ଦେବଗଡ ଜିଲ୍ଲାରେ ବଢିଲା କୋଭିଡ୍ ସଂକ୍ରମଣ, ସ୍ଥାନାନ୍ତରିତ ହେଲା ଦୈନିକ ପରିବା ବଜାର
ଦେବଗଡ ୧୦।୧: କିଛି ଦିନ ହେବ ଦେବଗଡ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ଏବେ ପୁଣି ବଢିବାରେ ଲାଗିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଦେବଗଡ ପୌରପରିଷଦ ପକ୍ଷରୁ ଦୈନିକ ବଜାରକୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ସହର ମଧ୍ୟରେ ଥିବା ଦୈନିକ ବଜାରକୁ ପ୍ରଧାନପାଟ ଜଳପ୍ରପାତ ରାସ୍ତା ଓ ରଥଦାଣ୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଜନସମାଗମକୁ ନିୟନ୍ତ୍ରିତ କରିବା ପାଇଁ ଦୈନିକ ବଜାରକୁ ଦୁଇଟି ଅଲଗା ଅଲଗା ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି […]