ଏହି ଫୁଲରୁ ତିଆରି ହୁଏ ସବୁଠାରୁ ମହଙ୍ଗା ମସଲା, କିଲୋ ପ୍ରତି ୩ ଲକ୍ଷ ଟଙ୍କାରେ ହୁଏ ବିକ୍ରି
ଶ୍ରୀନଗର ୧୭/୧୧ : ଜାମୁ କାଶ୍ମୀରର ପାହାଡିଆ ଅଞ୍ଚଳରେ ଏକ ମହଙ୍ଗା ମସଲା ଉତ୍ପାଦନ ହୋଇଥାଏ। ଏଠାରେ ଶରତ ଋତୁ ଆରମ୍ଭ ହେଲେ ସୁନ୍ଦର ଓ ମହଙ୍ଗା ଜଡିବୁଟି ‘କେସର’ ଉତ୍ପାଦନ ହୋଇଥାଏ। ଶରତ ଋତୁ ଆରମ୍ଭ ହେଲେ ଏଠାକାର କ୍ଷେତ ବାଇଗଣୀ ରଙ୍ଗ ଫୁଲରେ ସଜେଇ ହୋଇଯାଏ। ଏହି ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ସୁନ୍ଦର। କାଶ୍ମିରୀ ଚାଷୀ ପରିବାର ଫୁଲ ତୋଳି ଏହି ଫୁଲରୁ କେସର ବାହାର କରନ୍ତି। କେସର ବିଶ୍ୱର ସବୁଠାରୁ ମହଙ୍ଗା ଗଛ। […]
