ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର : ରାଜ୍ୟରେ କାଲିଠାରୁ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲିବାକୁ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ପୁନଃ ଖୋଲାଯିବା ନିମନ୍ତେ ଆଦେଶ ଜାରି କରିଥିଲେ । ଏହି ଅଦେଶ ମୁତାବକ, […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପିଲାଙ୍କୁ ବିନା ଦ୍ୱିଧାରେ ପଠାଇପାରିବେ ସ୍କୁଲ, ସେମାନଙ୍କ ଠାରେ କୋଭିଡ୍ ବିପଦ ଖୁବ୍ କମ୍: ବିଶେଷଜ୍ଞ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କୋଭିଡ୍ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି । ନୂତନ ଭାରିଆଣ୍ଟ ଓମିକ୍ରନ ପାଇଁ ଦେଶବ୍ୟାପୀ ଭୟର ପରିସ୍ଥିତି ଦେଖିବାକୁ ମିଳିଛି । ଦେଶର ପ୍ରମୁଖ ସହର ଯେପରିକି ଦିଲ୍ଲୀ, ମୁମ୍ବାଇ, ତାମିଲନାଡୁ ଆଦି ସ୍ଥାନରେ ମାମଲା ରକେଟ୍ ବେଗରେ ବୃଦ୍ଧି ପାଉଛି । ସେଠାରେ ବର୍ତ୍ତମାନ କୋଭିଡ୍ କୁ ନେଇ ଚିନ୍ତାଜନକ ପରିସ୍ଥିତି ରହିଛି । ଏହା ଭିତରେ ଜାନୁଆରୀ ୩ ତାରିଖରୁ କିଶୋର ମାନଙ୍କର(୧୫-୧୮) ଟିକାକରଣ ଆରମ୍ଭ ହେବାକୁ ଯାଉଛି । […]

ଖେଳ ରାଜ୍ୟ

ହାଡ଼ିବନ୍ଧୁ-ସତ୍ୟବାଦୀ ସ୍ମାରକୀ କ୍ରିକେଟ୍‌: ଜେଏମ୍‌ଡି ବିଜେତା

ଭୁବନେଶ୍ବର: ଜେଏମ୍‌ଡି ଦଳ ୧୩ତମ ହାଡ଼ିବନ୍ଧୁ-ସତ୍ୟବାଦୀ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଟ୍ରଫି ବିଜେତା ହୋଇଛି। ସ୍ଥାନୀୟ ସୁନ୍ଦରପଦା କପିଳପ୍ରସାଦ ସାକ୍ସ ଖେଳ ପଡ଼ିଆରେ ରବିବାରର ଫାଇନାଲ୍‌ରେ ଏହି ଭୁବନେଶ୍ବର ଦଳ ୬ ୱିକେଟ୍‌ରେ ବ୍ଲୁ ମୁନ୍‌କୁ ପରାସ୍ତ କରିଥିଲା। କୃଷ୍ଣ ଚୌଧୁରୀଙ୍କ ୨୮ ବଲ୍‌ ୪୧ ରନ୍‌ ବଳରେ ବ୍ଲୁ ମୁନ୍‌ ୧୨୯ ରନ୍‌ କରିଥିଲା। ପ୍ରତିପକ୍ଷର ଆଶିଷ ପ୍ରଧାନ ୨୩ ରନ୍‌ ବିନିମୟରେ ୪ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜେଏମ୍‌ଡି ୪ ୱିକେଟ୍ ହରାଇ […]

ଖେଳ ଦେଶ ବିଦେଶ

ଭାରତ ପୁଣି ବିଜେତା : ହ୍ୟାଟ୍ରିକ୍‌ ସହ ଅଷ୍ଟମ ଥର ଟ୍ରଫି ଜିତିଲା ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୯ ୱିକେଟ୍‌ରେ ହରାଇଲା

ଦୁବାଇ: ଭାରତୀୟ ଯୁବ ଦଳ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ନିଜ ଦବ୍‌ଦବା ଜାରି ରଖିଛି। ଶୁକ୍ରବାର ବର୍ଷା ବାଧାପ୍ରାପ୍ତ ଫାଇନାଲ୍‌ରେ ଭାରତ ୯ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଲଗାତାର ତୃତୀୟ ଥର ବିଜତା ହୋଇ ହ୍ୟାଟ୍ରିକ୍‌ ମଧ୍ୟ ଅର୍ଜନ କରିଛି। ‌ଖାଲି ସେତିକି ନୁହେଁ ୯ ଥର ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା ବେଳେ ଭାରତ ଅଷ୍ଟମ ଥର ଏହି ଟ୍ରଫି ଧରିବାର ଗୌରବ ଅର୍ଜନ କରିଛି। କେବଳ ୨୦୧୭ (ମାଲେସିଆ)ରେ ପାରମ୍ପରିକ […]

ଧର୍ମ ରାଜ୍ୟ

ଶାନ୍ତିସ୍ତୂପ ଖାଁ ଖାଁ, ଫେରିଗଲେ ୧୮ଶହ ପର୍ଯ୍ୟଟକ

ଧଉଳି : ତିନି ଦିନ ଧରି ଶାନ୍ତିସ୍ତୂପ ବନ୍ଦ ରହିବ ବୋଲି ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଥିଲେ ହେଁ ବହୁ ପର୍ଯ୍ୟଟକ ଶୁକ୍ରବାର ଦିନ ଧଉଳି ବୁଲିବାକୁ ଆସିଥିଲେ। ହେଲେ ଧଉଳି ବସ୍‌ଷ୍ଟାଣ୍ଡ ଗେଟ୍‌ ନିକଟରେ ମୁତୟନ ପୁଲିସ ଏବଂ ଗେଟ୍‌ କର୍ମଚାରୀ ଭିତରକୁ ନ ଛାଡ଼ିବାରୁ ଶେଷରେ ସେମାନେ ନିରାଶ ହୋଇ ଫେରି ଯାଇଥିଲେ। ଶୁକ୍ରବାର ଗୋଟିଏ ଦିନରେ ପାଖାପାଖି ୧୮ଶହ ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲି ନପାରି ଫେରିଥିବା ଜଣାପଡ଼ିଛି। କିଛି […]

ପର୍ଯ୍ୟଟନ ରାଜ୍ୟ

ନୂଆବର୍ଷରେ ପୁରୀରେ ଭିଡ଼: ସମୁଦ୍ରକୂଳରେ ପହିଲି ସୂର୍ଯ୍ୟକିରଣକୁ ସ୍ୱାଗତ କଲେ ପର୍ଯ୍ୟଟକ ଓ ସହରବାସୀ

ପୁରୀ: ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଯଦିଓ ଶ୍ରୀମନ୍ଦିର ବନ୍ଦ ରହିଛି, ତଥାପି ନୂଆ ବର୍ଷର ପ୍ରଥମ ଦିନର ପହିଲି ସୂର୍ଯ୍ୟକିରଣକୁ ସ୍ୱାଗତ କରିବାକୁ ପୁରୀ ସମୁଦ୍ରକୂଳରେ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନରେ ସମୁଦ୍ର କୂଳରେ ନୂଆ ସୂର୍ଯ୍ୟର ଉଦୟର ମନୋରମ ଦୃଶ୍ୟକୁ ପୁରୀ ଉପଭୋଗ କରିବାକୁ ପର୍ଯ୍ୟଟକ ଓ ପୁରୀବାସୀଙ୍କ ଭିଡ଼ ହୋଇଛି। ଉଦୟ ସୂର୍ଯ୍ୟର ଅରୁଣିମା ସାଗର ଦେହରେ ପ୍ରତିବିମ୍ବ ସୃଷ୍ଟି କରି ମନୋରମ ଦୃଶ୍ୟ ସୃଷ୍ଟି କରିଥାଏ […]

କଳା ଓ ସଂସ୍କୃତି ରାଜ୍ୟ

ପ୍ରାଚୀନ କୀର୍ତ୍ତିରାଜି ଅସୁରକ୍ଷିତ: ନଷ୍ଟ ହେଉଛି କଳାକୃତି, ପ୍ରାଚୀ ତଟରେ କେବେ ହେବ ସ୍ବତନ୍ତ୍ର ପର୍ଯ୍ୟଟନ ଜୋନ୍‌?

