ଅପରାଧ ରାଜ୍ୟ

ଏସପି ଅଫିସ ପାଖରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ; ପରିଚୟ ଅସ୍ପଷ୍ଟ

ଅନୁଗୁଳ ୨୪/୦୯: ଅନଗୁଳ ଆରକ୍ଷି ଅଧିକ୍ଷକଙ୍କ (ଏସପି) କାର୍ଯ୍ୟାଳୟ ପାଖରେ ଜଣଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ୫୫ ନମ୍ୱର ଜାତୀୟ ରାଜପଥ ପାଖରେ ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ମୃୃୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ତାଙ୍କର ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆମ୍ବୁଲାନ୍ସରେ ମୃତଦେହକୁ ଅନଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କର ସ୍ବଭାବିକ ଭାବେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶବ […]

ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡ ଶୁଣାଇଲେ ପୋକ୍ସୋ ଅଦାଲତ

ଫୁଲବାଣୀ ୨୩/୦୯: ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟକୁ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(୪୨)କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ପଚିଶ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ପକ୍ଷରୁ ନିର୍ଦ୍ଦେଶ […]

ଅପରାଧ ରାଜ୍ୟ

ରାତିଅଧରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ

ଭୁବନେଶ୍ୱର ୨୪/୦୯: ରାଜଧାନୀରେ ରାତିଅଧରେ ଜଳିଗଲା ଦୋକାନ ଘର। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କା ଜିନିଷ ଓ ଆସବାବପତ୍ର। ଏଭଳି ଅଭାବନୀୟ ଘଟଣା ଭୁବନେଶ୍ବର ଆଚାର୍ଯ୍ୟ ବିବାହ ଆନନ୍ଦବଜାର ନିକଟରେ ଥିବା ଏକ ଦୋକାନା ଘରେ ଅଗ୍ନିକାଣ୍ଡ ଘଟଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦୁଇଟି ଦମକଳ ଗାଡ଼ି ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିଛିନ୍ତି ଅଗ୍ନିଶମ ଟିମ୍। ତେବେ କିଭଳି ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କେହି ଦୁର୍ବୃତ୍ତ ଦୋକାନ ଘରେ […]

ଅପରାଧ ରାଜ୍ୟ

ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ

ଭୁବନେଶ୍ୱର ୨୪/୦୯ : ପାରିବାରିକ କଳହ ନେଲା ଜୀବନ । ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଆତ୍ମହତ୍ୟା କରିଥିବା ଜିଲ୍ଲା ପରିଷଦ ସଭ୍ୟ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଧର୍ମେନ୍ଦ୍ର ସାହୁ । ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କ ଘରୁ ମିଳିଛି ମୃତଦେହ । ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଚର୍ଚ୍ଚା । “ମୋ […]

ଅପରାଧ ରାଜ୍ୟ

୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ

ନିଶ୍ଚିତକୋଇଲି ୨୪/୦୯: ଆଜି ଭୋରୁ ଭୋରୁ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାର ମୁଖ୍ୟ ରାସ୍ତାକଡରେ ବଡ ଦୁର୍ଘଟଣା । ଚାରିରୁ ପାଞ୍ଚଟି ବଡ଼ ଦୋକାନ ଉପରେ ଚଢ଼ିଗଲା ଦୁଇଟି ସାର ବୋଝେଇ ଟ୍ରକ । ଅଳ୍ପକେ ବଞ୍ଚିଲେ ୧୪କର୍ମଚାରୀ । ଦୁଇଟି ଟ୍ରକ ଉକ୍ତ ସ୍ଥାନରେ ଏବେ ବି ପଶିରହିଚି । କଟକରୁ କେନ୍ଦ୍ରାପଡା ଅଭିମୁଖେ ସାର ନେଇ ଯାଉଥିବା ବେଳେ ହଠାତ୍ ଦୁଇଟି ଟ୍ରକ ବଜାର ମଧ୍ୟରେ ଥିବା ଦୋକାନ ଉପରେ ଚଢିଯାଇଥିଲା । […]

ଖେଳ ଦେଶ ବିଦେଶ

ପାକିସ୍ତାନ ଦଳରେ ଚାଲିଛି କି ମତଭେଦ ? ବାବର-ରିଜୱାନ୍‌ଙ୍କୁ କାହିଁକି ସ୍ୱାର୍ଥପର କହିଲେ ଶାହିନ୍ ଆଫ୍ରିଦି

ନୂଆଦିଲ୍ଲୀ ୨୩/୦୯: ଗୁରୁବାର କରାଚିରେ ଖେଳାଯାଇଥିବା ଟି -20 ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଦଳ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି । ଏହା ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୨୦୦ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଅଧିନାୟକ ବାବର ଆଜାମ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ଧୂଆଁଧାର ବ୍ୟାଟିଂ କରିଥିଲେ । କୌଣସି ୱିକେଟ୍ ନହରାଇ […]

ଅପରାଧ ରାଜ୍ୟ

ଓଡିଶା ସୀମାରେ ଛତିଶଗଡର ଅନୁପ୍ରବେଶ, ତିନି କିମି ଭିତରକୁ ପଶି କାଟିଦେଲେ ଜଙ୍ଗଲ

ମାଥିଲି ୨୩।୦୯ : ଓଡିଶା ସୀମାରେ ଛତିଶଗଡର ଅନୁପ୍ରବେଶ । କେବଳ ଅନୁପ୍ରବେଶ ନୁହେଁ ସୀମା ଚିହ୍ନଟ କରିବାକୁ ପ୍ରାୟ ତିନି କିଲୋମିଟର ଭିତରେ କାଟିଦେଲେ ଜଙ୍ଗଲ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ସୀମାନ୍ତ କମାରପାଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, କୋଟିଆ ସୀମା ବିବାଦକୁ ନେଇ ଆନ୍ଧ୍ର ଏବଂ ଓଡିଶା ବିବାଦ ନ ତୁଟୁଣୁ ଛତିଶଗଡକୁ ନେଇ ନୂଆ ବିବାଦ ଧୀରେ ଧିରେ ଘନେଇବାରେ ଲାଗିଛି । ଛତିଶଗଡର ଜନସାଧାରଣ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଦୁର୍ଗାପୂଜା ଛୁଟି ପୂର୍ବରୁ ସ୍ବତନ୍ତ୍ର ପିଟିଏମ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଜାରି ରହିଥିବା ସ୍କୁଲ ରୂପାନ୍ତରୀକରଣ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିବାକୁ ଗତ ୧୦ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍‌) ଅନୁଷ୍ଠିତ ହୋଇଥିଲା। ମାତ୍ର ଅଧିକାଂଶ ବିଦ୍ୟାଳୟରେ ଅଭିଭାବକ ନ ଆସିବାରୁ ବୈଠକ ଶତ ପ୍ରତିଶତ ସଫଳ ହୋଇନାହିଁ। ଏନେଇ ଜଣାପଡ଼ିବା ପରେ ଓସେପା ପକ୍ଷରୁ ଗତକାଲି ଜିଲ୍ଲା ଶିକ୍ଷା […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

କାର୍ତ୍ତିକ ମାସରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ

ପୁରୀ : ଆସନ୍ତା କାର୍ତ୍ତିକ ମାସରେ ଉଭୟ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡ଼ୁଛି। ଏହି ସମୟରେ ପାକତ୍ୟାଗ ଓ ହାଣ୍ଡିଛାଡ଼ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବ। ଏଣୁ ଏହିଦିନ ବିଳମ୍ବିତ ନୀତିକାନ୍ତି ପାଇଁ ଭକ୍ତଙ୍କ ଦର୍ଶନ ବି ବିଳମ୍ବିତ ହେବ। ଆଜି ଛତିଶାନିଯୋଗ ବୈଠକରେ ଏସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ‌ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ କେଉଁ ସମୟରେ ନୀତିକାନ୍ତି ଅନୁଷ୍ଠିତ ହେବ, ତାହା ଚୂଡ଼ାନ୍ତ ହୋଇଛି। ଅକ୍ଟୋବର ୨୫ ତାରିଖରେ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ […]

ଅପରାଧ ରାଜ୍ୟ

ଟ୍ରକ୍ ଧକାରେ ଯୁବକ ମୃତ, ଘରକୁ ଯିବାବେଳେ ମାଡିଗଲା ଦଶଚକିଆ

ନିଶ୍ଚିତକୋଇଲି ୨୩/୦୯: ଟ୍ରକ୍ ଧକ୍କାରେ ଯୁବକ ମୃତ। ନିଶ୍ଚନ୍ତକୋଇଲି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ସୁକରପଡା ବଜାରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ଗୋତରା ପଞ୍ଚାୟତ ଆପିଲୋ ଗ୍ରାମର ସୁବାସ ପଣ୍ଡାଙ୍କ ୪୨ ବର୍ଷୀୟ ପୁଅ ମାନସ ପଣ୍ଡା । ସୂଚନାନୁଯାୟୀ, ମାନସ କେନ୍ଦ୍ରାପଡ଼ାର ଏକ ୟାମା ସୋରୁମରେ କାମ କରନ୍ତି। କିଛି ସମୟ ପୂର୍ବେ ସେ ବାଇକରେ ଘରୁ ବାହାରି କେନ୍ଦ୍ରାପଡ଼ା ଯାଉଥିଲେ। ସୁକରପଡା ବଜାରରେ […]