ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଅବହେଳିତ ୫୮ବର୍ଷର ପୁରୁଣା ସ୍କୁଲ , ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

କୋଇଡ଼ା: ୫୮ବର୍ଷର ପୁରୁଣା କୋଇଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ହତଶିରୀ ହୋଇଯାଇଛି। ଶ୍ରେଣୀଗୃହ ଅଭାବରୁ ପିଲା ବାରଣ୍ଡାରେ ବସି ପଢ଼ୁଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ସ୍କୁଲଟି କୋଇଡ଼ା ବିଇଓ ଅଫିସ ପରିସର ମଧ୍ୟରେ ରହିଥିଲେ ମଧ୍ୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନଜର ପଡ଼ୁନି। ଘରନାହିଁ, ଅଫିସ ନାହିଁ, ଭଙ୍ଗାଘରେ, ତଳେ ଓ ବାରଣ୍ଡାରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ଅବହେଳିତ ବିଦ୍ୟାଳୟଟି ରହିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ର କୋଇଡ଼ା ପଞ୍ଚାୟତରେ। ୧୯୬୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ […]

ଅପରାଧ ରାଜ୍ୟ

ନାଳରେ ଭାସି ଯାଇଥିବା କାର୍ ସହ ଦୁଇ ମୃତଦେହ ଉଦ୍ଧାର

ଜମନକିରା/ଗୁଣ୍ଡୁରୁଚୁଆଁ: ଶନିବାର ରାତିରେ ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଭାସି ଯାଇଥିବା କାର୍ ମିଳିଥିବାର ଖବର ମିଳିଛି। ଅଗ୍ନିଶମ ବାହିନୀ ସେହି କାର ଭିତରୁ ୨ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଲେ ତାପସ ନାୟକ ଓ ତାଙ୍କ ଭଉଣୀ ଜ୍ବାଇଁ ପ୍ରତାପ ପଟେଲ। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ସାଢ଼େ ୭ଟାରେ କେନାଢିପା ଆର୍‌ଡି ରାସ୍ତାର ନକଟିପାଲି ଗାଁ ପାଖ ବାରଟେଙ୍ଗରା ନାଳରେ ଏକ କାର୍‌ ସହ ଦୁଇ ଜଣ ବ୍ୟକ୍ତି ଭାସି ଯାଇଥିବା ଖବର […]

ଅପରାଧ ରାଜ୍ୟ

୫୭ ବର୍ଷ ହେଲା ପାକ୍‌ ଜେଲରେ ବନ୍ଦୀ ଭଦ୍ରକର ଆନନ୍ଦ ପତ୍ରୀ

କୋଠାର: ଭାରତ-ପାକିସ୍ଥାନ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଲ୍ୟାଣୀ ଗ୍ରାମର ଆନନ୍ଦ ପତ୍ରୀ ୧୯୬୫ ମସିହାରୁ ପାକିସ୍ଥାନର ଲାହୋର ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ଆନନ୍ଦ ପତ୍ରୀଙ୍କ ପୁଅ ବିଦ୍ୟାଧର ୨୦୦୩ ମସିହା ଫେବ୍ରୁଆରି ୭ ତାରିଖରେ ଗଣମାଧ୍ୟମରେ ବାପାଙ୍କ ଫଟୋ ଦେଖି ଚିହ୍ନିବା ପରେ ସେବେଠାରୁ ବାପାଙ୍କ ମୁକ୍ତି ପାଇଁ ଚେଷ୍ଟା କରି ଆସୁଛନ୍ତି। ତତ୍କାଳୀନ ମନ୍ତ୍ରୀ ମନମୋହନ ସାମଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହିତ ତତ୍କାଳୀନ ବୈଦେଶିକ ମନ୍ତ୍ରୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦୂଷିତ ପାନୀୟ ଜଳ ପାଇଁ ବ୍ୟାପିଲା ଝାଡ଼ାବାନ୍ତି; ୧୬ ଆକ୍ରାନ୍ତ ଚିହ୍ନଟ

କୋରାପୁଟ ୨୦/୦୮: କୋରାପୁଟ ମସ୍ତିପୁଟ ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମସ୍ତିପୁରରେ ୧୬ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତରଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଗାଁରେ ସ୍ଥିତି ଅନୁଧ୍ୟାନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଡାକ୍ତରୀ ଦଳ ପହଞ୍ଚିଛନ୍ତି। ଦୂଷିତ ଜଳ ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି […]

ଅପରାଧ ରାଜ୍ୟ

ମଧ୍ୟାହ୍ନଭୋଜନ ଏମିତି; ୭ ଦିନରେ ଥାଳି ସଫେଇ, ପାଣିଟାଙ୍କିରେ ପୋକ

ଯାଜପୁରସଦର : ଯାଜପୁର ସହର ଉପକଣ୍ଠରେ ସରକାରୀ ସ୍କୁଲର ଦୟନୀୟ ଚିତ୍ର ଦେଖିବାକୁ ମିଳିଛି। ପିଲାଙ୍କ ମଧ୍ୟାହ୍ନଭୋଜନ ଥାଳି ଧୁଆ ହେଉନଥିବା ବେଳେ ପାଣି ଟାଙ୍କିରେ ପୋକ ସ‌ାଲୁବାଲୁ ହେଉଛନ୍ତି। ପଣସା ପଞ୍ଚାୟତର ଲାଲବାଗ ନୋଡାଲ ଉପ୍ରା ବିଦ୍ୟାଳୟରୁ ଏପରି ଚିତ୍ର ସାମ୍‌ନାକୁ ଆସିଛି। ସ୍କୁଲ ପରିବେଶ ସଫାସୁତରା ଥିଲେ ସୁଦ୍ଧା ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ଅବ୍ୟବସ୍ଥା ମଧ୍ୟକୁ ଚାଲିଯାଇଛି। ଏଠା‌ରେ ୨୭୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢ଼ୁଥିବାବ‌େଳେ ୪ ଜଣ ରୋଷେୟା ନିୟୋଜିତ ହୋଇଛନ୍ତି। […]

ଅପରାଧ ରାଜ୍ୟ

ଚୋରାଚାଲାଣ ବେଳେ ୨୫ କିଲୋ ଗଞ୍ଜେଇ ଜବତ; ଜଣେ ଗିରଫ

ଭୁବନେଶ୍ୱର ୨୦/୦୮: ୧୬ ନମ୍ବର ଜାତୀୟରାଜପଥର ପିତାପଲ୍ଲୀ ଛକ ପାଖରେ ଆଦର୍ଶ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଛି। ଏହି ଚଢ଼ଉରେ ପୋଲିସ ୨୫ କିଲୋ ଗଞ୍ଜେଇ ଜବତ ସହିତ ଗୋଟିଏ ସ୍କୁଟି ଜବତ କରିଛି। ଗଞ୍ଜେଇ କାରବାରରେ ସମ୍ପୃକ୍ତ ଜଣେ ବ୍ୟବସାୟୀକୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ପରିଚୟ ଅଭିଶେକ୍ ବେଉରା ଓ ସେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତଳକୁଶମା ଗାଁର ବାସିନ୍ଦା।ଗିରଫ ପରେ ଅଭିଶେକ୍କୁ ପୋଲିସ […]

ଅପରାଧ ରାଜ୍ୟ

ପ୍ରେମ ପାଇଁ ଜୀବନ ହାରିଲେ ଯୁବତୀ ! ଫ୍ୟାନ୍‌ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର

ଭୁବନେଶ୍ୱର ୨୧।୦୮: ଫ୍ୟାନ୍‌ରେ ଝୁଲିପଡିଲେ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଭୁବନେଶ୍ୱର ଚନ୍ଦ୍ରେଶଖରପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ଯୁବତୀଙ୍କ ନାମ ଶ୍ୱେତ ଉତ୍କଳ କୁମାରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶ୍ୱେତା ଉତ୍କଳ କୁମାରୀ ଇନ୍‌ଫୋସିସ୍‌ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି । ହେଲେ ଏବେ ସେ ରହୁଥିବା ଆପର୍ଟମେଣ୍ଟର କୋଠରୀରୁ […]

ରାଜ୍ୟ ସ୍ୱାସ୍ଥ୍ୟ

ପୁଣି କମିଲା ଦୈନିକ କରୋନା ସଂକ୍ରମଣ: ରାଜ୍ୟରେ ୨୬୫୮ ଜଣ ସକ୍ରିୟ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି କମିଛି। ତେବେ ଏହା ଆଜି ୪ ଶହ ତଳେ ରହିଛି। ଗତକାଲି ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୧ ଜଣ ୧୮ ବର୍ଷରୁ […]

ଅପରାଧ ରାଜ୍ୟ

ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ: ଦୁଇ ଶିଶୁ ଗୁରୁତର

ବାଳିଆପାଳ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବାଳିଆପାଳ ବ୍ଲକ ମଧୁପୁରା ଗ୍ରାମରେ ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଶିଶୁ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ପ୍ରବଳ ବର୍ଷା ଓ ପବନ ଫଳରେ ମଧୁପୁରା ଗ୍ରାମରେ ସେକ୍ ଆନସାରଙ୍କ ଘରେ ପରିବାର ଲୋକ ଶୋଇଥିବା ଅବସ୍ଥାରେ ପାଚେରି ପଡି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହାଛଡ଼ା ଦୁଇଜଣ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। […]

ଅପରାଧ ରାଜ୍ୟ

ବିଭତ୍ସ ହତ୍ୟା, କଟୁରୀରେ ହାଣି ଅଲଗା କରିଦେଲା ମୁଣ୍ଡ ଆଉ ଗଣ୍ଡି

ବଡ଼ବିଲ ୨୦।୦୮ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀସାହିରେ ବିଭତ୍ସ ହତ୍ୟା । କଟୁରୀରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ହତ୍ୟାକାରୀ । ମୃତକ ମାଝିସାହିର ନାଣ୍ଡୁ ମୁଣ୍ଡା ବୋଲି ଜଣାପଡିଛି । ତେବେ ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଠୁବୁ ମାଝୀକୁ ଥାନାରେ ଅଟକ ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।