ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବ ‘ସୁଭଦ୍ରା’
ଓଡ଼ିଶାରେ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତାର ମହାନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଉଣୀ ସୁଭଦ୍ରାଦେବୀଙ୍କ ନାମାନୁସାରେ ଏହି ଯୋଜନାକୁ ନାମିତ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଦେବୀତୁଲ୍ୟା ମା’, ଭଉଣୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାର ମା’, ଭଉଣୀମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଚଳିତ ମାସ ୧୭ ତାରିଖ ଦିନ ନିଜର ଜନ୍ମତିଥିରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ। […]









