ପୁରୀରେ ପୁଣି ଚୋରଙ୍କ ଆତଙ୍କ, ମନ୍ଦିରରୁ ନେଇଗଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି
ପୁରୀ ୧୬।୧୧: ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ। ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୁରୀ ସଦର ଚନ୍ଦନପୁର ଥାନା ଆଳପୁର ଗାଁର ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଚୋରି ହୋଇଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। […]









