ଅପରାଧ ଦେଶ ବିଦେଶ ରାଜ୍ୟ

କୋଟିଏ ଟଙ୍କା ପାଖରେ ଅମର-ସେଜଲ୍ ଲଭ୍ ଷ୍ଟୋରୀ, ବିବାହ ପାଇଁ ଅମରକୁ ହୋଇନି ବୟସ

ସେଜଲଙ୍କ ପାଳିତ ଆମେରିକୀୟ ମାଆଙ୍କଠୁ କୁଆଡ଼େ କୋଟିଏ ଆଣିବାକୁ ଚାହୁଁଥିଲା ଅମର। କାଉନସେଲିଂ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟକୁ ନେଇ ଚାରିଆଡ଼େ ହଇଚଇ । ଖୋଳତାଡ଼ ଆରମ୍ଭ କରିଛି ପୋଲିସ । କାହାଣୀ ପରେ କାହାଣୀ, ଟୁଇଷ୍ଟ ପରେ ଟୁଇଷ୍ଟ। ସିନେମା ବି ଫିକା ପଡ଼ିଯିବ, ବହୁଚର୍ଚ୍ଚିତ ଅମର-ସେଜଲ ପ୍ରେମ କାହାଣୀ ଆଗରେ। ମିଛ କାନ୍ଦରୁ ଆରମ୍ଭ ହୋଇଥିବା ଷ୍ଟୋରୀ ଏବେ ପହଞ୍ଚିଛି କୋଟିଏ ଟଙ୍କା ପାଖରେ। ସେଜଲଙ୍କ ପାଳିତ ଆମେରିକୀୟ ମାଆଙ୍କଠୁ କୁଆଡ଼େ କୋଟିଏ ଆଣିବାକୁ […]

ରାଶିଫଳ

ସେପ୍ଟେମ୍ବର ୭ରୁ ଶନି ଦେବଙ୍କ ଆଶୀର୍ବାଦରୁ ଚମକିବ ଏହି ସବୁ ରାଶିମାନଙ୍କର ଭାଗ୍ୟ, ଜାଣନ୍ତୁ କାରଣ

ନ୍ୟାୟର ଦେବତା ଶନି ଦେବ ମହାରାଜ କୁମ୍ଭ ରାଶିର ଅଧିପତି। ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଶନିଙ୍କ ରାଶି କୁମ୍ଭରେ ହେବାକୁ ଯାଉଛି। ଶନି ଦେବ ଲୋକଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି, ସେଥିପାଇଁ ତାଙ୍କୁ କର୍ମର ଦେବତା ବୋଲି ବିବେଚନା କରାଯାଏ। ଏହି ଦିନ ଶନି ଦେବ ଅନେକ ରାଶି ଉପରେ ତାଙ୍କର ଆଶୀର୍ବାଦ ବର୍ଷିବେ।

ଖେଳ

ଆର ଅଶ୍ୱିନଙ୍କ ୱାର୍ଲଡ ରେକର୍ଡ, ୧୪୭ ବର୍ଷର ଇତିହାସରେ ଏପରି କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ ୨୦।୦୯: ରେକର୍ଡ ବ୍ରେକର ଆର ଅଶ୍ୱିନ । ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଖୁବ ଚର୍ଚ୍ଚାରେ । ପ୍ରଥମ ମ୍ୟାଚ୍‌ରେ ହିଁ କରିଛନ୍ତି ୱାର୍ଲଡ ରେକର୍ଡ । ସେ ମ୍ୟାଚ୍‌ର ପ୍ରଥମ ଦିନରେ ନିଜ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି ।  ଏହାବ୍ୟତୀତ ସେ ବର୍ତ୍ତମାନ ଯାଏଁ ଅପରାଜିତ ରହିଛନ୍ତି । ଅଶ୍ବିନୀ ବର୍ତ୍ତମାନ ରଚିଛନ୍ତି ନୂଆ ଇତିହାସ । ଯାହାକୁ ୧୪୭ ବର୍ଷରେ କେହି କରିପାରିନଥିଲେ ସେ କରି ଦେଖାଇଛନ୍ତି । ବାସ୍ତବରେ […]

ରାଜ୍ୟ

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ଭିତରେ କମିସନରେଟ୍‌ ପୁଲିସ ମୂଳ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୁଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି। ଘଟଣା […]

