ଟେଲି ଅଭିନେତ୍ରୀ ମନୀଷାଙ୍କ ପରଲୋକ
ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀ ମନୀଷା ଯାଦବଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ ଯୋଦ୍ଧା ଅକବରରେ ତାଙ୍କ ନିପୁଣ ଅଭିନୟ ଦର୍ଶକଙ୍କ ମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଅଭିନେତ୍ରୀ ମନୀଷା ଯୋଦ୍ଧା ଅକବରରେ ସଲିମା ବେଗମ ଭାବେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଗତ ୧ ତାରିଖରେ ବ୍ରେନ୍ ହେମ୍ରେଜ୍ରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମନୀଷାଙ୍କ ମୃତ୍ୟୁ ଖବରକୁ ପ୍ରଥମେ ତାଙ୍କ ସହ-ଅଭିନେତ୍ରୀ ପରିଧି ଶର୍ମା ସୋସିଆଲ ମିଡିଆରେ ସେୟାର କରିଥିଲେ।