ରାସ୍ତା ପାଇଁ କୋଟିକୋଟି ବରବାଦ; ଅଳ୍ପଦିନରେ ନଷ୍ଟ ହେଉଛି, ପୁଣି ତିଆରି ହେଉଛି
କୋଇଡା (ସୁନ୍ଦରଗଡ଼) : ଖଣି ରାଜଧାନୀ କୁହାଯାଉଥିବା କୋଇଡା ଅଞ୍ଚଳରେ ରାସ୍ତା ପାଇଁ କୋଟିକୋଟି ଟଙ୍କା ବରବାଦ ହେଉଥିବା ଦେଖିବାକୁ ମିଳୁଛି। ଅଳ୍ପଦିନ ମଧ୍ୟରେ କୋଟିକୋଟି ଟଙ୍କାର ରାସ୍ତା ନଷ୍ଟ ହେଉଛି, ପୁଣି କୋଟିକୋଟି ଟଙ୍କାରେ ତିଆରି ହେଉଛି। ଏଥିପାଇଁ ଡିଏମ୍ଏଫ୍ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରାଯାଉଛି। ଫଳରେ, ଏହି ରାସ୍ତା ସାଧାରଣ ଲୋକଙ୍କ ଗମନାଗମନ ପାଇଁ ନା ଖଣି ଓ ଖଣି ମାଲିକଙ୍କ ପାଇଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସୂଚନା ଅନୁସାରେ, ଲୋକଙ୍କ ଗମନାଗମନ […]