ନିଆଳି: ପ୍ରାଚୀ ନଦୀ କୂଳରେ ଥିବା ମଠମନ୍ଦିର କୋଣାର୍କ ଓ ପୁରୀ ଶ୍ରୀମନ୍ଦିରରୁ ମଧ୍ୟ ପ୍ରାଚୀନ ବୋଲି ଗବେଷକ ମତ ଦିଅନ୍ତି। ପୂଣ୍ୟତୋୟା ପ୍ରାଚୀ ନଦୀକୂଳରେ ଗଢ଼ି ଉଠିଥିବା ଏହି କୀର୍ତ୍ତିରାଜି ଏବେ ଅସୁରକ୍ଷିତ, ଅବହେଳିତ। ଦଶମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ତତ୍କାଳୀନ ରାଜାମାନେ ମଠ ଓ ମନ୍ଦିର ନିର୍ମାଣ କରିବା ସହ ସୁନ୍ଦର କଳାକୃତି ଓ ଦୁର୍ଲଭ ଶିଳାଲେଖ ସ୍ଥାପନ କରିଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମଠ-ମନ୍ଦିରରେ ଥିବା ଏହି କଳାକୃତି ନଷ୍ଟ ହୋଇଯାଉଛି। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମହାରାଷ୍ଟ୍ରର ୧୦ ମନ୍ତ୍ରୀ ଓ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍‌-୧୯ ପଜିଟିଭ୍‌

ନାଶିକ: ମହାରାଷ୍ଟ୍ରର ପ୍ରାୟ ୧୦ଜଣ ମନ୍ତ୍ରୀ ଏବଂ ୨୦ରୁ ଊର୍ଦ୍ଧ୍ବ ବିଧାୟକ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ଅଜି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱର୍‌ କହିଛନ୍ତି। ସେ କହିଛନ୍ତି, ନିକଟରେ ଆମେ ବିଧାନସଭା ଅଧିବେଶନ କାଣ୍ଟଛାଣ୍ଟ କଲୁ। ଏଯାବତ୍‌, ୧୦ରୁ ଅଧିକ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନାଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତେ ନୂଆବର୍ଷ ପାଳନ, ଜନ୍ମଦିନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗ୍ରହୀ। ମନେରଖନ୍ତୁ ଯେ, ନୂଆ ଭେରିଏଣ୍ଟ୍‌ (ଓମିକ୍ରନ୍) ଦ୍ରୁତ ବେଗରେ […]

ଧର୍ମ ରାଜ୍ୟ

ସମ୍ବଲପୁରରେ ଫିକା ପଡିଲା ନୂଆବର୍ଷ ପାଳନ, ମା’ ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

ସମ୍ବଲପୁର ୧।୧: ସମ୍ବଲପୁରରେ ଫିକା ପଡିଲା ନୂଆବର୍ଷ ପାଳନ । ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ ହୋଇଥିବା ବେଳେ ଶନିବାର ସମଲେଶ୍ବରୀଙ୍କ ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ । ୪ ଦିନ ଧରି ମନ୍ଦିର ବନ୍ଦ ନିଷ୍ପତ୍ତି ଯୋଗୁଁ ଦର୍ଶନରୁ ବଞ୍ଚିତ ରହିଲେ ଶ୍ରଦ୍ଧାଳୁ । ଅନ୍ୟବର୍ଷ ଗୁଡିକରେ ନୂଆବର୍ଷ ଆରମ୍ଭରୁ ମା’ଙ୍କ ଦର୍ଶନ କରୁଥିବା ବେଳେ ଏଥର ତାହା ପୂରଣ ହୋଇପାରିନି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଥିବା ବେଳେ ଏଥର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ନିୟମିତ ହେଲେ ୮୧୦୨ କନିଷ୍ଠ ଶିକ୍ଷକ, ୪୦ ହଜାର ୫୨ ଶିକ୍ଷକ ପାଇଲେ ପଦୋନ୍ନତି

ଭୁବନେଶ୍ବର ୧।୧: କନିଷ୍ଠ ଶିକ୍ଷକମାନଙ୍କୁ ସରକାର ଦେଲେ ଭେଟି । ରାଜ୍ୟରେ ନିୟମିତ ହେଲେ ୮ହଜାର ୧୦୨ କନିଷ୍ଠ ଶିକ୍ଷକ । ୨୦୧୫ରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୬ ବର୍ଷ ୧୧ ମାସ ପରେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରାଯାଇଛି । ସେହିପରି ୪୦ ହଜାର ୫୨ ଶିକ୍ଷକଙ୍କୁ ପଦୋନ୍ନତି କରାଯାଇଛି […]