ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: ୪ ଜଣ ଥାନାରେ ଅଟକ
ରାଉରକେଲା: ଯୁବତୀଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡ଼ର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ ଉପରେ ଫିଙ୍ଗି ଦିଆଯାଇଛି। ମୃତ ଯୁବକ ଜଣକ ହେଲେ ଦେବଗଡ଼ ଜିଲ୍ଲା ହାତୀଶାଳସାହିର ଶ୍ରୀନିବାସ ରାଓ (୨୮)। ସେ ରାଉରକେଲା ଗୋପବନ୍ଧୁପାଲୀର ଏକ ଘର ଭଡା ନେଇ ରହୁଥିଲେ। ରାୟଗଡ ପୁଲିସର ସୂଚନା ଆଧାରରେ ଆଜି ପ୍ଲାଣ୍ଯସାଇଟ୍ ପୁଲିସର ସ୍ବତନ୍ତ୍ର […]