ଜ୍ବରରେ ପୀଡିତ ମହାପ୍ରଭୁଙ୍କ ଅଣସର ଘରେ ଚାଲିଛି ଅସୁସ୍ଥତାର ଉପଚାର, ପଞ୍ଚମୀ ତିଥିରେ ଲାଗି ହେବ ଫୁଲୁରୀ ତେଲ
ପୁରୀ ୨୯।୬: ସ୍ନାନଯାତ୍ରାରେ ତିନି ଠାକୁର ଅତ୍ୟଧିକ ସ୍ନାନ କରିଥିବାରୁ ଏବେ ଅସୁସ୍ଥ । ଜ୍ବରାକ୍ରାନ୍ତ ମହାପ୍ରଭୁଙ୍କ ପୀଡ଼ା ଲାଘବ ପାଇଁ ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରଦତ୍ତ ଫୁଲୁରୀ ତେଲକୁ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଲାଗି କରିବେ। ଏହି ସୁବାସିତ ତେଲ ଲାଗିଲେ ମହାପ୍ରଭୁମାନଙ୍କର ଜ୍ବରଜନିତ ପୀଡ଼ା ଲାଘବ ହେବାର ବିଶ୍ବାସ ରହିଛି । ଏପଟେ ରଥର ୧୩ ପରସ୍ତ ପୋଟଳ ଓ ଦ୍ବାରବେଢ଼ା କାମ ଶେଷ ହୋଇଥିବା ବେଳେ ରଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ […]