ଖେଳ ଦେଶ ବିଦେଶ

ପୁତ୍ର ସନ୍ତାନର ବାପା ହେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଗତ ମଙ୍ଗଳବାର ତାଙ୍କ ପତ୍ନୀ ହେଜେଲ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଯୁବରାଜ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି। ଯୁବରାଜ ଲେଖିଛନ୍ତି,, ମୋର ସମସ୍ତ ପ୍ରଶଂସକ, ପରିବାରବର୍ଗ ଓ ସାଙ୍ଗସାଥୀଙ୍କୁ ଏହା ଜଣାଇବା ପାଇଁ ଖୁସି ଲାଗୁଛି କି ଆଜି ଭଗବାନଙ୍କ ଆଶୀର୍ବାଦରୁ ସନ୍ତାନ ସୁଖ ପ୍ରାପ୍ତି ହୋଇଛି । ଭଗବାନ ଏପରି ଆଶୀର୍ବାଦ କରିଥିବାରୁ କୋଟି କୋଟି ଧନ୍ୟବାଦ । […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୭,୪୨୬ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୪୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮୬୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୫୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଗୁଜୁରାଟ ଗୌରବର ଚିତ୍ର ହେଉଛି ଏହି ଶୈଳୀ, ଭୂକମ୍ପଠାରୁ ସୁରକ୍ଷା ଦେଉଛି ଭୂଙ୍ଗା ଷ୍ଟାଇଲ ଘର

ଗୁଜୁରାଟ ୨୬/୦୧: ଗୁଜୁରାଟର ଦ୍ୱିତୀୟ ବୃହତ୍ତମ ଜିଲ୍ଲା ହେଉଛି କଛ । ଦେଶରେ ଏହା ଭୂକମ୍ପ ପାଇଁ ଏହା ସବୁଠାରୁ ଅସୁରକ୍ଷିତ ଅଞ୍ଚଳ ଅଟେ । ଏହି କାରଣରୁ ଏଠାରେ ରହୁଥିବା ଲୋକମାନେ ନିଜ ଘରକୁ ଏକ ଭିନ୍ନ ଢଙ୍ଗରେ ତିଆରି କରିଛନ୍ତି । ଗତ କିଛି ଶତାବ୍ଦୀରେ ଭୂକମ୍ପ ହେତୁ କଛ ପ୍ରବଳ ବିନାଶର ସମ୍ମୁଖୀନ ହୋଇଥିଲା । ଏଠାରେ ୧୮୧୯ର ଭୂକମ୍ପ ସମୟରେ ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ହଜାର ହଜାର […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପଦ୍ମଶ୍ରୀ ନେବାକୁ ମନା କରିଦେଲେ ପ୍ରସିଦ୍ଧ ଗାୟିକା, କହିଲେ ମୋ ଭଳି ବ୍ୟକ୍ତି ପାଇଁ ଏହା ଅପମାନ ସହିତ ସମାନ

କୋଲକାତା, ୨୬/୦୧: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ବିଶିଷ୍ଟ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଶର ଶ୍ରେଷ୍ଠ ସମ୍ମାନ ପଦ୍ମ ପୁରସ୍କାର ଦେବା ନେଇ ଘୋଷଣା ହୋଇଛି । ମୋଟ ୧୨୮ ଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ପଦ୍ମଶ୍ରୀ ସୂଚୀରେ ପଶ୍ଚିମ ବଙ୍ଗର ପ୍ରସିଦ୍ଧ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ନାମ ମଧ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

ଆଇସିକ୍ରିମ୍ କାଠିରେ ନିଆରା କଳାକୃତି, ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ଯୁବ ଶିଳ୍ପୀ ବିଶ୍ବଜିତ ନାୟକ

ପୁରୀ ୨୬।୧: ଆଇସିକ୍ରିମ୍ କାଠି ମାଧ୍ୟମରେ ନିଆରା କଳାକୃତି କରି ଜଣାଇଲେ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ତ୍ରିରଙ୍ଗାର ଚିତ୍ର ଆଙ୍କି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯୁବ ଶିଳ୍ପୀ । ପୁରୀ ସିଦ୍ଧମହାବୀର କୁମୁଟିପାଟଣା ଅଞ୍ଚଳର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମାର ତୃତୀୟ ବର୍ଷ ଛାତ୍ର ବିଶ୍ବଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ବଜିତ ଆଇସକ୍ରିମ୍ କାଠିରେ ଏହି କଳାକୃତି କରିଛନ୍ତି । ୬୭୫ଟି […]

ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୬।୧: ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କୋଭିଡର କେବେ ବି ଅନ୍ତ ହେବନାହିଁ । ଭାଇରସ୍ ର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । କାରଣ ଭାଇରସ୍ ତାର ଚରିତ୍ର ବଦଳାଇ ଥାଏ । ଆଲଫା ପରେ ଡେଲଟା ଓ ତାର ସବ୍ ଭାରିଆଣ୍ଟ ଆସିଲା ତାପରେ ଓମିକ୍ରନ୍ ଏବଂ ତାର ସବ୍ ଭାରିଆଣ୍ଟ ଆସିଛି । ଏମିତି ବି ଏବେ ହୋଇଥିବ ଅନେକ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

କାମରେ ଆସିଲାନି ବ୍ରେଲି ଲିପି ଶିକ୍ଷା: ଶିକ୍ଷିତ ଦୃଷ୍ଟିହୀନଙ୍କ ପ୍ରାର୍ଥିପତ୍ର ନାକଚ

ନୂଆପଡ଼ା/କୋମନା : ସାଧାରଣ ଲେଖା (ବ୍ରେଲି ବ୍ୟତୀତ) ଲେଖି ପଢ଼ି ପାରିଲେନି ବୋଲି ନୂଆପଡ଼ା ଜିଲ୍ଲାରେ ଜଣେ ଶିକ୍ଷିତ ଦୃଷ୍ଟିହୀନ ସରପଞ୍ଚ ପ୍ରାର୍ଥୀ ଶାନ୍ତିଲାଲ ଶବରଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଛି। ଏ ସଂପର୍କରେ ସେ ନ୍ୟାୟ ପାଇଁ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି। ଏହାସହିତ ପଞ୍ଚାୟତ ନିର୍ବାଚନ ଆଇନରେ ସଂଶୋଧନ କରି ବ୍ରେଲି ଲିପିକୁ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଗଣ୍ଡାମେର ପଞ୍ଚାୟତ ଦାବିରିପଡ଼ା […]

ଦେଶ ବିଦେଶ ମନୋରଞ୍ଜନ

ବରଫ ସଫା କରି ଜେସିବିରେ ଯାଇ ପହଞ୍ଚିଲା ବର

ସିମଲା: ପ୍ରବଳ ତୁଷାରପାତ ହେତୁ ରାସ୍ତା ଅବରୋଧ ହୋଇଯାଇଥିବାରୁ ଏହାକୁ ନିଜେ ସଫା କରି ପହଞ୍ଚିଲା ବର | ହିମାଚଳ ପ୍ରଦେଶର ସିରମୋରରେ ଏଭଳି ଏକ ଘଟଣା ଘଟିଛି | ରିପୋର୍ଟ ଅନୁଯାୟୀ, ସିରମୋରର ଜାଭଗା ଗାଁରୁ ସାଉନ୍ଫର ଗ୍ରାମ ବରଯାତ୍ରୀ ଯାଉଥିଲେ | କିନ୍ତୁ ତୁଷାରପାତ ହେତୁ ରାସ୍ତା ବନ୍ଦ ରହିଥିଲା। ସାଙ୍ଗ୍ରାଠାରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତା ବନ୍ଦ ରହିଥିଲା। ପ୍ରଥମେ, ଜେସିବି ମାଧ୍ୟମରେ ବରଫ ସଫା କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ […]

ରାଜ୍ୟ ସ୍ୱାସ୍ଥ୍ୟ

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍‌ ସଂକ୍ରମିତ

ପୁରୀ : ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍‌ ସଂକ୍ରମିତ ‌ହୋଇଛନ୍ତି। ଟ୍ବିଟର ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସଂପ୍ରତି ସେ ନିଜ ଘରେ ସଙ୍ଗରୋଧର ରହିଥିବା ବେଳେ କରୋନାକୁ ହାଲ୍‌କା ଭାବେ ନନେବାକୁ ନିବେଦନ କରିଛନ୍ତି। ଏଥିସହ ମାସ୍କ ପିନ୍ଧିବା ନେଇ ପ୍ରସ୍ତୁତ କରିଥିବା ଏକ ବାଲୁକା କଳା ସେ ପ୍ରସ୍ତୁତ କରିଛନ୍ତି। କୋଭିଡ୍‌ର ଭୟାବହତା ସମ୍ପର୍କରେ ନିଜର ମତ ରଖିବା ସହ ସବୁବେଳେ ମାସ୍କ ପିନ୍ଧିବା ପାଇଁ ସଚେତନ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ

କେବଳ ସହରରେ ନୁହେଁ, ଗାଁରେ ମଧ୍ୟ କରୋନା ସଂକ୍ରମଣର ଉପସ୍ଥିତି ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଗତ ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି। ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରି ସାରିଛି ବୋଲି। ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି। ସେ ଆହୁରି କହଇଛନ୍ତି, ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇ ପାରେ। […]