ଭୂ-କମ୍ପରେ ଥରିଲା ଗାଁ, ଭାଙ୍ଗିଲା ଘର
କୁଆମରା: ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ହଠାତ୍ କୌଣସି କାରଣରୁ ମାଟିରେ ପ୍ରବଳ କମ୍ପନ ସୃଷ୍ଟି ହେବା ସହ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ରାଣୀବନ୍ଧ ପଞ୍ଚାୟତ ତିରାଲଡିହି ନାଉପଦା ଗ୍ରାମ ଥରି ଉଠିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଓ ପରେ ପରେ ଭୂଇଁରେ କମ୍ପନ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଭୟରେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିଲେ […]









