ଅପରାଧ ରାଜ୍ୟ

ନିଶା ନିବାରଣ କେନ୍ଦ୍ରର ମାଲିକ ଗିରଫ, ପ୍ରଶାସନର ନିର୍ଦ୍ଦେଶ ନ ମାନି ବେଆଇନ ଭାବେ ଚଳାଇଥିଲେ କେନ୍ଦ୍ର

ବାରିପଦା, ୦୪|୦୯: ବାରିପଦା ସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତି ଗିରଫ । ଶନିବାର ବିଳମ୍ବିତ ରାତିରେ ଗିରଫ କଲା ଟାଉନ ଥାନା ପୋଲିସ। ସୂଚନାନୁସାରେ, କିଛିଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ବେଆଇନ ନିଶା ନିବାରଣ କେନ୍ଦ୍ରକୁ ବନ୍ଦ କରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ସମସ୍ତ ଅନ୍ତେବାସୀଙ୍କୁ ସେମାନଙ୍କ ଘରଲୋକଙ୍କୁ ହସ୍ତାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ […]

ଅପରାଧ ରାଜ୍ୟ

ରାଧାଷ୍ଟମୀରେ ଚୋରି, ଦୁର୍ବୃତ୍ତ ମନ୍ଦିରରେ ପଶି ମୂର୍ତ୍ତି ସହ ନେଇଗଲେ ସୁନାଗହଣା !

ପୁରୀ ୦୪।୦୯ : ଶ୍ରୀକ୍ଷେତ୍ରରେ ମାତିଲେ ମୂର୍ତ୍ତି ଚୋର । ରବିବାର ପବିତ୍ର ରାଧାଷ୍ଟମୀ ଅବସରରେ ବି ରାଧା ମୂର୍ତ୍ତିଙ୍କୁ ଛାଡିଲେନି ଲୁଟେରା । ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି କରିନେଇଛନ୍ତି ଲୁଟେରା । ଏନେଇ ସଦର ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଖବର ଅନୁଯାୟା, ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁର ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି ହୋଇଛି […]

ଅପରାଧ ରାଜ୍ୟ

ମାଲ୍‌କାନଗିରିରେ କିଡ୍‌ନୀ ବିକ୍ରି ଘଟଣା, ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ

ମାଲକାନଗିରି ୦୪।୦୯: ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କିଡନୀ ବିକ୍ରି ଘଟଣାରେ ଆକ୍ସନ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ଅନୁଯାୟୀ, କୋତାମେଟା ଗାଁର ରଞ୍ଜିତା କୁଣ୍ଡୁ ନାମକ ଜଣେ ବିବାହିତ ମହିଳାଙ୍କ କିଡନି ତାଙ୍କ ସ୍ବାମୀ ବିକ୍ରି କରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ । ପରେ ଜିଲ୍ଲା ସଦର ଚିକିତ୍ସାଳୟରେ ରଞ୍ଜିତା କୁଣ୍ଡୁଙ୍କୁ ଡାକ୍ତରୀ ପରୀକ୍ଷା […]

ଅପରାଧ ରାଜ୍ୟ

ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣା, ୫ଜଣ ସେବାୟତ ନିଲମ୍ବିତ

ବାରିପଦା ୦୪।୦୯: ବାରିପଦା ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣାରେ ଆକ୍ସନ । ମାମଲାରେ ୫ଜଣଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ମନ୍ଦିର ଟହଲିଆ ସେବାୟତ ଭାନୁ ମହାଭୋଇ, କୃଷ୍ଣଚନ୍ଦ୍ର ବାରିକ, ମହେଶ୍ବର ମହାକୁଡ଼, ଦୀପଙ୍କର ମହାଭୋଇ, ଚିତ୍ତ ରଞ୍ଜନ ମହାଭୋଇ ଉକ୍ତ ରହିଛନ୍ତି । ଦେବତ୍ୱର ବିଭାଗ ପତ୍ର ସଂଖ୍ୟା ୫୫୪ ଅନୁଯାୟୀ ନିଲମ୍ବନ ଆଦେଶ ଦିଆଯାଇଛି। ଖବର ଅନୁଯାୟୀ, ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଶୁକ୍ରବାର ସନ୍ଧ୍ୟା ଆଳତୀ ପରେ […]