ରାଜ୍ୟ

ମାଲକାନଗିରି ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡ ମାଇନ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଭେଜେଙ୍ଗୱାଡା ରିଜେର୍ଭ ଫରେଷ୍ଟ ଅଂଚଳରେ କୁମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଟିଫିନ ବୋମାକୁ ଉଦ୍ଧାର କରିଥିଲେ ବିଏସଏଫ ଯବାନ। ଏକ ଗଛ ମୂଳରେ ବୋମାକୁ ଖଞ୍ଜା ଯାଇଥିଲା।ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି। ବିଏସଏଫର ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।ପରେ ଘଟଣାସ୍ଥଳରେ ହିଁ ବୋମାକୁ ନିଷ୍କ୍ରିୟ […]

ରାଜ୍ୟ

ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା, କଟାକ୍ଷ କଲେ ସୁରେଶ ପୂଜାରୀ

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାକୁ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ମୋ ମୁଖ୍ୟମନ୍ତ୍ରୀତ୍ବ କାଳରେ ମନ୍ତ୍ରୀମାନେ ଥାନା କଥା ପଚାରି ବୁଝୁଥିଲେ।ଏଣେ ରାଜସ୍ବ […]

ରାଜ୍ୟ

ସଂପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ: ବିଜୟ ପଟ୍ଟନାୟକ

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତରିତ ହେବା ପରେ ବି ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଆଉ କେତେ ତଥ୍ୟକୁ ଅପେକ୍ଷା କରାଯିବ ବୋଲି […]

ରାଜ୍ୟ

ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ଗମ୍ଭୀର: ଉତ୍ତର ବାଲେଶ୍ଵରର ୩୨୪ ଗାଁ ଜଳମଗ୍ନ

ଜଳେଶ୍ଵର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା। ଫଳରେ ଉତ୍ତର ବାଲେଶ୍ଵର ଅଞ୍ଚଳରେ ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି। ଆଜି ସକାଳ ୬ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୧୦.୨୦ ମିଟରରେ ପ୍ରବାହିତ ହେଉଛି। ଏଠାରେ ନଦୀର ସତର୍କ ସଙ୍କେତ ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖାର ବନ୍ୟା ପାଣି ନଦୀର ବିଭିନ୍ନ ଶାଖା ନାଳ ଦେଇ ଓ ନଦୀବନ୍ଧ ନଥିବା ସ୍ଥାନ ଦେଇ ଗାଁଗୁଡିକୁ ପ୍ରଖର […]

ରାଜ୍ୟ

ଆଦିତ୍ୟ ପଟ୍ଟନାୟକ ହେଲେ ସର୍ବ ସେବା ସଂଘ ଅଧ୍ୟକ୍ଷ

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆଦିତ୍ୟ ପଟ୍ଟନାୟକ ସର୍ବଭାରତୀୟ ଗାନ୍ଧୀବାଦୀ ସଂଗଠନ ‘ସର୍ବ ସେବା ସଂଘ’ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଚଳିତ ସେପ୍ଟେମ୍ବର ୧୧ ଓ ୧୨ ତାରିଖରେ ପଞ୍ଚାବର ପଠାନକୋଟ ଠାରେ ଅନୁଷ୍ଠିତ ସର୍ବ ସେବା ସଂଘର ୯୦ତମ  ରାଷ୍ଟ୍ରୀୟ ଅଧିବେଶନରେ ଦ୍ୱିତୀୟ ଦିବସରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ନେଇ ଏକ ପ୍ରେସ୍‌ ଇସ୍ତାହାରରେ ସଂଘର ସେବାଗ୍ରାମ (ମହାରାଷ୍ଟ୍ର) କାର୍ଯ୍ୟାଳୟର ନିର୍ବାଚନ ଅଧିକାରୀ ଶିବ ବିଜୟ ସିଂହ ଜଣାଇଛନ୍ତି। ପୂର୍ବରୁ ସ୍ୱାଧୀନତାସଂଗ୍ରାମୀ ଗୋପବନ୍ଧୁ […]

ରାଜ୍ୟ

ଗାଡ଼କଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଲୋକଙ୍କ ସହ ମନଖୋଲି କଥା ହେଲେ

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣାରେ ପହଞ୍ଚିଛନ୍ତି। ସେଠାରେ ସେ ନିଜ ଜନ୍ମଦିନରେ କ୍ଷୀରି ଖାଇଛନ୍ତି। ରାଜଧାନୀ ନିକଟ ଗାଡ଼କଣ ଗାଁରେ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଖାଇଛନ୍ତି କ୍ଷୀରି। ମୋଦୀଙ୍କ ପାଇଁ ଅନ୍ତର୍ଯ୍ୟାମୀଙ୍କ ବୋହୂ ସୁସ୍ୱାଦୁ କ୍ଷୀରି ପ୍ରସ୍ତୁତ କରିଥିଲେ। ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ଗୃହପ୍ରବେଶ କରାଇଛନ୍ତି। ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର […]