ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟିତ, ଉତ୍ସବରେ ୨୦୦୦ରୁ ଅଧିକ କଳାକାର ସାମିଲ
ବର୍ମିଂହାମ,୨୯/୦୭: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊଦ୍ଧ୍ୱର୍ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି, ନୃତ୍ୟ ଓ ଗୀତର ଛାପ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ୨୦୧୨ ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ ଠାରୁ ଏହା ଅଧିକ ଚିତାକର୍ଷକ ରହିଥିଲା । ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ […]