ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ: ପିଲାଙ୍କ ସୁରକ୍ଷା କଡ଼ାକଡ଼ି କର

ଭୁବନେଶ୍ବର : ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯେପରି ସୁରକ୍ଷା ଦେବା ସହ ସଚେତନତା କରାଯାଇପାରିବ ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନି‌ର୍ଦେଶ ଦିଆଯାଇଛି। ଏଥିସହ ସ୍କୁଲଗୁଡ଼ିକୁ ପିଲାଙ୍କ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ବାବଦରେ ମିଳୁଥିବା ଆର୍ଥିକ ଅନୁଦାନର ସଠିକ୍‌ ବିନିଯୋଗ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। […]

ରାଜ୍ୟ

ସଡ଼କ ଦୁର୍ଘଟଣାରେ ବଦଳି ଗଲା ଜୀବନର ମୋଡ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଚଣ୍ଡିଖୋଲ ୧୯/୧୧: ପୋଲିସ ଚାକିରୀ ପାଇଁ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ବଦଳାଇ ଦେଲା ଜୀବନର ମୋଡ଼ । ଦୀର୍ଘ ୬ ବର୍ଷ ଧରି ଗୋଡ଼ ଯନ୍ତ୍ରଣାରେ ଶାରୀରିକ ଅକ୍ଷମ ହୋଇ ପଡି ରହିଛନ୍ତି ଘରେ । ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ । ଆମେ କହୁଛୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାଲିକୁଦା ଗ୍ରାମର ପ୍ରଶାନ୍ତ କୁମାର ଓଝାଙ୍କ କଥା । ପ୍ରଶାନ୍ତ ୨୦୧୬ରେ ପୋଲିସ ଚାକିରୀ ପାଇଁ ଇଣ୍ଟରଭିୟୁ ଦେବାକୁ ଯାଉଥିବା […]

ରାଜ୍ୟ

ହଣ୍ଡପା ଥାନା ଉରୁକୁଳା ଛକରେ ଦୁର୍ଘଟଣା, ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ଆଠମଲ୍ଲିକ ୧୯/୧୧: ଆଠମଲ୍ଲିକ ହଣ୍ଡପା ଥାନା ଅନ୍ତଗତ ଉରୁକୁଳା ଛକରେ ବାଇକ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଭଗବତୀ ମୁଖୀ ନାମୀ ମହିଳା ମୃତ । ଉରୁକୁଳା ଗ୍ରାମ ପଞ୍ଚାୟତର ଘନପୁର ଗ୍ରାମର ଭଗବତୀ ମୁଖୀ ଓ ତାଙ୍କ ସ୍ୱାମୀ ବିପିନି ମୁଖୀ ଏକ ବାଇକ ଯୋଗେ ନାକଚି ଯାଉଥିବା ସମୟରେ ବାଇକଟି ଭାରି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବାଇକ ପଛରେ ବସି ଥିବା ଭଗବତୀ ମୁଖୀ ରାସ୍ତା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟକଙ୍କ ଦରମା ବଢ଼ିବ

ଭୁବନେଶ୍ବର : ବିଧାୟକଙ୍କ ଦରମା ବଢ଼ିବ। ବିଧାନସଭା ଉପେଦଷ୍ଟା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଉପଦେଷ୍ଟା କମିଟି ପକ୍ଷରୁ ଏହି ପ୍ରସ୍ତାବ ବାଚସ୍ପତିଙ୍କୁ ଦିଆଯିବ। ପ୍ରସ୍ତାବ ଉପରେରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହା ପୂର୍ବରୁ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଥିଲା। ସେହି ଆଧାରରେ ଉପଦେଷ୍ଟା କମିଟି ଆଲୋଚନା କରିବା ସହ ଏଭଳି ନିଷ୍ପତ୍ତି ନେଇଛି। ଏହି ପ୍ରସ୍ତାବ ସହ ପୂର୍ବତନ ବିଧାୟକଙ୍କୁ […]

ଦେଶ ବିଦେଶ ରାଜନୀତି

ମହଙ୍ଗା ପଡ଼ିଲା କେସିଆରଙ୍କ ଝିଅଙ୍କ ଉପରେ ବୟାନ: ସାଂସଦଙ୍କ ଘରକୁ ଆକ୍ରମଣ କଲେ ଟିଆରଏସ ସମର୍ଥକ

ନୂଆଦିଲ୍ଲୀ, ୧୯/୧୧: ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରି ସାଂସଦଙ୍କ ଘର ଉପରେ ଆକ୍ରମଣ। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲଙ୍ଗାନାରେ। ଯେଉଁଠାରେ ଟିଆରଏସ କର୍ମୀ ଭାରତୀୟ ଜନତା ପାର୍ଟୀ (ବିଜେପି) ସାଂସଦ ଧର୍ମପୁରୀ ଅରବିନ୍ଦଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଅରବିନ୍ଦ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ବିଜେପି ସାଂସଦ ଏକ ଭିଡିଓରେ ଟିଆରଏସଙ୍କ କର୍ପୋରେଟର କବିତାଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ସତ୍ତାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭକ୍ତଙ୍କ ସ୍ପର୍ଶରେ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ଦୁର୍ବଳ; ରୁପାରେ ଆଚ୍ଛାଦିତ ହେବ, ଖର୍ଚ୍ଚ ହେବ ୧କୋଟି ୩୦ ଲକ୍ଷ

ପୁରୀ : ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଉଛି ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ। ଏହା ଏତେ ପତଳା ହୋଇଗଲାଣି ଯେ ଯଦି ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, କେଉଁ ସମୟରେ କିଛି ବି ଅଘଟଣ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ବକୁ ରୁପାରେ ଆଚ୍ଛାଦିତ କରିବାକୁ ଯୋଜନା କରୁଛି। ଏହି କାମ ପାଇଁ ୧୩୦ ଲକ୍ଷ ଟଙ୍କାର ପ୍ରାଥମିକ ଆକଳନ କରାଯାଇଛି। ପଶ୍ଚିମବଙ୍ଗର ଜଣେ ଭକ୍ତ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନୂଆ ଟ୍ବିଟର ପଲିସିର ଘୋଷଣା କଲେ ଏଲନ ମସ୍କ, କହିଲେ ନେଗେଟିଭ୍ ଟ୍ବିଟକୁ…

ନୂଆଦିଲ୍ଳୀ, ୧୯/୧୧: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରର ନୂଆ ମାଲିକ ହୋଇଛନ୍ତି। ମସ୍କ ଟ୍ବିଟର କିଣିବା ପରଠାରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ତାଙ୍କ ନିଷ୍ପତ୍ତି ଯୋଗୁଁ ଟ୍ବିଟର କାର୍ଯ୍ୟ ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ସେ ଟ୍ବିଟର ପଲିସିର ଘୋଷଣା କରିଛନ୍ତି। ଶୁକ୍ରବାର ସେ ଏନେଇ ଘୋଷଣା କରିଛନ୍ତି। ମସ୍କ ଏନେଇ ଟ୍ବିଟ୍ କରି ସୂଚନା ଦେବା ସହ କହିଛନ୍ତି ଯେ, ଏଣିକି ଟ୍ବିଟରରେ ଏବେ ନେଗେଟିଭ୍ ଟ୍ବିଟକୁ […]

ଅପରାଧ ରାଜ୍ୟ

ମୃତ୍ତିକା ସଂରକ୍ଷଣ ବିଭାଗରେ ଦୁର୍ନୀତି: କୋଟି କୋଟି ଟଙ୍କାର ପ୍ରକଳ୍ପ ଗାଏବ

ପୁରୀ : ପୁରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗରେ ବଡ଼ଧରଣର ଦୁର୍ନୀତି ସାମ୍‌ନାକୁ ଆସିଛି। କୋଟି କୋଟି ଟଙ୍କାର ପ୍ରକଳ୍ପ ଗାଏବ ହୋଇଯାଇଛି। ଏ ସମ୍ପର୍କରେ ଅଭିଯୋଗ ହେବାପରେ ଲୋକାୟୁକ୍ତ ଖୋଳତାଡ଼ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିବର୍ଷ ବୃକ୍ଷରୋପଣ, ପୋଖରୀ ଖନନ, ଗାଈଗୋରୁ ପାଳନ ପାଳନ ଆଦି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପୁରୀ ଜିଲ୍ଲା ମୁତ୍ତିକା ସଂରକ୍ଷଣ ବିଭାଗକୁ କୋଟି କୋଟି ଟଙ୍କାର ଅନୁଦାନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡିସେମ୍ବର ୭ରୁ ଶୀତକାଳୀନ ଅଧିବେଶନ, ୨୩ ଦିନିଆ ଅଧିବେଶନରେ ରହିଛି ୧୭ଟି କାର୍ଯ୍ୟଦିବସ

ନୂଆଦିଲ୍ଲୀ ୧୯/୧୧: ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୭ ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ବସିବାକୁ ଥିବା ଏହି ଶେଷ ଅଧିବେଶନର ମୋଟ୍ ୨୩ ଦିନ କାର୍ଯ୍ୟ ଦିବସ ରହିଛି । ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଏସ୍‌ଆର୍‌ଟିସିର ହଜାରେ କୋଟିର ଯୋଜନା: ୨୧୩କୋଟିରେ କିଣାହେବ ୪୧୦ଟି ବସ୍‌

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ନବକଳେବର ହେବାକୁ ଯାଉଛି। ଏଥିପାଇଁ ଓଏସ୍‌ଆର୍‌ଟିସି ପ୍ରାୟ ହଜାରେ କୋଟିର ଯୋଜନା କରିଛି। ହେଲେ ଏତେ ଅର୍ଥ ଦେବା ନେଇ ସଡ଼କ ଓ ପରିବହନ ବିଭାଗ କୁନ୍ଥକୁନ୍ଥ ହେଉଛି। ଓଏସ୍‌ଆର୍‌ଟିସି କେଉଁ କେଉଁ କାମ ପାଇଁ କେତେ ଅର୍ଥ ଖର୍ଚ୍ଚ କରିବ ସେନେଇ ଟିକିନିଖ୍ ହିସାବ ଦେବାକୁ ପରିବହନ ବିଭାଗ କହିଛି। ଓଏସ୍‌ଆର୍‌ଟିସିର ଯୋଜନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ୪୧୦ଟି ନୂଆ ବସ୍ କିଣାଯିବ। […]