ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ, ଏଏସ୍‌ଆଇ ସହ ଆଲୋଚନା ଚାଲିଛି-ଜିଲ୍ଲାପାଳ

ପୁରୀ ୩୧।୦୫: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ । ଏଥିପାଇଁ ଏଏସଆଇ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ମରାମତି ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅନୁଷ୍ଠିତ ହେବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ।‌ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଟାଉନ ହଲ୍ ଠାରେ ହେବ ଏହି ବୈଠକ। ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ। ବୈଠକରେ […]

ଦେଶ ବିଦେଶ ମନୋରଞ୍ଜନ

‘ସମ୍ରାଟ ପୃଥ୍ୱୀରାଜ’ ରିଲିଜ ପୂର୍ବରୁ ବାରାଣାସୀରେ ପହଞ୍ଚିଲେ ଆକ୍ସନ ଷ୍ଟାର, ଗଙ୍ଗା ଘାଟରେ ଆଳତୀ ସହ ପକାଇଲେ ବୁଡ଼

ମୁମ୍ୱାଇ ୩୧/୦୫: ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ୱୀରାଜ’ର ପ୍ରମୋସନରେ ମାତିଛନ୍ତି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ତାଙ୍କ ସହ-ଅଭିନେତା ମାନୁଶି ଚିଲାର ଏବଂ ପୁରା ଟିମ୍ ବିଭିନ୍ନ ସହର ପରିଦର୍ଶନ କରି ଏକ ବିଶେଷ ଢଙ୍ଗରେ ଫିଲ୍ମର ପ୍ରମୋସନ କରୁଛନ୍ତି । ବର୍ତ୍ତମାନ ଖିଲାଡି କୁମାର ବାରାଣାସୀରେ ପହଞ୍ଚି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ଗଙ୍ଗାଙ୍କୁ ପୂଜା କରିଥିଲେ । ଏହି ସମୟରେ ସମ୍ରାଟ ପ୍ରୀତିରାଜଙ୍କ […]

ଦେଶ ବିଦେଶ ମନୋରଞ୍ଜନ

କ’ଣ ଅଲଗା ହେଲେ କି ବହୁଚର୍ଚ୍ଚିତ ଯୋଡି ? ଟାଇଗରଙ୍କୁ ଛାଡି କାହା ସହ ବୁଲୁଛନ୍ତି ଅଭିନେତ୍ରୀ ଦିଶା ପାଟନୀ, କ୍ୟାମେରା ଦେଖି ଲୁଚାଇଲେ ମୁହଁ

ମୁମ୍ୱାଇ ୩୧/୦୫: ବଲିଉଡ ଅଭିନେତ୍ରୀ ଦିଶା ପାଟନି । ଏମିତି ଜଣେ ଅଭିନେତ୍ରୀ, ଯାହାଙ୍କର ଫ୍ୟାନ୍ସ ଫଲୋଅର୍ସ ଅଧିକ । ଏହି ଅଭିନେତ୍ରୀ ଜଣଙ୍କ ଚଳଚ୍ଚିତ୍ର ଜଗତରେ ପାଦ ଦେବା ଦିନରୁ ତାଙ୍କ ନାଁ ସର୍ବଦା ଟାଇଗର ଶ୍ରଫଙ୍କ ସହ ଜୋଡି ହୋଇ ରହିଛି । ଉଭୟ ସେମାନଙ୍କର ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ସମୟ ସମୟରେ ସେମାନେ ନିଶ୍ଚିତ ଭାବରେ ଏକତ୍ର ନଜର ଆସିଥାନ୍ତି । ହେଲେ ଏବେ କିନ୍ତୁ ଦିଶା ଅନ୍ୟ କାହା […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକ୍‌ର ଚିନ୍ତା ବଢାଇଲା ଡ୍ରାଗନ୍ : ୨୫ ଚାଇନିଜ୍ କମ୍ପାନୀ କହିଲେ- ୩୦୦ ଅରବ ବକେୟା ପୈଠ କର, ନଚେତ୍ କାମ ବନ୍ଦ

ଇସଲାମାବାଦ ୩୧।୫: କୌଣସି ପରିସ୍ଥିତିରେ ପାକିସ୍ତାନର ସମସ୍ୟା କମିବାର ନାଁ ଧରୁନି । ସିପିଇସି ଆଧାରରେ ପାକିସ୍ତାନରେ କାମ କରୁଥିବା ପ୍ରାୟ ୨୫ ଚୀନ୍ କମ୍ପାନୀ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । କମ୍ପାନୀଗୁଡିକ କହିଛନ୍ତି ଯେ, ଯଦି ୩୦୦ ଅରବ ବକେୟା ପୈଠ କରାନଯାଏ ତେବେ ସେମାନେ ଚଳିତ ମାସରେ ପରିଚାଳନା ବନ୍ଦ କରିବାକୁ ବାଧ୍ୟ ହେବେ । କିଛି ଦିନ ପୂର୍ବେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବରମୁଡା ଟ୍ରାଙ୍ଗଲ ଯାତ୍ରା ପାଇଁ ଅଦ୍ଭୁତ ଅଫର ଦେଉଛି କମ୍ପାନୀ, ଅଘଟଣ ଘଟିଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ, ୩୦|୦୫: ବର୍ଷ ବର୍ଷ ଧରି ରହସ୍ୟର ଗନ୍ତାଘର ହୋଇ ରହି ଆସିଛି ବରମୁଡା ଟ୍ରାଙ୍ଗଲ । ଏହି ଅଞ୍ଚଳ ଦେଇ ଯାଉଥିବା ଜାହାଜ କିମ୍ବା ବିମାନର ପତ୍ତା ମିଳେନି । ପୂର୍ବରୁ ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର କିଛି ଖୋଜ୍ ଖବର ମିଳିନି । ଏବେ କିନ୍ତୁ ବରମୁଡ଼ା ଟ୍ରାଙ୍ଗଲ ଦେଇ ଯେଉଁ ଜାହାଜ ଯିବ, ତାର ଯଦି କିଛି କ୍ଷତି ହୁଏ , ତେବେ କମ୍ପାନୀ ପକ୍ଷରୁ ଟଙ୍କା ଦିଆଯିବ। […]

ଅପରାଧ ରାଜ୍ୟ

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ! ଥାନାରେ ଅଭିଯୋଗ କଲେ ଝିଅର ମାଆ

ଭୁବନେଶ୍ୱର ୩୧।୦୫: ରାଜଧାନୀରେ ଚାଞ୍ଚଲ୍ୟ । ଯୌତୁକ ପାଇଁ ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଏପରି ଅଭିଯୋଗ ଆଣିଲେ ଝିଅଙ୍କ ବାପ ଘର ଲୋକ। ଖଣ୍ଡଗିରି ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୋଲିସ । ଖବର ଅନୁଯାୟୀ, ଗତ ଏପ୍ରିଲ ୨୮ରେ ଭଦ୍ରକ ତିହିଡି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାପତିଙ୍କ ସହ ଭୁବନେଶ୍ବର ସରକାନ୍ତରାର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କ ସହ ବାହାଘର ହୋଇଥିଲା । ଗତ […]

ଅପରାଧ ରାଜ୍ୟ

ଗୋ-ଗ୍ୟାସ୍‌ ଡିପୋରେ ନିଆଁ, ଜଳିଗଲେ କର୍ମଚାରୀ

ସମ୍ବଲପୁର ୩୧।୦୫: ଗୋ-ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ । ଜଣେ କର୍ମଚାରୀଙ୍କର ପୋଡି ହୋଇ ମୃତ୍ୟୁ ହୋଇଛି । ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ସିଂଘପାଲିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ସିଂଘପାଲି ସ୍ଥିତ ମାଁ ଦୁର୍ଗା ଗୋ-ଗ୍ୟାସ୍‌ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା ।ଗୋଦାମରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଜଣେ […]

ଅପରାଧ ଦେଶ ବିଦେଶ

ଡ୍ରାଇଭରକୁ ନିଦ ଲାଗିବାରୁ କଣ୍ଟେନରରେ ପିଟିହେଲା ଆମ୍ବୁଲାନ୍ସ : ୩ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

ବରେଲି ୩୧।୫: ଉତ୍ତରପ୍ରଦେଶ ବରେଲି ଅଞ୍ଚଳରେ ମଙ୍ଗଳବାର ସକାଳେ ସଡକ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ନିଦ ଆସିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ରାମମୂର୍ତ୍ତି ହସ୍ପିଟାଲର ଆମ୍ବୁଲାନ୍ସ ମଙ୍ଗଳବାର ସକାଳେ ଡିଭାଇଡରରେ ପିଟିହେବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ଦିଲ୍ଲୀରୁ ବରେଲି ଆସୁଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆମ୍ବୁଲାନ୍ସଟି ଡିଭାଇଡରରେ ପିଟିହୋଇ ଅନ୍ୟପଟ ରାସ୍ତାରେ ଯାଉଥିବା […]

ଅପରାଧ ରାଜ୍ୟ

ବିଳମ୍ବିତ ରାତି ତେଜରାତି ଦୋକାନରୁ ଚୋରି, ପୋଲିସର ତନାଘନା

କଣ୍ଟାବାଞ୍ଜି ୩୧/୦୫: କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁର ଏକ ତେଜରାତି ଦୋକାନରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ଦୋକାନର ଡ୍ରରରୁ ପ୍ରାୟ ୬୦ ରୁ ୭୦ ହଜାର ନେଇଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଦୋକାନର ସ୍କାଇଲାଇଟ ଭାଙ୍ଗି ଚୋର ମାନେ ଭିତରକୁ ପଶି ଚୋରି କରିଥିବା ବେଳେ ଦୋକାନ ମାଲିକ ଚୋରିର ଆଭାସ ପାଇଁ ଚୋରକୁ ଦୌଡାଇଥିଲେ । ଚୋର […]

ଅପରାଧ ରାଜ୍ୟ

ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରିରେ ହତ୍ୟା ଉଦ୍ୟମ; ଜଣେ ମୃତ ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର ୩୦/୦୫ : ପୁଣି ଦିଗପହଣ୍ଡି ଥାନା ଅଞ୍ଚଳରେ ହତ୍ଯାକାଣ୍ଡ ଦେଖିବାକୁ ମିଳିଛି। ଗାଆଁ ଦାଣ୍ଡରେ ଯୁବକଙ୍କୁ ଅଟକାଇ ଦୁର୍ବୃତ୍ତମାନେ ହତ୍ଯା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆସନ୍ତୁ ଦୁଇ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା ଉଦ୍ୟମ। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ କାଲି ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ […]