ଖେଳ ଦେଶ ବିଦେଶ

ଆଇପିଏଲ୍‌ ୨୦୨୨: ରେଜିଷ୍ଟ୍ରେସନ୍‌ ଉଇଣ୍ଡୋ ବନ୍ଦ ବେଳକୁ ନିଲାମ ପାଇଁ ସାଇନ୍‌ ଅପ୍‌ କରିଛନ୍ତି ୧୨୧୪ ଖେଳାଳି

ନୂଆଦିଲ୍ଲୀ: ୨୦୨୨ ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌’ (ଆଇପିଏଲ୍‌) ସିଜନ୍‌ ପୂର୍ବରୁ ହେବାକୁ ଥିବା ବୃହତ୍‌ ନିଲାମର ଅଂଶବିଶେଷ ହେବା ପାଇଁ ସମୁଦାୟ ୧୨୧୪ଜଣ ଖେଳାଳି ପଞ୍ଜିକରଣ କରିଥିବା କଥା ଆଜି ‘ଦି ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) କହିଛି। ନିଲାମ ତାରିଖ କିଂବା ସ୍ଥାନ ଔପଚାରିକ ଭାବେ ଏଯାବତ୍‌ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ତାହା ଫେବ୍ରୁଆରି ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ ବୋଲି ଜଣାପଡୁଛି। ପଞ୍ଜିକରଣ କରିଥିବା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଭୟ ବଢ଼ାଇଲାଣି କରୋନା: ଦିନକରେ ୩.୩ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ, ୧୦ହଜାର ପାର୍ ହେଲା ଓମିକ୍ରନ; ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୭ ହଜାର ୭୦୪ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ୍ କେସ୍ ୨୧ ଲକ୍ଷ ପାର୍ କରିଛି । ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୧ ଲକ୍ଷ ୧୩ ହଜାର ୩୬୫ ହୋଇଯାଇଛି । ପଜିଟିଭିଟି ରେଟ୍ ୫.୪୩ ପ୍ରତିଶତ ବଢ଼ିଛି । ଦୈନିକ ପଜିଟିଭ୍ ହାର ୧୭.୨୨ ପ୍ରତିଶତ ରହିଛି । ତେବେ ଦିନକରେ ୨ ଲକ୍ଷ ୪୨ ହଜାର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆସନ୍ତା ୨୭ ତାରିଖରୁ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ କ୍ଲାସ୍

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ୟୁଟ୍ୟୁବରେ ଆରମ୍ଭ ହେବ । ପ୍ରତ୍ୟେକ ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ କ୍ଲାସ ଜାରି ରହିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଏଡିଓଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପାଠପଢ଼ା କିଭଳି ହେବ ଓ ଗାଇଡଲାଇନ ସମ୍ପର୍କରେ […]

ରାଜ୍ୟ ସ୍ୱାସ୍ଥ୍ୟ

ଏସସିବିରୁ ରୋଗୀଙ୍କୁ ଏୟାର୍‌ ଲିଫଟ: କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି

କଟକ: କଟକ ଏସସିବିରୁ ଜଣେ ରୋଗୀଙ୍କୁ ଏୟାର୍‌ ଲିଫଟ କରାଯାଉଥିବାର ଖବର ମିଳିଛି। ଏସିବିରୁ ସୁରାଟ ଯିବେ ଇନ୍ଦ୍ରମଣି ପାଣି। ଇନ୍ଦ୍ରମଣିଙ୍କ ପୁଅ ବାଞ୍ଛାନିଧି ପାଣି ଜଣେ ଓଡ଼ିଆ ଆଇଏସ ଅଧିକାରୀ। ସେ ସଂପ୍ରତି ସୁରାଟ ମୁନସିପାଲ କମିସନର ଭାବେ କାର୍ଯ୍ୟରତ। ପୁଲିସ ଏସ୍କର୍ଟରେ ସାଢେ ୯ଟାରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଯାଉଛନ୍ତି ଇନ୍ଦ୍ରମଣି। ଏଥିଲାଗି କଟକରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ ହାଇଆଲର୍ଟ ଜାରି ହୋଇଛି।

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଶିବାଡ଼ ଘାଟିରେ ବସ୍ ଦୁର୍ଘଟଣାଗ୍ରସ୍ତ: ୧୦ରୁ ଅଧିକ ଯାତ୍ରୀ ଆହତ

ପାରଳାଖେମୁଣ୍ଡି: ଆଜି ସକାଳେ ଭୁବନେଶ୍ୱରଠାରୁ ରାମଗିରି ଦେଇ ପାରଳାଖେମୁଣ୍ଡି ଆସୁଥିବା ଇସ୍ପାତ ବସ ରାଶିବାଡ଼ ଘାଟିରେ ଦୁର୍ଘଟଣା ଶିକାରୀ ହୋଇଛି। ସୂଚନା ମୁତାବକ ଘାଟିରୁ ଓହ୍ଲାଇବା ବେଳେ ଗାଡିର ବ୍ରେକ ଫେଲ୍ ହୋଇଥିଲା ଏବଂ ଗାଡ଼ି ଭାରସାମ୍ୟ ହରାଇଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ୧୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଡ୍ରାଇଭର ଅନୀଲ କୁମାର ରାଉତ ଆହତ ହୋଇଥିବା ବେଳେ ଯାତ୍ରୀ କୁଶଭଦ୍ର ବାରିକ, ସନ୍ତୋଷୀ ବାରିକ, ନିରଞ୍ଜନ […]

ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ ସଂକ୍ରମିତଙ୍କ ମୃତ୍ୟୁ: କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ ଅଛନ୍ତି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ କାହାରି ମୃତ୍ୟୁ ଘଟିନଥିବା […]

ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍‌ ଅଭିନେତା ଅରୁଣ ବର୍ମାଙ୍କ ପରଲୋକ, ‘ନାୟକ’, ‘କିକ୍‌’ ଭଳି ଫିଲ୍ମରେ କରିଥିଲେ ଦମ୍‌ଦାର ଅଭିନୟବଲିଉଡ୍‌ ଅଭିନେତା ଅରୁଣ ବର୍ମାଙ୍କ ପରଲୋକ, ‘ନାୟକ’, ‘କିକ୍‌’ ଭଳି ଫିଲ୍ମରେ କରିଥିଲେ ଦମ୍‌ଦାର ଅଭିନୟ

ନୂଆଦିଲ୍ଲୀ, ୨୧/୦୧: ବଲିଉଡ୍‌ ଅଭିନେତା ତଥା କବି ଅରୁଣ ବର୍ମାଙ୍କ ଗୁରୁବାର ପରଲୋକ ହୋଇଥିବା ସୂଚନା ମିଳିଛି । ଅରୁଣଙ୍କ ପରଲୋକ ନେଇ ତାଙ୍କ ନାତି ଅମିତ୍‌ ଏକ ଜାତୀୟ ଖବର କାଗଜ ସଂସ୍ଥାକୁ ଜଣାଇଛନ୍ତି । ସେ ଭୋପାଳରେ ପ୍ରାଣତ୍ୟାଗ କରିଛନ୍ତି । ଅରୁଣ ବଲିଉଡ୍‌ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହିତ ଫିଲ୍ମ କିକ୍‌ ଏବଂ ମୁଝ୍‌ସେ ସାଦି କରୋଗିରେ ଅଭିନୟ କରିଥିଲେ । ଅମିତ୍‌ ଏନେଇ କହିଛନ୍ତି ଯେ, ଗୁରୁବାର ରାତି ୨ଟା ସମୟରେ […]

ଖେଳ ଦେଶ ବିଦେଶ

ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା

ନୂଆଦିଲ୍ଲୀ, ୨୧|୦୧: ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଜାରି କରିଛି । ଏବେ ଅଷ୍ଟ୍ରେଲିଆ ଟିମ୍ ଟି୨୦ ଚାମ୍ପିଅନ ରହିଛି । ଯଦି ଏପରି ସ୍ଥିତିରେ କଙ୍ଗାରୁ ମାଟିରେ ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ । ଆହୁରି ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମହା ମୁକାବିଲା । ଆଇସିସି ଶୁକ୍ରବାର ସକାଳେ ଖେଳସୂଚୀ ଜାରି କରିଛି […]

ରାଜ୍ୟ ସ୍ୱାସ୍ଥ୍ୟ

ମଝି ଚିଲିକାରେ ଅଟକିଲା ଭସାପୋଲ, ଘଣ୍ଟାଏ ଧରି ଫସିଲେ ୫୦ରୁ ଅଧିକ ଯାତ୍ରୀ:

କୃଷ୍ଣପ୍ରସାଦ: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଜହ୍ନିକୁଦାରୁ ସାତପଡ଼ା ଯାଉଥିବାବେଳେ ଭସାପୋଲଟି ମୁଖ୍ୟ ଚ୍ୟାନେଲରୁ ଅଲଗା ହୋଇ ମଧ୍ୟଭାଗରେ ଅଟକି ଯାଇଥିଲା । ଭସାପୋଲରେ ୨ଟି ଯାତ୍ରୀବାହୀ ବସ୍, ୧୦ଟି ବାଇକ ଏବଂ ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ହଠାତ୍ ମୁଖ୍ୟ ଚ୍ୟାନେଲରୁ ଅଲଗା ହେବା ପରେ ଅଟକି ଯାଇଥିଲା ଭସାପୋଲ, ଯାହାକୁ ନେଇ ଭୟଭୀତ ମଧ୍ୟ ହୋଇଯାଇଥିଲେ ଯାତ୍ରୀମାନେ । ସୋଭାଗ୍ୟବସତଃ ଚିଲିକାରେ ଜଳସ୍ତର କମ୍ ରହିଥିବା ଏବଂ […]

ଖେଳ ଦେଶ ବିଦେଶ

୨୫ରୁ କଟକରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ, ଯୋଗଦେବେ ୧୮ ଦେଶର ୩ ଶହରୁ ଅଧିକ ପ୍ରତିଯୋଗୀ

ଭୁବନେଶ୍ୱର, ୨୦/୦୧: ଜାନୁଆରୀ ୨୫ରୁ ଆରମ୍ଭ ହେବ ଓଡ଼ିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ । କଟକ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏହି ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ନେଇ ଜଣାପଡ଼ିଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୮ ଦେଶର ୩ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେବା ନେଇ ସୂଚନା ମିଳିଛି ।