ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୧୪ ମାସରେ ତିଆରି ହୋଇଛି କଙ୍ଗନାଙ୍କ ଲେହେଙ୍ଗା

ବଲିଉଡ୍‌ କ୍ବିନ୍‌ କଙ୍ଗନା ରନାୱତ ଆଜି ନିଜ ଭାଇ ଅକ୍‌ସଦ୍‌ଙ୍କ ବିବାହରେ କୌଣସି ରାଣୀଙ୍କଠାରୁ କମ୍‌ ଲାଗୁନଥିଲେ। ତାଙ୍କ ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍‌ ‌ଅଳଙ୍କାର ତାଙ୍କୁ ରାଜକୀୟ ଲୁକ୍‌ ଦେଉଥିଲା। ହେଲେ ଆପଣ ଜାଣିଛନ୍ତି କି, କଙ୍ଗନାଙ୍କ ଏହି ଲେହେଙ୍ଗା ତିଆରି କରିବାକୁ ଡିଜାଇନର୍‌ମାନଙ୍କୁ ୧୪ ମାସ ସମୟ ଲାଗି ଯାଇଥିଲା। କଙ୍ଗନା ନିଜେ ତାଙ୍କ ଲେହେଙ୍ଗା ସମ୍ପର୍କରେ ଟ୍ବିଟର୍‌ରେ ସୂଚନା ଦେଇ କହିଛନ୍ତି, ଏହା ଡିଜାଇନର୍‌ ଅନୁରାଧା ବକିଲଙ୍କ ସର୍ଜନା। […]