ସିନେମା ହଲ୍କୁ ଖାଦ୍ୟ ନେବା ମାମଲାରେ ସୁପ୍ରିମକୋର୍ଟ ରାୟ: ପିଇବା ପାଣି ବ୍ୟବସ୍ଥା ହେଉ, ଖାଦ୍ୟ କର୍ତ୍ତୃପକ୍ଷଙ୍କ ଇଚ୍ଛାଧୀନ
ନୂଆଦିଲ୍ଲୀ: ସିନେମା ହଲ୍କୁ ଲୋକେ ଖାଦ୍ୟ ନେଇ ଯାଇପାରିବେ କି ନା’ ସେ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କହିଛନ୍ତି , ସିନେମା ହଲ୍ ଜିମ୍ ନୁହେଁ ଯେ ସେଠାରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ହେବ। ଏହା ହେଉଛି ଏକ ମନୋରଂଜନ ସ୍ଥଳ। ସିନେମା ହଲ୍ ହେଉଛି ଏକ ଘରୋଇ ସମ୍ପତ୍ତି। ହଲ୍ ମଧ୍ୟକୁ ବାହାର ଖାଦ୍ୟ ନିଆଯିବ କି ନା’ ସେ ସଂକ୍ରାନ୍ତ ନିଷ୍ପତ୍ତି ସିନେମା ହଲ୍ ମାଲିକ ହିଁ ନେବେ। […]









