କେନ୍ଦ୍ର ସରକାରଙ୍କ ପିଜିଆଇ ରିପୋର୍ଟ: ଦିଲ୍ଲୀ ସମକକ୍ଷ ହେଉଛି ଓଡ଼ିଶା
ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନ୍ଡେକ୍ସ(ପିଜିଆଇ)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା, ମୂଲ୍ୟାୟନ ଓ ଗଭର୍ଣ୍ଣାନ୍ସ ପରି ୫ଟି ବିଷୟକୁ ନେଇ କରାଯାଇଥିବା ମୂଲ୍ୟାୟନରେ ଗତଥର ତୁଳନାରେ ୪ଟି ସ୍ଥାନ ଉପରକୁ ଉଠିଛି। କାରଣ ୨୦୧୯-୨୦ରେ ଓଡ଼ିଶା ୧୪ତମ ସ୍ଥାନରେ ଥିବା ବେଳେ ୨୦୨୦-୨୧ରେ ୧୦ମ ସ୍ଥାନରେ ରହିଛି। […]



