ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ପର୍ଯ୍ୟାୟରେ ମା’ନାରାୟଣୀ ଯାତ୍ରା, ଦେଖିବାକୁ ଲାଗୁଛି ଲୋକଙ୍କ ପ୍ରବଳ ଭିଡ଼

ଫୁଲବାଣୀ ୨୮।୦୫: ବାଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଫୁଲବାଣୀ ସହର । ଶେଷ ପର୍ଯ୍ୟାୟରେ ମାସେ ଧରି ଚାଲିଥିଲା ନାରାୟଣୀ ଯାତ୍ରା । ଆଉ ମାତ୍ର ଚାରି ଦିନ ପରେ ମାନେ ଆସନ୍ତା ୧ରେ ସରିଯିବ ଏହି ପ୍ରସିଦ୍ଧ ଯାତ୍ରା । ସୁନ୍ଦର ଓ ଆକର୍ଷଣୀୟ ତୋରଣ ସହ ରଙ୍ଗ ବେରଙ୍ଗ ଆଲୋକମାଳା ଭକ୍ତମାନଙ୍କୁ ଅଧିକ ଆକର୍ଷିତ କରୁଛି । ସେହିପରି ମାନସିକ ବେଶଧାରୀଙ୍କୁ ଦେଖିବାକୁ ଅନ୍ୟ ଏକ ଆକର୍ଷଣ । ବାଘବେଶ ଦେଖିବା ସବୁଠୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ

ଭୁବନେଶ୍ୱର ୨୮।୦୫: ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ । ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ ହେବ। ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ରାଜ୍ୟର ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନ୍‌ ମୂଲ୍ୟାୟନ କରିବାକୁ ଯୋଜନା କରିଛି ସିଏଚଏସ୍‌ଇ । ଦୁଇଟି ପର୍ଯ୍ୟାୟରେ +୨ ଖାତା ମୂଲ୍ୟାୟନ ହେବ। ଜୁନ୍ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଙ୍କିପକ୍ସର ଯାଞ୍ଚ ପାଇଁ ଲଞ୍ଚ୍ ହେଲା ନୂଆ RT-PCR କିଟ୍, ଘରେ ବସି କରିପାରିବେ ପରୀକ୍ଷା

ନୂଆଦିଲ୍ଲୀ ୨୮।୫: ସାରା ବିଶ୍ବରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସ ରୋଗ ସାଦାରଣ ଲୋକ ଏବଂ ସରକାରଙ୍କ ଚିନ୍ତା ବଢାଇଦେଇଛି । ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ଭିତରେ ଭାରତର ଏକ ପ୍ରମୁଖ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି । ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ […]

ଅପରାଧ ଦେଶ ବିଦେଶ

ପ୍ରତିଶୋଧ ନେବାକୁ ଚିତାବାଘକୁ ଜିଅନ୍ତା ଜାଳିଦେଲେ, ୧୫୦ ଗ୍ରାମବାସୀ ଗିରଫ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ପାଉରୀ ଜିଲ୍ଲାର ସାପଲୋରୀ ଗ୍ରାମରେ ଜଣେ ମହିଳା ନିକଟରେ ଏକ ଚିତାବାଘ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଚିତାବାଘକୁ ବନ ବିଭାଗ ଧରି ଏକ ଯନ୍ତାରେ ରଖିଥିବା ବେଳେ ଗ୍ରାମବାସୀମାନେ ପ୍ରତିଶୋଧ ନେବାପାଇଁ ଚିତାବାଘକୁ ଜିଅନ୍ତା ଜାଳି ଦେଇଛନ୍ତି। ଏହି ଘଟଣାରେ ପୁଲିସ ୧୫୦ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ବିଭିନ୍ନ ଧାରାରେ ଗ୍ରାମପ୍ରଧାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଗଡ଼ୱାଲ ସର୍କଲର […]

ଅପରାଧ ଦେଶ ବିଦେଶ ମନୋରଞ୍ଜନ

ଆଉ ଜଣେ ବଙ୍ଗଳା ଅଭିନେତ୍ରୀଙ୍କ ଆତ୍ମହତ୍ୟା

କୋଲକାତା : ପଶ୍ଚିମବଂଗର ଟିଭି ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର (୨୧)ଙ୍କ ସନ୍ଦେହଜନକ ମୃତ୍ୟୁର କିଛି ଘଣ୍ଟା ପରେ ଶୁକ୍ରବାର ଦିନ ସହରରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତଦେହ ମିଳିଛି। ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ତିନିଜଣ ଅଭିନେତ୍ରୀଙ୍କ ଏହିଭଳି ମୃତ୍ୟୁ ହେଲାଣି। ଅଭିନେତ୍ରୀ ମଞ୍ଜୁଷା ନିୟୋଗୀଙ୍କ ପାଟୁଳିସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ଶବ ଜବତ କରାଯାଇଛି। ମଞ୍ଜୁଷା ବିଦିଶାଙ୍କ ଅତି ନିକଟତର ଥିଲେ। ବୁଧବାର ବିଦିଶାଙ୍କ ମୃତ୍ୟୁ ହେବା ପରେ ସେ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ମୁମ୍ବାଇରେ ୩୫୦ ନୂଆ ସଂକ୍ରମଣ ମାମଲା, ମାସ୍କ ପିନ୍ଧିବାକୁ କହିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମୁମ୍ବାଇରେ ଶୁକ୍ରବାର ଦିନ ୩୫୦ଟି ନୂଆ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ୧୧ରୁ ପରଠାରୁ ସହରରେ ଏହା ସର୍ବାଧିକ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମୁମ୍ବାଇରେ ସକ୍ରିୟ ମାମଲା ୧୬୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌ରେ କୌଣସି ମୃତ୍ୟୁ ହୋଇନାହିଁ ବୋଲି ମୁମ୍ବାଇ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀର ଦୁଇଟି ହସ୍ପିଟାଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ଏବଂ ସହରର ପୂର୍ବ ଭାଗରେ ଥିବା ମାକର ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ ବାହିନୀ ତୁରନ୍ତ ଉଭୟ ହସ୍ପିଟାଲରେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ଏହି ଦୁଇଟି ଅଗ୍ନିକାଣ୍ଡ ଘଟଣାରେ କେହି ମୃତାହତ ‌ହୋଇ ନଥିବା ଜଣାପଡ଼ିଛି।

ଅପରାଧ ଦେଶ ବିଦେଶ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଓପି ଚୌତାଲାଙ୍କୁ ୪ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓପି ଚୌତାଲାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇଛି। ୮୭ ବର୍ଷୀୟ ଚୌତାଲାଙ୍କୁ ‌ଦିଲ୍ଲୀ ରୋଜ୍‌ ଆାଭେନ୍ୟୁ କୋର୍ଟ ଗତ ଶନିବାର (ମେ’ ୨୧) ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଚୌତାଲା ତାଙ୍କ ବୟସ ଏବଂ ବିଭିନ୍ନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ କମ୍‌ ଦଣ୍ଡ ଦେବାପାଇଁ […]

ଅପରାଧ ଦେଶ ବିଦେଶ ରାଜ୍ୟ

ଅସନ୍ତୁଷ୍ଟ ରାଜସ୍ଥାନ ମନ୍ତ୍ରୀଙ୍କ ଇସ୍ତଫା ଧମକ

ଜୟପୁର : ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନାଙ୍କ ଇସ୍ତଫା ଧମକକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ମନ୍ତ୍ରୀ ‌ଅଶୋକ ଚନ୍ଦନା ଏକ ଟ୍ବିଟ୍‌ ଦ୍ବାରା ତାଙ୍କ ଇସ୍ତଫା ଧମକ ଦେଇଛନ୍ତି ଏବଂ ତାଙ୍କୁ ଦାୟିତ୍ବରୁ ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ‌ଲଟ ତାଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି। ଗେହଲଟ କହିଛନ୍ତି, କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନା‌ ଚାପରେ ଥାଇ ଇସ୍ତଫା ଦେବାକୁ ଚାହୁଛନ୍ତି। ଗ୍ରାମୀଣ ଅଲିମ୍ପିକ୍ସର […]

ଅପରାଧ ରାଜ୍ୟ

ନକଲି ଡାକ୍ତରଙ୍କଠୁ କେଜିଏ ବ୍ରାଉନ୍‌ସୁଗାର ଜବତ, ମିଳିଛି ଗୋଟିଏ ବୁଲେଟ୍‌ ଓ ୨ଟି ଲାପ୍‌ଟପ୍‌

ଭୁବନେଶ୍ବର ୨୮।୦୫: ରାଜଧାନୀରେ ଥମୁନି ଧଳାଜହର କାରବାର୍‌ । ପୁଣି ଥରେ ଜବତ ହେଲା ବ୍ରାଉନ୍‌ସୁଗାର । ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ସହ ୨ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଖବର ଅନୁଯାୟୀ, ଭୁବନେଶ୍ୱର ବରମୁଣ୍ଡା ନିକଟରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛନ୍ତି । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ୨ଜଣ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ […]