ଭାଷା ପାଇଁ ଆନ୍ଧ୍ର-ଓଡ଼ିଶା ଚୁକ୍ତି
ବ୍ରହ୍ମପୁର/ଗୋପାଳପୁର: ତେଲୁଗୁ ଭାଷାର ପ୍ରଚାରପ୍ରସାର ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହେବ ତେଲୁଗୁ ଚେୟାର। ଏଥିରେ ଜଣେ ପ୍ରାଧ୍ୟାପକଙ୍କ ସମେତ ଜଣେ ରିସର୍ଚ୍ଚ ଅଫିସର ଏବଂ ଜଣେ ଅଫିସ ଆଟେଣ୍ଡାଣ୍ଟ ନିଯୁକ୍ତ ହେବେ। ଏଠାରେ ତେଲୁଗୁ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା ହେବ। ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ସ୍ଥିତ ଡା. ବି.ଆର୍.ଆମ୍ବେଦକର୍ ବିଶ୍ବବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ବାରା ଏକ ଓଡ଼ିଆ ଚେୟାର୍ ସ୍ଥାପନ ହେବ। ସେଠାରେ ଓଡ଼ିଆ ଭାଷା, […]









