ଅପରାଧ ରାଜ୍ୟ

ବ୍ରହ୍ମପୁରରେ ଅନର୍ କିଲିଂ ଉଦ୍ୟମ ! ଝିଅକୁ ବିଷ ଦେଇ ବାପା ଗିରଫ

ବ୍ରହ୍ମପୁର ୨୬।୭: ବ୍ରହ୍ମପୁରରେ ଅନର କିଲିଂ ଅଭିଯୋଗ । ଝିଅକୁ ବିଷ ଦେଇ ମାରିଦେବାକୁ ବାପା ଉଦ୍ୟମ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ଝିଅ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଦେଖାଦେଇଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ଗାଁର ବାଲାଜୀ ପାତ୍ର ତାଙ୍କ ବଡ ଝିଅଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଝିଅ ଜଣଙ୍କ ଦିବ୍ୟାଙ୍ଗ […]

ଅପରାଧ ରାଜ୍ୟ

ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ତିନି ଗିରଫ

ଭୁବନେଶ୍ବର ୨୬।୦୭ : ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ । ଖଣ୍ଡଗିରି ଥାନା ଅଞ୍ଚଳରୁ ଜବତ ହେଲା ୧୦ଟି ବାଇକ । ଏହାସହ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଗିରଫଙ୍କ ମଧ୍ୟରେ ଦୁଇଜଣ ପାଞ୍ଚ ଗାଁର ଓ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରେ ବାଇକ୍‌ ଚୋରି କରୁଥିଲେ ଏହି ଗ୍ୟାଙ୍ଗ । ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିବା ପରେ ଲଗାତର ଭାବେ ନଜର ରଖିଥିଲା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସମ୍ବଲପୁର ବିଶ୍ବବିଦ୍ୟାଳୟ ପୁଣି ପ୍ରଶ୍ନପତ୍ର ବିଭ୍ରାଟ : ୫୦ ମାର୍କ ବଦଳରେ ଆସିଲା ୮୦ ମାର୍କର ପ୍ରଶ୍ନପତ୍ର

ସମ୍ବଲପୁର ୨୬।୭: ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ୧୩ ଦିନ ବିତିଲାଣି । ହେଲେ ଦୋଷୀ ଧରାପଡିନାହାନ୍ତି । ପୋଲିସ ତା ବାଟରେ କାର୍ଯ୍ୟ କରି ପଚରାଉଚରା ଜାରି ରଖିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜେ ବସାଇଥିବା କମିଟିର ତଦନ୍ତ ରିପୋର୍ଟରେ କ’ଣ ଆସିଲା ସାମ୍ନାକୁ ଆଣୁ ନାହାନ୍ତି । ତଦନ୍ତରେ କ’ଣ ବାହାରିଲା ଗଣମାଧ୍ୟମକୁ ଲୁଚାଉଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ସରିବା ପୂର୍ବରୁ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆଣିଥିବା ବେଳେ ସେମାନେ ସତରେ […]

ଅପରାଧ ଦେଶ ବିଦେଶ

ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ’ରେ ଭୟଙ୍କର ଦୁର୍ଘଟଣା, ୮ ମୃତ

ନୂଆଦିଲ୍ଲୀ ୨୫/୦୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାର ଶିକାର ହେଲା ଡବଲ ଡେକର୍ ବସ୍ । ୮ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର କଟରା ଥାନା ନିକଟବର୍ତ୍ତୀ ନାରାୟଣପୁର ଗ୍ରାମରେ । ସୂଚନାନୁସାରେ, ନାରାୟଣପୁର ଗ୍ରାମ ଦେଇ ଯାଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି […]

ଅପରାଧ ଦେଶ ବିଦେଶ

ବାଣ ତିଆରି ବେଳେ ବିସ୍ଫୋରଣ : ୬ ମୃତ, ଉଡିଗଲା ଘର ଛାତ

ନୂଆଦିଲ୍ଲୀ ୨୫/୦୭: ବିହାରର ସାରଣ ଜିଲ୍ଲା ଅନ୍ତର୍ଗତ ଛାପ୍ରାସ୍ଥିତ ଖୋଦାଇବାଗ ଅଞ୍ଚଳରେ ଏକ ଘରେ ରବିବାର ଜୋରଦାର ବିସ୍ଫୋରଣ ହୋଇଛି । ଫଳରେ ଘରର ଛାତ ଉଡ଼ିଯାଇଛି । ୬ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ପ୍ରାୟ ୮ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ଉକ୍ତ ୩ ମହଲାବିଶିଷ୍ଟ ଘର ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅନେକ ଲୋକ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ପହଞ୍ଚିଥିଲା । କୁହାଯାଉଛି ଯେ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଦ ପିଅ, ଧନୀ ହୁଅ: ଭକ୍ତଙ୍କୁ ସାମନାରେ ବସାଇ ମାଦକ ପିଆଇଲେ ଧର୍ମଗୁରୁ

ନୂଆଦିଲ୍ଲୀ ୨୫/୦୭: ସୋସିଆଲ ମିଡିଆରେ ଜଣେ ଧାର୍ମିକ ଗୁରୁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କର ଭକ୍ତମାନଙ୍କୁ ମଦ ପିଇବାକୁ ବାଧ୍ୟ କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଧର୍ମଗୁରୁ ଲୋକଙ୍କୁ କହି ବୁଲୁଛନ୍ତି ଯେ, ଯେତେ ସଂଖ୍ୟାରେ ମଦ ପିଇବ ସେତେ ମାତ୍ରାରେ ଧନୀ ହେବ । ଏ ଘଟଣା ଥାଇଲ୍ୟାଣ୍ଡର । ଆଉ ସେହି ଧର୍ମଗୁରୁ ହେଉଛନ୍ତି PHRA AJRAN KAMPEE । ତାଙ୍କ ମନ୍ଦିର ଚିଆଙ୍ଗ ୟୁହେନ ଜିଲ୍ଲାର ମହା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲି ଦର ବୃଦ୍ଧି ପ୍ରତିବାଦରେ ଟ୍ରାକ୍ଟର ସଂଘର ରାଲି ଓ ବିକ୍ଷୋଭ

ଫୁଲବାଣୀ ୨୫।୭: ପ୍ରଶାସନର ବାଲି ଉପରେ ମାତ୍ରାଧିକ ପେନାଲିଟିର ପ୍ରତିବାଦ କରି ସୋମବାର ଶତାଧିକ ଟ୍ରାକ୍ଟର ମାଲିକ କୃଷି ବିଭାଗ ଛକରୁ ଏକ ରାଲିରେ ବାହାରି ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କନ୍ଧମାଳ ଜିଲ୍ଲାରେ ବାଲିର ଦର ବୃଦ୍ଧି ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବାରୁ ଦୀର୍ଘ ଏକ ମାସ ଧରି ଟ୍ରାକ୍ଟର ସବୁ ବନ୍ଦ ରହିଛି । ଫଳରେ ଘର ନିର୍ମାଣ କରୁଥିବା ଲୋକେ, ଠିକା କାମ କରୁଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଡିଶାରେ ମଙ୍କିପକ୍ସର ସ୍ଥିତି କିଛି ନାହିଁ, ଗାଇଡ୍‌ଲାଇନ୍ ଅନୁସାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର ୨୫।୭: ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମନ୍ତ୍ରୀ କହିଛନ୍ତି, ମଙ୍କିପକ୍ସ ନେଇ ଗାଇଡ୍‌ଲାଇନ୍ ଆସିଛି । ଗାଇଡ୍‌ଲାଇନ୍ ଅନୁସାରେ ପଦକ୍ଷେପ ନେବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଶାରେ ମଙ୍କିପକ୍ସର ସ୍ଥିତି କିଛି ନାହଁ । ଯାହା ସ୍ଥିତି ଅଛି ତା ଉପରେ ନଜର ରଖାଯାଇଛି । ସେପଟେ ରାୟଗଡା କାଶୀପୁର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କାଶୀପୁରରେ ସ୍ଥିତି ନିୟନ୍ତ୍ରଣରେ […]

ଅପରାଧ ରାଜ୍ୟ

ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାର ଗିରଫ, ୬ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ଭୁବନେଶ୍ବର ୨୫।୦୭: ଠକେଇ ଅଭିଯୋଗରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଦିଲ୍ଲୀ ଉତ୍ତମ ନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ ନୀରଜ କୁମାରଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା (EOW) । ୬ କୋଟି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି । ନୀରଜଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇ SDJMଙ୍କ କୋର୍ଟରେ ହାଜର କରାଯିବ । ଖବର ଅନୁଯାୟୀ, ୨୦୧୩-୨୦୧୬ ପର୍ଯ୍ୟନ୍ତ ବାପୁଜୀ ନଗର PNBରେ ବ୍ୟାଙ୍କ ମ୍ୟାନେଜର ଭାବେ କାମ କରୁଥିଲେ ନୀରଜ […]

ଅପରାଧ ରାଜ୍ୟ

ବସ୍‌-ଟ୍ରକ ମଧ୍ୟରେ ଦୁର୍ଘଟଣା, ୧୦ ଗୁରୁତର

ସୁନ୍ଦରଗଡ଼ ୨୫।୦୭: ସୁନ୍ଦରଗଡ଼ ଜରଂଗଲୋଇରେ ବସ୍‌-ଟ୍ରକ ଧକ୍କା । ଏହି ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ ସରକାରୀ ବସ ଜୟପୁରରୁ ରାଉଲକେଲା ଆସୁଥିବା ବେଳେ ସୁନ୍ଦରଗଡ ଜରଂଗଲୋଇ ଠାରେ ଦୁର୍ଘଟଣା ଘଟିଛି । ବସରେ ୪୦ ରୁ ୫୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରୁ ୧୦ ରୁ ଅଧିକ […]