ଅପରାଧ ରାଜ୍ୟ

ଆନ୍ଧ୍ର ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ଜମି

ନାରାୟଣପାଟଣା : ଆନ୍ଧ୍ରର କିଛି ଦଲାଲ ଓଡ଼ିଶା-ଆନ୍ଧ୍ରର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ର ଲଙ୍ଗଳବେଡ଼ା ପଞ୍ଚାୟତର କାମ୍ବିବାଲସା ଗ୍ରାମରେ ପଶି ଜଣେ ଆଦିବାସୀଙ୍କ ୭ ଏକର ଚାଷଜମିକୁ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଅଜାଙ୍କ ନାଁରେ ଏହି ଚାଷ ଜମିର ପଟ୍ଟା ଥିଲେ ମଧ୍ୟ ଏହାକୁ ଜୋର୍‌ଜବରଦସ୍ତ ଦଖଲକୁ ନେଇଛନ୍ତି। ଏପରିକି ମେସିନ୍ ଲଗାଇ ଚାଷ ଜମି ଓ ମକା ଫସଲ ନଷ୍ଟ କରି ଦେଇଛନ୍ତି। ସୂଚନା ଅନୁଯାୟୀ, କାମ୍ବିବାଲସା ଗ୍ରାମର ନରେନ୍ଦ୍ର ତାଡିଙ୍ଗିଙ୍କ ଜେଜେବାପାଙ୍କ […]

ଅପରାଧ ରାଜ୍ୟ

ପତ୍ନୀଙ୍କ ଦଶାହରେ ଆଖି ବୁଜିଲେ ସ୍ୱାମୀ, ଦୁଇ ଅନାଥ ପିଲାଙ୍କ ଦାୟିତ୍ବ ନେଲା ପ୍ରଶାସନ

ଭଦ୍ରକ : ଭାଗ୍ୟର କି ବିଡ଼ମ୍ବନା। ସ୍ତ୍ରୀଙ୍କର ଦଶାହ ଦିନ ଆଖି ବୁଜିଲେ ସ୍ୱାମୀ। ଆଉ ସବୁଦିନ ପାଇଁ ଅନାଥ ହୋଇଗଲେ ଦୁଇ କୋମଳମତି ଶିଶୁ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଞ୍ଚାୟତରେ। ବଣିଆ ପଞ୍ଚାୟତ ପେଡ଼ାସାହି ଗ୍ରାମର ନରହରି ପେଡ଼ା ପେଷାରେ ଡ୍ରାଇଭର। ଆଜିକୁ ଦୁଇ ବର୍ଷ ତଳେ ନରହରିଙ୍କ ସହ ତାଙ୍କ ସ୍ତ୍ରୀ ଇତିଶ୍ରୀ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାରର ଆର୍ଥିକ ଅବସ୍ଥା […]

ଅପରାଧ ରାଜ୍ୟ

ବୃଦ୍ଧଙ୍କୁ ଅଜଗର ଗିଳିଲା ନା ନିଖୋଜ? ଅଜଗର ଶୋଇଥିବା ସ୍ଥାନରୁ ଗାଡି, ଚପଲ, ଲୁଗାପଟା ଉଦ୍ଧାର

କଟକ/ଡ଼ମପଡା : ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି ସ୍ବାମୀ। ଆଖିରୁ ଲୁହ ଶୁଖୁନି ସ୍ତ୍ରୀ ସରସ୍ବତୀଙ୍କର। ଚର୍ଚ୍ଚା ହେଉଛି ଅଜଗର ଗିଳି ଦେଇଛି ତାଙ୍କ ସ୍ବାମୀଙ୍କୁ। ଜଙ୍ଗଲ ଭିତରେ ଏବେ ଯେଉଁଠି ଅଜଗର ଶୋଇଛି ସେହି ସ୍ଥାନଠାରୁ ମାତ୍ର ୭୦୦/୮୦୦ ମିଟର ଦୂରରୁ ଉଦ୍ଧାର କରାଯାଇଛି ତାଙ୍କ ସ୍ବାମୀ, ଫେରି ବ୍ୟବସାୟୀ ନନ୍ଦ କିଶୋର ବେହେରା(୭୭)ଙ୍କ ଚପଲ, ଲୁଗାପଟା ଓ ଗାଡି। କିନ୍ତୁ, ସେହି ସ୍ଥାନ ହେଉଛି ଅଭୟାରଣ୍ୟର ରେଡ୍ ଜୋନ। ଡମପଡା-ଚନ୍ଦକା ଅଭୟାରଣ୍ୟ ପାଦ […]

ଅପରାଧ ରାଜ୍ୟ

ଦୁଇ ହାତୀ ମୃତ୍ୟୁ ଘଟଣାରେ ଅବହେଳା ଜଳଜଳ, ଟଙ୍କା ଜମା ପରେ ବି କେବୁଲ୍‌ ବିଛାଇ ନଥିଲା ବିଦ୍ୟୁତ୍‌ ବିଭାଗ

କେନ୍ଦୁଝର : କେନ୍ଦୁଝର ଜୁଡ଼ିଆ କୃଷି ଫାର୍ମରେ ବିଦ୍ୟୁତ୍‌ ଆଘାତରେ ଦୁଇଟି ହାତୀ ପ୍ରାଣ ହରାଇବା ଘଟଣାରେ ବିଦ୍ୟୁତ୍‌ ବିଭାଗର ଗୋଟିଏ ପରେ ଗୋଟିଏ ଅବହେଳା ପଦାକୁ ଆସିବାରେ ଲାଗିଛି। ଖୋଲା ତାରକୁ ହଟାଇ କେବୁଲ୍‌ ବିଛାଇବା ପାଇଁ ବିଦ୍ୟୁତ୍‌ ବିଭାଗ ପାଖରେ କୃଷି ବିଜ୍ଞାନ କେନ୍ଦ୍ର କର୍ତ୍ତୃପକ୍ଷ ଟଙ୍କା ଜମା କରିଥିଲେ। ତେବେ, କାମ ସଠିକ୍‌ ଢଙ୍ଗରେ ହୋଇ ନଥିବାରୁ ଦୁଇ ଦୁଇଟି ହାତୀଙ୍କ ଜୀବନ ଗଲା ବୋଲି କୁହାଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, କୃଷି […]

ରାଶିଫଳ ସ୍ପେଶାଲ ରିପୋର୍ଟ

ଜନ୍ମଦିନରେ ବି ପାସୋରି ଗଲେ: ‘ଗ୍ରାମପଥ’ର କବି ବିନୋଦଙ୍କ ପାଇଁ ଜାଗାଟିଏ ମିଳୁନି

ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ‘ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କି ସେ, ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ, କ୍ଷେତ ପ‌ରେ କ୍ଷେତ କାଶଫୁଲ ଆଉ ବେଣାରେ ଜଟିଳା ପାଟ, ପାଟ ପରେ ବଣ ପାରିହେଲେ ମାମୁ ଘର ଗାଆଁ ଦିଶେ।’ ‘ଗ୍ରାମପଥ’ର ଏ ପ୍ରଥମ ପଙ୍‌କ୍ତି ଉଚ୍ଚାରଣ ମାତ୍ରକେ ଗାଁର ଏକ ସବୁଜ ସୁଶୋଭିତ ଦୃଶ୍ୟପଟ୍ଟ ଆଖିଆଗକୁ ଆପଣାଛାଏଁ ଚାଲିଆସେ। ଏହି କବିତାର ସ୍ରଷ୍ଟା ବିନୋଦ ନାୟକଙ୍କ କଥା ମ‌ନେ ପଡ଼ିଯାଏ। ହେଲେ, […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୭୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୮୨୪୪କୁ ବୃଦ୍ଧି ପାଇଛି । ଏନେଇ […]