ବିଏଡ୍ ନାମଲେଖା: ଗୋଟିଏ ସିଟ୍କୁ ୪୦ ଆଶାୟୀ
ଭୁବନେଶ୍ବର : ୨୮ ଶିକ୍ଷାନୁଷ୍ଠାନରେ ୨୬୫୦ ସିଟ୍। ନାମଲେଖା ଲାଗି ୧ ଲକ୍ଷ ୩ ହଜାର ୬୮୪ ଆବେଦନକାରୀ। ଅର୍ଥାତ୍ ଗୋଟିଏ ସିଟ୍ ପାଇଁ ପ୍ରାୟ ୪୦ ଜଣ ଆଶାୟୀ। ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ବିଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନ୍ୟାସନାଲ କାଉନସିଲ୍ ଫର୍ ଟିଚର ଏଜୁକେସନ(ଏନ୍ସିଟିଇ) ପକ୍ଷରୁ କେଉଁ ଶିକ୍ଷାନୁଷ୍ଠାନର କେତେ ସିଟ୍ରେ ନାମଲେଖା ହେବ ସେନେଇ ଅନୁମତି […]