ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୂମିକମ୍ପରେ ଥରିଲା କ୍ରେଟା ଆଇଲାଣ୍ଡ; ଅଶାନ୍ତ ସମୁଦ୍ର, ଆସିପାରେ ସୁନାମୀ

ଏଥେନ୍ସ: ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱିପ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୁନାମୀ ଆଶଙ୍କା ଦେଖାଦେଇଛି। ଏହା ସମୁଦ୍ର ଜଳରାଶିକୁ ଅଶାନ୍ତ କରିପାରେ। ସୁନାମୀ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି। ଏଥିପାଇଁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହିତ ତଟବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ଭାବେ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ସ୍ଥାନୀୟ ସମୟ ଅନୁସାର ଦିପ୍ରହର ୧.୨୫ରେ […]

ଅପରାଧ ଦେଶ ବିଦେଶ

ମାଙ୍ଗାଲୁରୁ ଅଟୋରିକ୍ସା ବ୍ଲାଷ୍ଟ୍ ଘଟଣା; ବିସ୍ଫୋରଣକାରୀକୁ ଚିହ୍ନଟ କଲା ପୋଲିସ, ଆଇଏସଆଇ ଲିଙ୍କ୍‌ରେ ଥିଲା ଅଭିଯୁକ୍ତ ମହମ୍ମଦ ସରିକ୍

ବେଙ୍ଗାଳୁରୁ: ମାଙ୍ଗାଲୁରୁ ବ୍ଲାଷ୍ଟ୍ ଘଟଣାର ପର୍ଦ୍ଦାଫଶ କରିଛି ପୋଲିସ । ଅଟୋରିକ୍ସାରୁ ଆଧାର କାର୍ଡ, ମୋବାଇଲ ସିମ୍ ଓ ପ୍ରେସର କୁକର ମିଳିବା ପରେ ବିସ୍ଫୋରଣରେ ଆତଙ୍କବାଦୀଙ୍କ ଲିଙ୍କ୍ ଥିବା କହିଛି ପୋଲିସ୍ । ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ମାଧ୍ୟମରେ ଚଳନ୍ତା ଅଟୋରିକ୍ସାରେ ଆଇଡି ବ୍ଲାଷ୍ଟ କରାଯାଇଥିଲା । ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ଯୁବକକୁ ଚିହ୍ନଟ କରିଛି । ଶନିବାର ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା […]

ଅପରାଧ ଦେଶ ବିଦେଶ

ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ସୁପ୍ରିମକୋର୍ଟ ଅର୍ଡରକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଚାୱଲା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ। ଏବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବେ ଦିଲ୍ଲୀ ସରକାର। ଏହି ମାମଲାରେ ଏକ ରି-ଭିୟୁ ପିଟିସନ ଦାଖଲ କରିବାକୁ ଆମ ଆଦ୍‌ମୀ ପାର୍ଟି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେସନାଙ୍କ ଅନୁମତି ମାଗିଥିଲା। ଆଜି ଉପରାଜ୍ୟପାଳ ଆପ୍‌ର ଏହି ଅନୁରୋଧକୁ ଅନୁମତି ଦେଇଛନ୍ତି। ଉପରାଜ୍ୟପାଳ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। କୋର୍ଟଙ୍କ ବିଚାରରେ ଭାଙ୍ଗିପଡ଼ିଥିବା ପୀଡ଼ିତାଙ୍କ ପରିବାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଜା,ଡିଜେ ଓ ନୃତ୍ୟରେ ଶତାୟୁଙ୍କୁ ଶେଷବିଦାୟ

କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଶତାୟୁଙ୍କ ମୃତ୍ୟୁପରେ ଏକ ଶୋଭାଯାତ୍ରାର ଆୟୋଜନ କରାଯିବା ସହିତ ବାଜା ଓ ଡିଜେ ବଜାଇ, ନୃତ୍ୟ ପରିବେଷଣ କରି ଶେଷ ବିଦାୟ ଦିଆଯାଇଛି। ଏହି ବୃଦ୍ଧା ଜଣକ ହେଉଛନ୍ତି ମାଙ୍ଗରୀ ସୁରିନ। ତାଙ୍କୁ ୧୧୫ବର୍ଷ ହୋଇଥିଲା ବେଳେ ଗତକାଲି ରାତିରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଏହିଭଳି ଜଣେ ବୟସ୍କ ବ୍ୟକ୍ତିଙ୍କୁ କିଭଳି ଅନ୍ତିମ ବିଦାୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରେଇରେ ମର୍ମନ୍ତୁଦ ରେଳ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଣେ କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସଂପର୍କରେ ପୂର୍ବତଟ ରେଳବାଇ […]

ଅପରାଧ ରାଜ୍ୟ

ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ବାକ୍ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଦପଲ୍ଲୀ ପଂଚାୟତରେ କ୍ବାକ୍ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ହତ୍ୟାର ୪୮ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋଲ୍ଲିକୋଟ ଥାନା ପୋଲିସ । ମୋଟ୍ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ପୋଲିସ ସୂଚନା ଦେଇଛି । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖି ଯାଇଥିବାବେଳେ ହତ୍ୟାରେ ବ୍ୟବହାର ହୋଇଥିବା ଖଣ୍ଡା, କୋଡି ଓ କାଠ ଫାଳିଆକୁ ଜବତ କରିଛି ପୋଲିସ । ପୋଲିସର ସୂଚନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ଫିଫା ବିଶ୍ବକପ୍‌ ଟ୍ରଫି

ପୁରୀ : ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଫିଫା ବିଶ୍ବକପ୍‌ର ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି। ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର ମୁଦ୍ରାକୁ ମଧ୍ୟ ସେ ଏହି କଳାରେ ସ୍ଥାନିତ କରିଛନ୍ତି। ୮ଫୁଟର ଏହି ବିଶ୍ବକପ ଟ୍ରଫି ବାଲୁକା କଳାରେ ସେ ଭାରତୀୟ ମୁଦ୍ରା ସମେତ ୩୨ଟି ଦେଶର ୧୩୫୦ଟି ମୁଦ୍ରା ସ୍ଥାନିତ କରିଛନ୍ତି। ପୁରୀ ବେଳାଭୂମିରେ ଏହି କଳା ମାଧ୍ୟମରେ ‘ଗୁଡ୍‌ ଲକ୍‌’ ଲେଖି ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ବର ଜଣାଶୁଣା ବାଲୁକା ଶିଳ୍ପୀ […]

ଅପରାଧ ରାଜ୍ୟ

କାଳ ହେଲା ଘରୋଇ କଳହ, ହୋଇପାରୁନି ସତ୍କାର: ଘର ସାମ୍ନାରେ ପଡିରହିଛି ମୃତଦେହ

ଟାଙ୍ଗୀ ୨୧/୧୧: ଘର ସାମ୍ନାରେ ପଡିଛି ମା’ ର ମୃତ ଦେହ । ମା’ ର ମୃତଦେହ ନିକଟରେ ପୁଅ-ଝିଅ ନାତି ବସି କାନ୍ଦ ବୋବାଳି ଛାଡୁଛନ୍ତି । ଘର ଭିତରେ ବୋହୂ କବାଟ କିଳି ରହିଛନ୍ତି । ଘର ଭିତରକୁ ପ୍ରବେଶ କରିପାରୁ ନାହାନ୍ତି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ହରିହରପୁର ଗାଁରେ । ମୃତା ବୃଦ୍ଧା ହେଉଛନ୍ତି ମୀନା କୁମାରୀ ନାୟକ । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ: ବିଶ୍ବବିଦ୍ୟାଳୟକୁ ନା, ମହାବିଦ୍ୟାଳୟକୁ ହଁ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଲାଗିଛି। ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ସିଟ୍‌ର ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ଗତ ଏପ୍ରିଲ ୧୨ରେ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦ‌କ୍ଷେପ ନେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରେଭେନ୍ସା ଓ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍‌ଏସ୍‌ସିଡି) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସିଟ୍‌ ହ୍ରାସ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି […]

ରାଜ୍ୟ

ପାଲା ଦେଖି ଫେରୁଥିଲେ ଯୁବକ, ଧକ୍କା ଦେଲା ସିଏମ୍‌ସି ଗାଡି

କଟକ ୨୧।୧୧ : ସିଏମସି ଗାଡି ଧକ୍କାରେ ଜଣେ ଗୁରୁତର । କଟକ ବାଦାମବାଡି ସ୍ଥିତ ପାଲାମଣ୍ଡପ ଛକରେ ଦୁର୍ଘଟଣା । ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ପାଲାମଣ୍ଡପରେ ପାଲା ଦେଖି ଫେରୁଥିଲେ ଜଣେ ଯୁବକ । ଏହି ସମୟରେ ସିଏମ୍‌ସି ଏକ ଅଳିଆ ବୁହା ଟ୍ରାକ୍ଟର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ […]