଭିଏମ ଅଚଳ ହୋଇପଡ଼ିଛି। ଫଳରେ ମତଦାନରେ ବିଳମ୍ବ ହୋଇଛି। ସେହିପରି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୨୬୩ ଓ ୨୬୪ ବୁଥ୍‌ରେ ଇଭିଏମ ଅଚଳ। ନାଗପୁରର ୧୩୯ ନମ୍ବର ବୁଥ୍‌ରେ ଅଚଳ। ଭୋଟର ମତଦାନ କରିବାକୁଧାନିବାନ୍ଧି ରହିଛନ୍ତି। ନୂଆଖୋଲମରା ପଂଚାୟତର ୧୦୨ ବୁଥ୍‌ର ଇଭିଏମ ଅଚଳ ହୋଇଛି। […]

ରାଜନୀତି ରାଜ୍ୟ

ରାଜ୍ୟର ଭୋଟରଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ମତଦାନ ଜାରି ରହିଛି। ଏପରିସ୍ଥଳେ ରାଜ୍ୟର ଭୋଟରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ ସଂଖ୍ୟାରେ ମତଦାନ କରି ବିକାଶରେ ସହଭାଗୀ ସାଜିବା।

ଅପରାଧ ଦେଶ ବିଦେଶ

ହମାସର ଅମାନବୀୟ ଅତ୍ୟାଚାର ଭିଡିଓ ଭାଇରାଲ: ରକ୍ତରେ ଜୁଡୁବୁଡୁ ବନ୍ଧକ ମହିଳା ସୈନିକଙ୍କ ପରିବାର ନେତାନ୍ୟାହୁଙ୍କୁ ଘେରିଲେ

ଜେରୁଜେଲମ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ହମାସ ଯୋଦ୍ଧାମାନେ ଇସ୍ରାଏଲର ମହିଳାମାନଙ୍କୁ ବନ୍ଧକ ରଖିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ବନ୍ଧକ ମହିଳାମାନଙ୍କୁ ମୁକ୍ତ କରିବାରେ ସକ୍ଷମ ହୋଇ ପାରିନାହାନ୍ତି। ପୀଡ଼ିତାଙ୍କ ପରିବାର ମହିଳା ଅପହରଣ ଓ ବଳାତ୍କାର ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଦାୟୀ କରିଛନ୍ତି। ଦି ଜେରୁଜେଲମ୍ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଅନେକ ମହିଳା ସୈନିକ ଗାଜାରେ ହମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି। ପୀଡିତାଙ୍କ ପରିବାର ପ୍ରଧାନମନ୍ତ୍ରୀଙ୍କୁ […]

ଅପରାଧ ଦେଶ ବିଦେଶ

ଗିରଫ ପରେ ପୁଲିସ୍‌ ହେପାଜତରେ ଗଲେ ପ୍ରଜ୍ବଳ; ଆତ୍ମସମର୍ପଣ କରିଛନ୍ତି ବୋଲି କହିଲେ ତାଙ୍କ ଓକିଲ

ବେଙ୍ଗାଲୁରୁ: ଯୌନ ଶୋଷଣ ମାମଲାର ସମ୍ମୁଖୀନ ହେଉଥିବା ହାସନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କୁ ଶୁକ୍ରବାର ଦିନ ହୋଲେନାରାସିପୁର ଟାଉନ ଥାନାରେ ପଞ୍ଜୀକୃତ ହୋଇଥିବା ମାମଲାରେ ପୁଲିସ ହେପାଜତରେ ନେଇଛି। ୩୪ ଦିନ ଧରି ଫେରାର୍‌ ଥିବା ୩୩ ବର୍ଷୀୟ ସାଂସଦ ପ୍ରଜ୍ବଳ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ତାଙ୍କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗିରଫ କରିଥିଲା। ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ପ୍ରଜ୍ବଳଙ୍କୁ ଗିରଫ ପରେ ସହରର ସିଆଇଡି ପରିସରରେ ଥିବା ଏସଆଇଟି କାର୍ଯ୍ୟାଳୟକୁ […]

ଅପରାଧ ଦେଶ ବିଦେଶ ରାଜନୀତି

ମତଦାନ ମଧ୍ୟରେ ପଶ୍ଚିମବଙ୍ଗରେ ହିଂସା: ଇଭିଏମ୍‌କୁ ପୋଖରୀରେ ଫିଙ୍ଗିଲେ ହିଂସା ସୃଷ୍ଟିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ୍ ଦାନ ଚାଲିଛି। ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧ ପ୍ରତିଶତ ମତଦାନ ହୋଇଛି। ସାତୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୫୭ ଟି ସିଟ୍ ଉପରେ ମତଦାନ ଚାଲିଛି। ଉତ୍ତରପ୍ରଦେଶର ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ପ୍ରାର୍ଥୀମାନେ ଏହି ପର୍ଯ୍ୟାୟରେ ରହିଛନ୍ତି। ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖିବାକୁ ମିଳିଛି।  ପୁଣି […]

କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବାଦନ ଓ ଗାୟନ ଅଭ୍ୟାସ ମସ୍ତିଷ୍କ ପାଇଁ ଉପକାରୀ

କୌଣସି ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଗୀତ ଗାଇବା ଆମ ମସ୍ତିଷ୍କକୁ ବହୁଦିନ ଯାଏ ସୁସ୍ଥ ରଖିଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ବିଶେଷ କରି ୪୦ ବର୍ଷ ବୟସ ଟପିଲା ପରେ ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ସଂଗୀତ ବହୁତ ଉପକାରୀ ବୋଲି ୟୁନାଇଟେଡ କିଙ୍ଗଡମ୍‌ର ଏକ୍ସେଟର ବିଶ୍ବବିଦ୍ୟାଳୟର ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଏକ ଦଶନ୍ଧି ଧରି ବିଭିନ୍ନ ବୟସର ୨୫,୦୦୦ ଲୋକଙ୍କୁ ଏକ ଅନୁଧ୍ୟାନରେ ସାମିଲ କରି ସେମାନେ ଏପରି ନିର୍ଯାସ ପାଇ ପାରିଛନ୍ତି। ବାଦ୍ୟଯନ୍ତ୍ର […]