ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୫୨୯ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ; ମୃତ୍ୟୁସଂଖ୍ୟା ୩୧୧

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ସାଢ଼େ ୨୩ ହଜାର ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ ସ୍ବଳ୍ପ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୧୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୭,୩୯,୯୮୦ ଓ ମୃତ୍ୟୁସଂଖ୍ୟା […]

ଖେଳ ଦେଶ ବିଦେଶ

ଭାରତ ସହ ୨୦୨୧ରେ ୫ ଟେଷ୍ଟ୍‌ ଖେଳିବ ଇଂଲଣ୍ଡ, ୧୬ ବର୍ଷ ପରେ ଟି-୨୦ ଶୃଙ୍ଖଳା ଖେଳିବାକୁ ପାକିସ୍ତାନ ଯିବ ଇଂଲଣ୍ଡ

ଲଣ୍ଡନ: ଆଗାମୀ ୨୦୨୧ରେ ଭାରତ ସହ ୫ ମ୍ୟାଚ୍‌ ବିଶିଷ୍ଟ ଏକ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଇଂଲଣ୍ଡ ପ୍ରସ୍ତୁତ ହେଉଛି। ଏନେଇ ବୁଧବାର ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ଏକ ପ୍ରାଥମିକ ସୂଚି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ଶୃଙ୍ଖଳା ଖେଳିବାକୁ ଇସିବି ଆପାତତଃ ସ୍ଥିର କରିଛି। ଅଗଷ୍ଟ ୪ରୁ ୮ ତାରିଖ ମଧ୍ୟରେ ଟ୍ରେଣ୍ଟ୍‌ ବ୍ରିଜ୍‌ରେ ପ୍ରଥମ ଟେଷ୍ଟ୍‌ ଖେଳିବାକୁ ସ୍ଥିର କରିଥିଲା ବେଳେ ପଞ୍ଚମ ତଥା ଶେଷ ଟେଷ୍ଟ୍‌ ସେପ୍ଟେମ୍ବର […]