ରାଜ୍ୟ

ସୁବର୍ଣ୍ଣରେଖା କେନାଲରେ ବୁଡ଼ିଗଲେ ୪ ଛାତ୍ର: ୨ ଉଦ୍ଧାର, ଦୁଇ ନିଖୋଜ

ବାରିପଦା: ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଯାଇଥିବା ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେଏବେ ବି ଅନ୍ୟ ଦୁଇ ଛାତ୍ର ନିଖୋଜ ଅଛନ୍ତି। ଦୁଇ ନିଖୋଜ ଛାତ୍ର ହେଲେ ସାରସକଣାର ତନ୍ମୟ କୁମାର ଏବଂ ରସଗୋଵିନ୍ଦପୁରର ସତ୍ୟବ୍ରତ ସାହୁଙ୍କ ପୁଅ ଦିବ୍ୟଜ୍ୟୋତି ସାହୁ। ଗଣେଶ ଭସାଣୀ ବେଳେ ଏଭଳି ଅଘଟଣଘଟିଥିବା ଜଣାଯାଇଛି।

ରାଜ୍ୟ

ହାତୀ ମଣିଷ ଲଢ଼େଇ: ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମାଈହାତୀର ମୃତ୍ୟୁ

ବୈଶିଙ୍ଗା: ହାତୀଙ୍କୁ ସୁରକ୍ଷା ଦେବା ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ ଗୁରୁବାର ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଗ୍ରାମ ଉପକଣ୍ଠ ଧାନ ବିଲ ଚାରିପଟେ ଚାଷୀଙ୍କ ଦ୍ୱାରା ବିଛା ଯାଇଥିବା ଅସ୍ଥାୟୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଉକ୍ତ ହାତୀପଲର ଏକାଧିକ ହାତୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।  ସୂଚନା ଅନୁଯାଇ ବେତନଟୀ ରେଞ୍ଜ ଅଧୀନ […]

ରାଜ୍ୟ

ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ, ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ତେଲକୋଇ: ନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ସମାକୋଇ ନଦୀର ତଳମୁଣ୍ଡ ଚକଦର ଠାରେ ପ୍ରସ୍ତାବିତ ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ଆଜି ସମାକୋଇ-ଚକଦର ପ୍ରକଳ୍ପ ସମନ୍ୱୟ ସମିତି ପକ୍ଷରୁ ତେଲକୋଇ ୧୨ଘଣ୍ଟିଆ ବନ୍ଦକେ ସହିତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଠାରେ ଅବରୋଧ କରାଯାଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଙ୍ଗ୍ କରି ଗାଡ଼ି ମୋଟର ଅଟକାଇଛନ୍ତି।

ରାଜ୍ୟ

ଶ୍ରୀମନ୍ଦିରରେ ଦଧିନଉତି ବାନ୍ଧିବା ଘଟଣା: ଛତ୍ରପୁରରୁ ଜଣେ ଅଟକ

ଛତ୍ରପୁର: ଶ୍ରୀମନ୍ଦିର ଉପରେ ଚଢି ଦଧିନଉତି ବାନ୍ଧିବା ଘଟଣାରେ ପୁରୀ ଶ୍ରୀମନ୍ଦିର ଥାନା ପୁଲିସ୍ ପକ୍ଷରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଅଟକ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଭାସ୍କରରାଓ ପେଟାସାହିର ବଳରାମ ମହାରଣା।  ସୂଚନା ଅନୁସାରେ ବଳରାମ ବୁଧବାର ଦିନ ରାତ୍ର ସମୟରେ ଶ୍ରୀମନ୍ଦିର ଉପରକୁ ଚଢ଼ି ଦଧିନଉତି ବାନ୍ଧିଥିଲେ। ସେ ବ୍ରହ୍ମପୁରର ଏକ ମେଡିକାଲରେ ୧୦ ବର୍ଷ ଧରି ଚିକିତ୍ସା ହୋଇ ଆସୁଥିଲେ। ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ […]

ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ସେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଉଛି। ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ହେବ ବ୍ୟାରିକେଡ୍। ଏହାଛଡ଼ା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ। ଖାଲିସେତିକି ନୁହେଁ, ସାଧା ପୋଷାକରେ ବି ପୁଲିସ […]

ରାଜ୍ୟ

ଚାନ୍ଦିପୁରରୁ ଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ୍

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଲଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇ। ପୂର୍ବାହ୍ନରେ ହେବାକୁ ଥିବା ଏହି ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବା ସହ ଏହାର ଟ୍ରାଜେଟୋରୀ ଓ ମାରକ କ୍ଷମତାକୁ ଯାଞ୍ଚ କରାଯିବ। ଏହି ପରୀକ୍ଷଣ ପାଇଁ ୩ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ପ୍ରଶାସନର ସୂଚନା ଅନୁସାରେ ଜୟଦେବକସବା ପାହି, ଶାହାଜାନଗର ପାଣିର ୧୦୯୩ ଜଣ, […]

ରାଜ୍ୟ

ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ତିନିଟି ବଡ଼ ନିଷ୍ପତ୍ତିରେ ମୋହର ବାଜିଛି। ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ୧ ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ। ପୁଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର […]

ରାଜ୍ୟ

ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

ଭୁବନେଶ୍ବର: ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ବିଧାୟକମାନଙ୍କୁ ଗୋଟିଏ ଗୋଟିଏ ଗୋ ଶାଳା ନିର୍ମାଣ କରିବାକୁ ନିବେଦନ କରଛନ୍ତି। ସେ କହିଛନ୍ତି, ସବୁ ବିଧାୟକ କରନ୍ତୁ, ୯୦% ସବସିଡି ଦିଆଯିବ। ଗାଈ ପାଇଁ ଦିନକୁ ୫୪ ଟଙ୍କା ଦିଆଯିବ। ଚଳିତ ବର୍ଷ ୨୦୦ ଗୋ ଶଳା ନିର୍ମାଣ ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର।  ସବୁ ବିଧାୟକ ନିଜ ଅଞ୍ଚଳରେ ଗୋଟିଏ ଗୋ ଶାଳା […]

ରାଜ୍ୟ

ମୋହନ ସରକାରଙ୍କ ବଡ଼ ଘୋଷଣା: ଶ୍ରମିକଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ନିର୍ମାଣ ଶ୍ରମିକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିରେ ସରକାର ବୃଦ୍ଧି ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ଏବେ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହା ନିର୍ମାଣ ଶ୍ରମିକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ଏଣିକି ଅନୁକମ୍ପାମୂଳକ ସହାୟତା ଭାବେ ୬ଲକ୍ଷ ଟଙ୍କା ଦିଆଯିବ।  ସେହିଭଳି […]

ରାଜ୍ୟ

୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସୂଚନା ଅନୁଯାୟୀ ସକାଳ ୧୧ଟା  ୨୫ ମିନିଟ୍ ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ। ଏଠାରୁ କଡ଼ା ସୁରକ୍ଷା ମଧ୍ୟରେ ଜନତା ମଇଦାନକୁ ଯିବେ। ସେଠାରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ଟାରୁ ୧ଟା ଯାଏ ଉପସ୍ଥିତ ରହିବେ। ଅପରାହ୍ଣ ୩ଟା ୨୫ ମିନିଟ ସମୟରେ ନୂଆଦିଲ୍ଲୀ ଫେରିଯିବେ ବୋଲି ଜଣାଯାଇଛି।